ARTICLE AD BOX
ମୁମ୍ବାଇ: ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ସମ୍ବନ୍ଧୀୟ ସାମ୍ବିଧାନିକ ସଂଶୋଧନ ବିଲ୍ ଉପରେ ଶରଦ ପାୱାରଙ୍କ ଏନସିପି ଏପର୍ଯ୍ୟନ୍ତ ନିଜର ମତ ପ୍ରକାଶ କରିନାହିଁ। ଏନସିପି (ଶରଦ ପାୱାର) କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯଦି ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରିବା ସର୍ତ୍ତ କାର୍ଯ୍ୟକାରୀ ହୁଏ, ତେବେ ଆମେ ଏହାକୁ ସମର୍ଥନ କରିବା ନେଇ ବିଚାର କରିବୁ।ସୁଲେ କହିଛନ୍ତି, ସରକାର ସୀମା ନିର୍ଦ୍ଧାରଣ ଉପରେ ଆନୁଷ୍ଠାନିକ ଭାବରେ ୫୦ ପ୍ରତିଶତ ଆସନ ବୃଦ୍ଧି ପ୍ରସ୍ତାବ ଦେବା ଉଚିତ୍। ଯଦି ଇଣ୍ଡିଆ ମେଣ୍ଟ ରାଜି ହୁଏ, ତେବେ ଆମେ ଏହା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ମୁଁ କେବଳ ଏତିକି କହୁଛି ଯେ ୫୦ ପ୍ରତିଶତ ଆସନ ବୃଦ୍ଧି ପ୍ରଥମେ ଲିଖିତ ଭାବରେ ଅଣାଯିବା ଉଚିତ୍। ତା’ପରେ ଆମେ ଏହା ଉପରେ ଆଲୋଚନା କରିବୁ। ବର୍ତ୍ତମାନ, ଏପରି କୌଣସି ଲିଖିତ ପ୍ରସ୍ତାବ ଆମ ସମ୍ମୁଖରେ ନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଥିଲେ ଯେ, ସେ ୫୦ ପ୍ରତିଶତ ଆସନ ବୃଦ୍ଧିକୁ ସମର୍ଥନ କରନ୍ତି, କିନ୍ତୁ ଏହି ବ୍ୟବସ୍ଥା ବିଲ୍ରେ ଅନ୍ତର୍ଭୁକ୍ତ ହୋଇନାହିଁ।
ଆହୁରି ପଢ଼ନ୍ତୁ: ଆର୍ଜେଣ୍ଟିନା ସଫଳତା ପଛରେ ୫୦୦ କିଲୋଗ୍ରାମ୍ ମାଂସର ହାତ!

2 weeks ago
9


