Sexual Assault Attempt ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତଙ୍କୁ ବାନ୍ଧି‌ଲେ ଗ୍ରାମବାସୀ

3 weeks ago 10
ARTICLE AD BOX

ବେତନଟୀ (ଦୀପକ କୁମାର ସିଂହ): ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବିଞ୍ଚବଣିଆ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ଦୁଇ ଦିନ ପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରି ପୁଲିସ ଜିମା ଦେଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Rape Alligation: ମଧ୍ୟପ୍ରଦେଶରେ ଡକାୟତି ସମୟରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱକୁ ଶୌଚ ପାଇଁ ଯାଇଥିବା ବେଳେ ସ୍ଥାନୀୟ ଦୁର୍ଗାପୁର ଗ୍ରାମର ଉଡ଼ଗାମ ସୋରେନଙ୍କ ପୁଅ ରଜ ସୋରେନ ତାଙ୍କୁ ଅଟକାଇ ଅସଦାଚରଣ କରିବା ସହ ଜଙ୍ଗଲ ଭିତରକୁ ଟେକି ନେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ଯୁବତୀ କୌଶଳକ୍ରମେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇଥିଲେ।

Arrest: ଦିବ୍ୟାଙ୍ଗ ନାବାଳିକା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ଆଉଜଣେ ଫେରାର

ଏହାପରେ ଗ୍ରାମବାସୀ ଏକତ୍ରିତ ହୋଇ ଅଭିଯୁକ୍ତଙ୍କୁ ଖୋଜିଥିଲେ ମଧ୍ୟ ସେ ସେତେବେଳେ ଫେରାର ହୋଇଯାଇଥିଲା। ଘଟଣାର ଦୁଇ ଦିନ ପରେ ସୋମବାର ରଜ ସୋରେନ ଘରକୁ ଫେରିଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ପୀଡ଼ିତାଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ କାବୁ କରି ବାନ୍ଧି ରଖିବା ସହ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲା। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବୈଶିଙ୍ଗା ଥାନାରେ କେସ୍ ନଂ–୨୫୯/୨୬ ରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.