ARTICLE AD BOX
ସୋର ଥାନା ମଙ୍ଗଳପୁର ବଜାରରେ ଥିବା ତିନୋଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଦିଗୀ ଭଅଁରା ଗ୍ରାମର ନରେନ୍ଦ୍ର ସାହୁ ବଜାରରେ ଏକ ମିଠା ଦୋକାନ କରିଛନ୍ତି।
Theft Photograph: (sambad.in)ସୋର: ସୋର ଥାନା ମଙ୍ଗଳପୁର ବଜାରରେ ଥିବା ତିନୋଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ଦିଗୀ ଭଅଁରା ଗ୍ରାମର ନରେନ୍ଦ୍ର ସାହୁ ବଜାରରେ ଏକ ମିଠା ଦୋକାନ କରିଛନ୍ତି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଯାଇଥିଲେ।
ଟଙ୍କା ସହ ମିଠା ଚୋରି
ଆଜି ସକାଳେ ଦୋକାନ ଖୋଲିବା ସମୟରେ ଦୋକାନ ଚାବି ଭଙ୍ଗା ଯାଇ ଦୋକାନ କେସ ବାକ୍ସରେ ଥିବା ନଗଦ ଟଙ୍କା ସହ ମିଠା ଚୋରି କରିନେଇଥିବା ଦେଖିବାକୁ ପାଇଥିଲେ। ସେହିପରି ନିକଟରେ ଥିବା ମହିନ୍ଦ୍ର ପଣ୍ଡାଙ୍କ ତେଜରାତି ଦୋକାନର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କାର ତେଜରାତି ସାମଗ୍ରୀ ଏବଂ ମାର୍କଣ୍ଡ ଜେନାଙ୍କ କୁକୁଡ଼ା ଦୋକାନରୁ ମାଂସ କାଟିବା ପାଇଁ ବ୍ୟବହାର କରାଯାଉଥିବା ଛୁରୀକୁ ଚୋର ମାନେ ଚୋରି କରି ନେଇଥିଲେ। ଏ ବାବଦରେ ଦୋକାନୀ ମାନେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଥାନାରେ ଏକ ମାମଲା ରୁଜ୍ଜୁ କରିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
8


