Senior citizens: ବରିଷ୍ଠ ନାଗରିକଙ୍କ ରୋଗ ଚିହ୍ନୁଛି ‘ଇଏଚ୍‌ଏସ୍‌ଏଏସ୍‌’ ଟୁଲ୍‌

2 weeks ago 73
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଧୀରେ ଧୀରେ ବୟସ୍କ ହେଉଛି। ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବା ସମୟରେ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୫-୧୭%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ଏଦୃଷ୍ଟିରୁ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଏହାର ନିରାକରଣ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ରାଜ୍ୟର ବୟସ୍କଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଦୀର୍ଘକାଳୀନ ପୁରୁଣା ରୋଗର ନିରାକରଣ ପାଇଁ ଆରଏମ୍‌ଆରସି ଭୁବନେଶ୍ବର ପକ୍ଷରୁ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏକ ଏଲ୍‌ଡର୍ଲି ହେଲ୍‌ଥ ଷ୍ଟାଟସ୍‌ ଆସେସ୍‌ମେଣ୍ଟ ଏଣ୍ଡ ସ୍କ୍ରିନିଂ(ଇଏଚ୍‌ଏସ୍‌ଏଏସ୍‌) ଟୁଲ୍‌ ବିକଶିତ କରାଯାଇଛି। କଟକର ତିଗିରିଆ ଅଞ୍ଚଳରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଆରଏମ୍‌ଆରସି ପକ୍ଷରୁ କଟକର ତିଗିରିଆ ଅଞ୍ଚଳରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ରହୁଥିବା ବରିଷ୍ଠ ନାଗରିକଙ୍କ ବହୁବିଧ ଅସୁସ୍ଥତା, ଶାରୀରିକ ଦୁର୍ବଳତା, କାର୍ଯ୍ୟଗତ ନିର୍ଭରଶୀଳତା ପାଇଁ ସେମାନେ ନିର୍ଯାତନାର ଶିକାର ହେଉଛନ୍ତି। ତେଣୁ ଏସବୁର କିଭଳି ସମାଧାନ ହୋଇପାରିବ ତାହା ଉପରେ ଆରଏମ୍‌ଆରସି ପକ୍ଷରୁ ଆବଶ୍ୟକ ଟୁଲ୍‌ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ବୟସ୍କଙ୍କଠାରେ ଆଣ୍ଠୁଗଣ୍ଠି ବାତ ରୋଗ ଅତ୍ୟନ୍ତ ସାଧାରଣ କଥା।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

କଟକରେ ଆର୍‌ଏମ୍‌ଆର୍‌ସିର ସଫଳ ପରୀକ୍ଷଣ
ଆଣ୍ଠୁଗଣ୍ଠି ବାତ ନିରାକରଣ ପାଇଁ ‘ଗ୍ରେସ୍‌’ କାର୍ଯ୍ୟକ୍ରମ

ଏଥିପାଇଁ ସଂସ୍ଥା ପକ୍ଷରୁ ଗାଇଡେଡ୍‌ ରୁରାଲ ଆଥ୍ରାଇଟିସ୍‌ କେୟାର ଥ୍ରୁ ଏକ୍ସସରସାଇଜ୍‌(ଜିଆରଏସିଇ) କାର୍ଯ୍ୟକ୍ରମ ଜରିଆରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ଅଭିନବ ଘରୋଇ ବ୍ୟାୟାମ କାର୍ଯ୍ୟକ୍ରମ ବିକଶିତ କରାଯାଇଛି। ଏଥିରେ ବୟସ୍କଙ୍କ ଘରେ ଥିବା ନାତି-ନାତୁଣୀମାନେ ଓଡ଼ିଆ ଭାଷାରେ ଥିବା କ୍ୟୁଆର କୋଡ୍‌ଯୁକ୍ତ ଭିଡିଓ ମାଧ୍ୟମରେ ସେମାନଙ୍କୁ ବ୍ୟାୟାମ କରିବାରେ ସାହାଯ୍ୟ କରିଥିଲେ। ଏହି ପ୍ରୟାସ ଯୋଗୁଁ ବୟସ୍କଙ୍କ ଶାରୀରିକ କାର୍ଯ୍ୟକ୍ଷମତାରେ ୪୭.୫% ସୁଧାର ଆସିଥିଲା। ସେହିପରି ଜଳବାୟୁ ପରିବର୍ତ୍ତନ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଥିବା ନଜରକୁ ଆସିଛି। ଗଞ୍ଜାମ ଜିଲ୍ଲାରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୟସ୍କମାନେ ଅଧିକ ଅସୁସ୍ଥ ହୋଇପଡ଼ୁଛନ୍ତି। ଏଥିପାଇଁ ମେଡିକାଲରେ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଲାଇନ୍‌, ଅଂଶୁଘାତ ରୁମ୍‌ର ଆବଶ୍ୟକତା ରହିଛି। ଏହାସହ ଡେମୋଗ୍ରାଫି ଇଣ୍ଟିଗ୍ରେଟେଡ୍‌ ସର୍ଭେଲାନ୍‌ସ ଫର ହେଲ୍‌ଥ ଆସେସମେଣ୍ଟ-ଜେରିଆଟ୍ରିକ୍‌(ଡିଆଇଏସ୍‌ଏଚ୍‌ଏ-ଜି) ଜରିଆରେ ଗ୍ରାମାଞ୍ଚଳର ବୟସ୍କ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି। ଆଦିବାସୀ ଅଞ୍ଚଳରେ ଲୋକଙ୍କ ରକ୍ତହୀନତାର ପ୍ରଭାବ ଉପରେ ମଧ୍ୟ ଅଧ୍ୟୟନ କରାଯାଇଛି।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ଆରଏମ୍‌ଆରସି, ଭୁବନେଶ୍ବରର ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି କହିଛନ୍ତି, ବୟସ୍କଙ୍କ ଆଣ୍ଠୁଗଣ୍ଠି ବାତ ରୋଗର ନିରାକରଣ ପାଇଁ ଆବଶ୍ୟକ ବ୍ୟାୟାମର ଏକ ମାନୁଆଲ ପ୍ରସ୍ତୁତ କରାଯାଇଛି। ଯାହାଫଳରେ ସେମାନେ ଘରେ ରହି ଏହି ବ୍ୟାୟାମ କରିପାରିବେ। ଏହାସହ ମଧୁମେହଜନିତ ରେଟିନୋପାଥିର ଆଗୁଆ ଚିହ୍ନଟ ପାଇଁ ଟେଲି ମେଡିସିନ୍‌ର ଗବେଷଣା ଜାରି ରହିଛି। ଅନେକଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ପାଇଁ ଓଷ୍ଟିଓପୋରୋ‌ସିସ୍‌ ଦେଖାଯାଇଥାଏ। ଯାହାଫଳରେ ୫୦ବର୍ଷ ଟପିବା ପରେ ଜଣେ ସାଧାରଣ ଭାବେ ପଡ଼ିଗଲେ ମଧ୍ୟ ଫ୍ରାକ୍‌ଚର ହୋଇଯାଉଛି। ଏହାର ନିରାକରଣ ଉପରେ ଗବେଷଣା ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.