Search operation: ମାଓବାଦୀଙ୍କ ୩ଟି ଡ଼ମ୍ପ ଠାବ; ୧୩୬ଟି ବିଜିଏଲ ସେଲ ଓ ୧୪୦୦ ଫୁଟ କୋଡେକ୍ସ ତାର ଜବତ

1 hour ago 1
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପାମେଡ଼ ଓ ଗଙ୍ଗାଲୁର ଥାନା ଅଞ୍ଚଳରେ ଚଳାଇଥିବା ସର୍ଚ୍ଚ ଅପରେସନ୍‌ରେ ମାଓବାଦୀଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ୩ଟି ଡମ୍ପ ଠାବ କରାଯାଇଛି। ଏଥିରୁ ମୋଟ ୧୩୬ଟି ବିଜିଏଲ୍ ସେଲ୍, ୧୪୦୦ ଫୁଟ୍ କାର୍ଡେକ୍ସ ତାର ସମେତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ପାମେଡ଼ ଥାନା ଅନ୍ତର୍ଗତ ତୁମରେଲ-ସିଙ୍ଗମପଲ୍ଲୀ ଜଙ୍ଗଲରେ ଡିଆରଜି, ୨୦୮ କୋବ୍ରା ବାଟାଲିୟନ ଓ କେ-୯ ଡଗ୍ ସ୍କ୍ୱାଡ୍‌ର ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ଡଗ୍ ସ୍କ୍ୱାଡ୍‌ର ସହାୟତାରେ ମାଓବାଦୀଙ୍କ ଲୁଚାଇ ରଖିଥିବା ଏକ ଡମ୍ପ ଠାବ ହୋଇଥିଲା। ସେଠାରୁ ୧୦୩ଟି ବିଜିଏଲ୍ ସେଲ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।

Maoist organizations: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରୁ ଏକାଧିକ ମାଓବାଦୀ ସଂଗଠନ ନିଶ୍ଚିହ୍ନ: ପିଏଲ୍‌ଜିଏରୁ ଆରମ୍ଭ ହୋଇଥିବା ସଂଗଠନର ଯାତ୍ରା ଏବେ ଥମିଛି

ସେହିପରି ଗଙ୍ଗାଲୁର ଥାନା ଅନ୍ତର୍ଗତ ଏଫ୍‌ଓବି କୁପ୍ପାଗୁଡ଼ା ଅଧୀନ ଲେକାମପାରା ଜଙ୍ଗଲରେ ସିଆରପିଏଫ୍‌ର ୧୯୯ତମ ବାଟାଲିୟନ, ୨୦୪ କୋବ୍ରା ବାଟାଲିୟନ ଓ କେ-୯ ଡଗ୍ ସ୍କ୍ୱାଡ୍ 'ଭେସ୍ପା'ର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ କରିଥିଲେ। ଏଠାରେ ମାଓବାଦୀଙ୍କ ଦୁଇଟି ଡମ୍ପ ଠାବ ହୋଇଥିଲା। ଏଥିରୁ ୩୩ଟି ବିଜିଏଲ୍ ସେଲ୍, ୧୪୦୦ ଫୁଟ୍ କାର୍ଡେକ୍ସ ତାର ସମେତ ଅନ୍ୟାନ୍ୟ ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା। ଏହି ଅଭିଯାନ ପରେ ଜବତ ସାମଗ୍ରୀକୁ ନେଇ ପାମେଡ଼ ଓ ଗଙ୍ଗାଲୁର ଥାନାରେ ପୃଥକ୍ ପୃଥକ୍ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀର ଏହି ସଫଳତା ମାଓବାଦୀଙ୍କ ଗୁପ୍ତ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଭଣ୍ଡାର ଉପରେ ବଡ଼ ପ୍ରହାର ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.