School: ପାରଳା ବିଧାୟକଙ୍କ ଅଚାନକ ଗସ୍ତ, ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅନୁପସ୍ଥିତ

2 weeks ago 9
ARTICLE AD BOX

କାଶୀନଗର:କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତ ଅଧୀନରେ ଥିବା ନାଭଡା  ପ୍ରାଥମିକ ବିଦ୍ୟାଳୟ ଯେଉଁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଯାଉଛି ଯେଉଁଠି ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରିଥାନ୍ତି। ଆଜି କୌଣସି ଛୁଟି ଦିନ ମଧ୍ୟ ନଥିଲେ ବି କୌଣସି ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନ ଥିବା ସମସ୍ତଙ୍କୁ ଚକିତ କରିଛି।

ପ୍ରଧାନ ଶିକ୍ଷକ ଛୁଟିରେ

ଆଜି ହଠାତ ସ୍ଥାନୀୟ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ସେହି ବିଦ୍ୟାଳୟରେ ଆକସ୍ମିକ ଭାବେ ପହଞ୍ଚି ପରିଦର୍ଶନ କରିଥିବା ବେଳେ ବିଦ୍ୟାଳୟର ଶ୍ରେଣୀ କକ୍ଷରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନ ଥିବା ଦେଖି ତାଜୁବ ହୋଇ ଉପସ୍ଥିତ ଥିବା ଶିକ୍ଷକ ରଜନୀକାନ୍ତ ମହାପାତ୍ରଙ୍କୁ ଏ ବିଷୟରେ ପଚାରିବାରୁ କୌଣସି ସଠିକ ଉତ୍ତର ଦେଇପାରିନଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଉଚ୍ଚ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରେଇ ତୁରନ୍ତ ବିଦ୍ୟାଳୟ ସୁଚାରୁ ରୂପେ ଚାଲୁ ରହିବା ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ ସେଥିପାଇଁ ଅଭିଭାବକମାନଙ୍କ ସହ ଯୋଗାଯୋଗ କରି ଉଚିତ ପଦକ୍ଷେପ ନେବା ସହ ଶ୍ରେଣୀ କକ୍ଷ ଚାଲୁ ରହିବା ନିମନ୍ତେ ନିର୍ଦେଶ ଦେଇ ଥିବା ସୂଚନା ମିଳିଛି। ଏଣେ ବିଧାୟକଙ୍କ ଗସ୍ତ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ପ୍ରଧାନ ଛୁଟିରେ ଥିବା ସୂଚନା ହସ୍ତଗତ ହୋଇଛି।

Snake Bite: ସାପ କାମୁଡ଼ାରେ ୪ ବର୍ଷର ନାବାଳକଙ୍କ ମୃତ୍ୟୁ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସମରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.