ARTICLE AD BOX
ଭୁବନେଶ୍ବର: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ହେଉଛି। ଝାରସୁଗୁଡ଼ାରେ ହୋଇଥିବା ଆନ୍ଦୋଳନରେ ସ୍କୁଲ ଛାତ୍ରୀ ସାମିଲ ହେବା ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଉପରେ ନିଷେଧାଦେଶ ଥିବାବେଳେ କେଉଁ ପରିସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀ ସାମିଲ ହେଲେ ସେ ନେଇ ଆୟୋଗ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛନ୍ତି। ଏହାସହ ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍ପି ଏବଂ ଜିଲ୍ଲା ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା
ଗତକାଲି ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ହୋଇଥିବା ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସ ଏବଂ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କ ସହ କୁନିକୁନି ପିଲାମାନେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ତିନି ନେତ୍ରୀଙ୍କୁ ନୋଟିସ୍ ହୋଇଛି। ଦଳର ସଭାପତି ଭାବେ ନବୀନ ପଟ୍ଟନାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି।
ଆୟୋଗ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକଳାପରେ ଶିଶୁମାନଙ୍କୁ ଏଭଳି ଅସୁରକ୍ଷିତ ଭାବେ ବ୍ୟବହାର କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା, ମର୍ଯ୍ୟାଦା କ୍ଷୁଣ୍ଣ ହେବା ସହ ସେମାନଙ୍କ ଶିକ୍ଷା ଗ୍ରହଣର ଅଧିକାର ବାଧାପ୍ରାପ୍ତ ହୋଇଛି। ଯାହା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଓ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଆପରାଧିକ ମାମଲା। ତେଣୁ କାହିଁକି ରାଜନୈତିକ ଦଳ ଆନ୍ଦୋଳନରେ ସ୍କୁଲ ଛାତ୍ରୀଙ୍କୁ ସାମିଲ କରାଗଲା, ସେ ସଂପର୍କରେ ୭ଦି ନ ଭିତରେ ଜବାବ ଦେବାକୁ କୁହାଯାଇଛି।
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

3 weeks ago
10


