School lunch: ସ୍କୁଲ ମଧ୍ୟାହ୍ନଭୋଜନକୁ ଦରଦାମ୍‌ ମାଡ଼: ଥାଳିରୁ ହଟିଯିବ ଅଣ୍ଡା!

1 week ago 13
ARTICLE AD BOX

ଭୁବନେଶ୍ବର: ଅଣ୍ଡା ଗୋଟା ୧୦ ଟଙ୍କା‌। ସବୁ ପରିବା କିଲୋ ପିଛା ଦର ୬୦ ଟଙ୍କା ତଳକୁ ନାହିଁ। ଖାଇବା ତେଲ ଲିଟର ପିଛା ମୂଲ୍ୟ ୨୦୦ ଟଙ୍କା। ଆଳୁ ନିୟନ୍ତ୍ରଣ ଭିତରେ ରହିଥିବା ବେଳେ ପିଆଜ କେଜି ୪୦ ଟଙ୍କା ଛୁଇଁଲାଣି। ଗ୍ୟାସ୍‌ ସଙ୍କଟ ଏପର୍ଯ୍ୟନ୍ତ ସୁଧୁରି ନାହିଁ। ଓଡ଼ିଶା ବଜାରରେ ଆଜି ଦିନରେ ଦରଦାମ୍‌ ଏଭଳି ରହିଥିବାରୁ ଏହାର ସିଧାସଳଖ ପ୍ରଭାବ ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ମାଗଣା ମଧ୍ୟାହ୍ନଭୋଜନ ଉପରେ ପଡ଼ିଛି। ପିଏମ୍‌ ପୋଷଣ ଯୋଜନାରେ ସପ୍ତାହର ୬ ଦିନ ପିଲାଙ୍କୁ ଆବଶ୍ୟକୀୟ ଗୁଣାତ୍ମକ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇବା ଏବେ କଷ୍ଟକର ହୋଇପଡ଼ିଲାଣି। ବର୍ଷକ ତଳେ ମଧ୍ୟାହ୍ନଭୋଜନ ଦର ବଢ଼ିଥିଲେ ମଧ୍ୟ ଯେଉଁଭଳି ଭାବେ ବଜାରରେ ଦରଦାମ୍‌ ବଢ଼ିଛି ତାହା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ପ୍ରାଥମିକ ବିଦ୍ୟାଳୟରେ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥକୁ ମିଶାଇ ପ୍ରାଥମିକ ବିଦ୍ୟାଳୟର ଜଣେ ପିଲାଙ୍କ ପିଛା ୧୧ ଟଙ୍କା ୧୫ ପଇସା ଦିଆଯାଉଥିବା ବେଳେ କେବଳ ଅଣ୍ଡା ଗୋଟିଏ କିଣିବାକୁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ବାକି ୧ ଟଙ୍କା ୧୫ ପଇସାରେ କିଭଳି ଅନ୍ୟାନ୍ୟ ରୋଷେଇ ସରଞ୍ଜାମ କିଣାଯିବ ତାହା ମଧ୍ୟାହ୍ନଭୋଜନ ପରିଚାଳକଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।

Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

ଆଜି ପିଲାଙ୍କୁ ଗୋଟାଏ ଅଣ୍ଡା ଦିଆଯାଇ ନାହିଁ
ବିକଳ୍ପ ବ୍ୟବସ୍ଥା ପାଇଁ ଚାଲିଛି ମାନସମନ୍ଥନ
ଖାଇବା ତେଲ, ପରିବା ଦର ନିୟନ୍ତ୍ରଣ ବାହାରେ

ସାରା ଓଡ଼ିଶାରେ ଅଣ୍ଡା ଅଭାବ ସୃଷ୍ଟି ହୋଇଥିବାରୁ ଆଗକୁ ମଧ୍ୟାହ୍ନଭୋଜନ ଥାଳିରୁ ଅଣ୍ଡା ହଟିବା ପରିସ୍ଥିତି ଉପୁଜିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗତକାଲି କହିଥିଲେ ଯେ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଥିବାରୁ ‌ପିଲାଙ୍କୁ ଅଣ୍ଡା ଖାଇବାକୁ ଦିଆଯାଉଛି। ଆବଶ୍ୟକୀୟ ଅଣ୍ଡା ଉତ୍ପାଦନ ହେଉ ନ ଥିବାରୁ ଯୋଗାଣରେ ସମସ୍ୟା ହେଉଥିବା ସେ କହିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ବକ୍ତବ୍ୟ ପରେ ଆଗକୁ ଅଣ୍ଡା ସଙ୍କଟ ଜଳଜଳ ଦେଖାଦେଉଛି। ଯଦି ସେମିତି କିଛି ହୁଏ ତେବେ ବିଦ୍ୟାଳୟରେ ପିଲାଙ୍କୁ ଅଣ୍ଡା ବଦଳରେ ବିକଳ୍ପ ଖାଦ୍ୟ ଯୋଗାଇବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରୁଛି। ଆଜି କେତେକ ବିଦ୍ୟାଳୟରେ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦିଆଯାଇ ନ ଥିବା ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀମାନେ ସ୍ଥିତିର ସମୀକ୍ଷା କରିଥିବା ଜଣାପଡ଼ିଛି।

Protest: ଚିତାରେ ଶୋଇଲେ, ଫାଶୀରେ ଝୁଲିବାର ଅଭିନୟ କଲେ ଆଦିବାସୀ

ପିଏମ୍‌ ପୋଷଣ ତଥ୍ୟ ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରୁଥିବା ପିଲାଙ୍କ ପିଛା ୧୧ଟଙ୍କା ୧୫ ପଇସା ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟାହ୍ନଭୋଜନ ବାବଦରେ ୧୪ ଟଙ୍କା ୮୪ ପଇସା ଦିଆଯାଉଛି। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ମାଗଣାରେ ଚାଉଳ ଯୋଗାଣ ହେଉଛି। ଏତେ କମ୍ ମୂଲ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା କଷ୍ଟକର ହେଉଥିବା ବିଭିନ୍ନ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଏବେ ଯେଉଁ ସ୍ଥିତି ଉପୁଜିଛି ସେଥିରେ ସପ୍ତାହକୁ ତିନି ଦିନ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦେବା ସମ୍ଭବପର ହେବ ନାହିଁ। ମାସକ ତଳେ ୬ରୁ ୭ ଟଙ୍କା ଭିତରେ ରହିଥିବାରୁ ୧୧ ଟଙ୍କା ୧୫ ପଇସାରୁ ବଳୁଥିବା ୫ ଟଙ୍କାରେ ଅନ୍ୟାନ୍ୟ ସାମଗ୍ରୀ କିଣାଯାଉଥିଲା। କୌଣସି ଅସୁବିଧା ନ ଥିଲା। ଏବେ କେତେକ ଜିଲ୍ଲାରେ ଅଣ୍ଡା ଗୋଟାଏ ୧୦ ଟଙ୍କାରେ ବିକ୍ରି ହେଉଥିବା ନଜରକୁ ଆସିଲାଣି। ସ୍ଥିତିରେ ସୁଧାର ନ ଆସିଲେ ଆଗକୁ ପିଲାଙ୍କୁ ଫାଳେ ଲେଖାଏଁ ଅଣ୍ଡା ଦେବୁ ବୋଲି ସେମାନେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.