SCB: ଏସ୍‌ସିବିରେ ପୁଣି ହେବ ଲିଭର ପ୍ରତିରୋପଣ: ୫ ରୋଗୀଙ୍କୁ ସ୍କ୍ରିନିଂ, ଦୁଇ ଜଣଙ୍କ ପାଇଁ ଡୋନର୍ ଚୂଡ଼ାନ୍ତ

1 week ago 5
ARTICLE AD BOX

କଟକ: ଏସ୍‌ସିବି ମେଡିକାଲରେ ଦୁଇ ବର୍ଷ ହେବ ବନ୍ଦ ରହିଥିବା ଲିଭର୍ ପ୍ରତିରୋପଣ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଚେନ୍ନାଇର ଏମ୍‌ଜିଏମ୍ ଇନଷ୍ଟିଚ୍ୟୁଟ୍‌ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ଡାକ୍ତରୀ ଟିମ୍ ଏସ୍‌ସିବି ଆସିବେ। ଏଥିପାଇଁ ଏସ୍‌ସିବି ମେଡିକାଲ୍ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ପକ୍ଷରୁ ୫ ଜଣ ରୋଗୀଙ୍କୁ ସ୍କ୍ରିନିଂ କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣ ରୋଗୀଙ୍କ ଲିଭର ପ୍ରତିରୋପଣ ପାଇଁ ଡୋନର୍ ଭାବେ ଉଭୟଙ୍କ ପତ୍ନୀ ସମ୍ମତି ଦେଇଥିବା ବେଳେ ଅନ୍ୟ ତିନି ରୋଗୀଙ୍କ ଡୋନର୍ ସ୍ଥିର ହୋଇପାରିନାହିଁ। ଏଥିପାଇଁ ଡାକ୍ତରୀ ଟିମ୍ ସମସ୍ତ ପରୀକ୍ଷା ନିରୀକ୍ଷା ନିୟମିତ ବ୍ୟବଧାନରେ କରୁଛନ୍ତି। 

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

୫ ରୋଗୀଙ୍କୁ ସ୍କ୍ରିନିଂ, ଦୁଇ ଜଣଙ୍କ ପାଇଁ ଡୋନର୍ ଚୂଡ଼ାନ୍ତ
୩୦ରେ ଆସିବ ଏମ୍‌ଜିଏମ୍‌ ଇନଷ୍ଟିଚ୍ୟୁଟ୍‌ ଟିମ୍

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

ଦିଲ୍ଲୀ ଏମ୍‌ସ ୫ ବର୍ଷ ତଳେ ଯେଉଁ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରୁଥିଲା ତାକୁ ବନ୍ଦ କରିଦେଇଛି। ଘରୋଇ ହସପିଟାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ କଲେ ରୋଗୀ ପିଛା ପାଖାପାଖି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ସାରା ଦେଶରେ ଥିବା ଉଭୟ ଘରୋଇ ଓ ସରକାରୀ ହସପିଟାଲରେ ଚେନ୍ନାଇର ଏମଜିଏମ୍ ଇନଷ୍ଟିଚ୍ୟୁଟ୍‌ ଓ ହାଇଦ୍ରାବାଦ ଏଆଇଜି(ଏସିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି) ହସପିଟାଲର ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଲିଭର ପ୍ରତିରୋପଣ କରିଥାନ୍ତି। ଏହି ଟିମ୍‌ରେ ୧୦ ଜଣ ଡାକ୍ତର ଓ ୧୦ ସହଯୋଗୀ କାମ କରୁଛନ୍ତି।  ଏସ୍‌ସିବିରେ ଯଦିଓ ଭିତ୍ତିଭୂମି ରହିଛି, କିନ୍ତୁ ମାନବସମ୍ବଳ ସମସ୍ୟା ରହିଛି। ୨୦୨୨ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ହାଇଦ୍ରାବାଦ ଏଆଇଜି ହସପିଟାଲ ମଧ୍ୟରେ ଏମ୍‌ଓୟୁ ହୋଇଥିଲା।

Congress: ଭଦ୍ରକଜିଲ୍ଲା କଂଗ୍ରେସ କମିଟିରେ ୫୧ କର୍ମକର୍ତ୍ତା, ୨୫ କାର୍ଯ୍ୟକାରିଣୀ କମିଟିକୁ ମନୋନୀତ

୨୨ କୋଟି ଟଙ୍କା ମୂଲ୍ୟରେ ଏସ୍‌ସିବି ଟ୍ରମା କାଜୁଆଲିଟି କୋଠାର ଚାରି ମହଲାରେ ଲିଭର୍ ପ୍ରତିରୋପଣ ୟୁନିଟ୍‌ ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଏପ୍ରିଲ ଓ ସେପ୍ଟେମ୍ବରରେ ଦୁଇ ଜଣ ରୋଗୀଙ୍କ ଲିଭର୍ ପ୍ରତିରୋପଣ କରାଯାଇଥିବା ବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ପରବର୍ତ୍ତୀ ସମୟରେ ଏଆଇଜି ହସ୍‌ପିଟାଲ ଏହି ଚୁକ୍ତିନାମାରୁ ଓହରିଯାଇଥିଲା। ଏବେ ପୁଣି ଥରେ ରାଜ୍ୟ ସରକାର ଚେନ୍ନାଇର ଏମ୍‌ଜିଏମ୍‌ ଇନଷ୍ଟିଚ୍ୟୁଟ୍‌ ସହିତ ଚୁକ୍ତି କରିଛନ୍ତି। ଆସନ୍ତା ୩୦ ତାରିଖରେ ଏହି ଇନଷ୍ଟିଚ୍ୟୁଟ୍‌ର ଡାକ୍ତରୀ ଟିମ୍ ଏସ୍‌ସିବି ମେଡିକାଲ୍ ଆସୁଛନ୍ତି। ଆସନ୍ତା ଅକ୍ଟୋବରରେ ଏହି ଟିମ୍ ଏସ୍‌ସିବିରେ ଲିଭର୍ ପ୍ରତିରୋପଣ କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ରୋଗୀଙ୍କ ସମସ୍ତ ପରୀକ୍ଷା ଓ ଅନ୍ୟାନ୍ୟ ଡାକ୍ତରୀ କାଗଜପତ୍ର କାମ ଶେଷ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.