Scam: ଜାଲ ଦସ୍ତଖତ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ

2 weeks ago 9
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା):ଜିଲ୍ଲା ଉନ୍ନୟନ କାର୍ଯ୍ୟାଳୟ ତଥା ଜିଲ୍ଲା ପରିଷଦ ଅଧୀନରେ ଥିବା ରାୟଗଡ଼ା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଜାଲ ଦସ୍ତଖତ କରି କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ଆତ୍ମସାତ ହୋଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ଡୁଡ଼ା କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧ କୋଟି ୯ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରି ଫେରାର ହୋଇ ଯାଇଥିବା ଜଣାପଡିଛିI 

ଏହି ଘଟଣା ଗତ ୧୦ ତାରିଖରେ ସାମ୍ନାକୁ ଆସିଥିବାବେଳେ ୧୮ ତାରିଖ ଦିନ ଏନେଇ ରାୟଗଡ଼ା ଡିଆରଡିଏ ପକ୍ଷରୁ ଟାଉନ୍ ଥାନାରେ  ମାମଲା ରୁଜୁ କରାଯାଇଛି। ଜାଲିଆତି କରି ସରକାରୀ ଅର୍ଥକୁ ନିଜ ଏକାଉଣ୍ଟରେ ଟ୍ରାନସଫର୍ କରିବା ପରେ ବାବୁ ଜଣକ ନିଜ କୋଠରୀରେ ତାଲା ପକାଇ ଫେରାର୍ ହୋଇଯାଇଥିଲେ। ଏଯାଏଁ ମୋବାଇଲ ଫୋନ୍ ବନ୍ଦ କରି ବିନୟ ହରିଜନ ଫେରାର ଥିବା କୁହାଯାଉଛି। ବିନୟ ହରିଜନ ରାୟଗଡ଼ା ନଗର ଉନ୍ନୟନ ସଂସ୍ଥା, ଡୁଡାରେ ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ତଥା କେସିଅର ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ। 

ତେବେ ଏହି ଅର୍ଥ ସେ କେବେଠାରୁ ହଡ଼ପ କରୁଥିଲେ ତାହାର ସବିଶେଷ ସୂଚନା ବିଭାଗୀୟ  ଅଧିକାରୀ କିମ୍ବା ପୁଲିସ ପ୍ରଦାନ କରୁନାହାନ୍ତି। ବିନୟ ହରିଜନ ଜଣେ ଆଉଟ ସୋର୍ସିଙ୍ଗ କର୍ମଚାରୀ ହୋଇଥିଲେ ମଧ୍ୟ କିଭଳି ଆକାଉଣ୍ଟରୁ ଏତେ ପରିମାଣରେ ଟଙ୍କା ହଡ଼ପ କରିବାରେ ସମର୍ଥ ହେଲେ ତାକୁ ନେଇ  ସନ୍ଦେହ ସୃଷ୍ଟି ହୋଇଛିI 

ବିନୟ ହରିଜନ  ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ ଏବଂ ଡୁଡ଼ା ଆକାଉଣ୍ଟକୁ ଗତ ୨ ବର୍ଷ ହେଲା ଯୋଜନା ବାବଦରେ ଅନୁଦାନ ଆସିନାହିଁI କେବଳ ଦରମା ଓ କଣ୍ଟିଜେନସି ଫଣ୍ଡ ଆସୁଥିବା  ଜଣାପଡ଼ିଛି। ଏଥିରୁ ସହଜରେ ଅନୁମେୟ ଯେ ବିନୟ ଦୀର୍ଘ ବର୍ଷ ହେଲା ସରକାରୀ  ଅର୍ଥ ହଡପ କରୁଥିଲେI 

Arrest: ବନ୍ଧାହେଲେ ଲ୍ୟାମ୍ପସ୍‌ ଏମ୍‌ଡି, ୭୫ ଲକ୍ଷ ଆତ୍ମସାତ

ଏଠାରେ ପ୍ରଶ୍ନ ଉଠୁଛି କାର୍ଯ୍ୟାଳରେ ଅର୍ଥ କାରବାରକୁ ନେଇ ବିଭାଗ ରହିଥିଲେ ମଧ୍ୟ ଜାଲିଆତି ସମ୍ପର୍କରେ କିପରି ଜଣାପଡ଼ିଲା ନାହିଁ? ପ୍ରତିବର୍ଷ ଅଡିଟ ହେଉଥିଲେ ମଧ୍ୟ ଏହା କିପରି ସାମ୍ନାକୁ ଆସିଲା ନାହିଁ? ଡିଆରଡିଏ କାର୍ଯ୍ୟାଳୟର ସ୍ୱଛତା ଉପରେ ପ୍ରଶ୍ନ ଉଠିବା ସହ ଏଥିରେ ଅନ୍ୟ କର୍ମଚାରୀଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ସାଧାରଣରେ ଆଲୋଚନା ଯୋର ଧରିଛିI ଆର୍ଥିକ ଅନିୟମିତତା କଥା  ସାମ୍ନାକୁ ଆସିବା ପରେ ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିବା ଜିଲ୍ଲା ଉନ୍ନୟନ ଅଧିକାରୀ (ସିଡିଓ )ସୂଚନା ଦେଇଛନ୍ତି।  

ସରକାରୀ ଗାଡ଼ିର ତେଲ, ଦରମା ଓ ଅନ୍ୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଅIତ୍ମସାତ୍ ହୋଇଥିବା ଜଣାପଡିଛି। ପାଖାପାଖି ୫ ବର୍ଷ ପୂର୍ବରୁ  ସରକାରୀ ଅର୍ଥକୁ ପର୍ଯ୍ୟାକ୍ରମେ ବିଭାଗୀୟ ଅଧିକାରୀ ବା ପିଡିଙ୍କ ଜାଲ ଦସ୍ତଖତ କରି ବିନୟ ହରିଜନ ବ୍ୟାଙ୍କ ମାଧ୍ୟମରେ ନିଜ ଏକାଉନଣ୍ଟକୁ ନେଇ ଯାଇଛନ୍ତି। ତେବେ ସଂପୃକ୍ତ ବ୍ୟାଙ୍କ ଏପରି ଅନିୟମିତତାକୁ କିପରି ଜାଣିପାରିଲା ନାହିଁ ବୋଲି ଏବେ ପ୍ରଶ୍ନ ଉଠୁଛି। ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.