Saudi prince found dead : ବିଳାସପୂର୍ଣ୍ଣ ହୋଟେଲରୁ ଉଦ୍ଧାର ହେଲା ସାଉଦି ରାଜକୁମାରଙ୍କ ମୃତଦେହ

1 month ago 14
ARTICLE AD BOX

ଲଣ୍ଡନ: ଶୁକ୍ରବାର ଦିନ ୟୁକେ କୋରୋନର କୋର୍ଟରେ ହୋଇଥିବା ଶୁଣାଣିରୁ ପ୍ରକାଶ ପାଇଛି ଯେ, ଲଣ୍ଡନର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଦ, ଡ୍ରଗ୍ସ ଏବଂ ମାନସିକ ଚାପ ସମସ୍ୟା ପାଇଁ ନିଆଯାଉଥିବା ଔଷଧର ମାତ୍ରାଧିକ ସେବନ ଯୋଗୁଁ ୨୯ ବର୍ଷୀୟ ସାଉଦି ରାଜକୁମାର ଅବଦୁଲ୍ଲା ବିନ୍ ଫହଦ୍ଙ୍କ ମୃତ୍ୟୁ ଘଟିଛି। ରାଜକୁମାର ଅବଦୁଲ୍ଲା କେନ୍ସିଂଟନସ୍ଥିତ ମ୍ୟାରିଅଟ୍ ହୋଟେଲର ନିଜ ରୁମରେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ହୋଟେଲ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ପରେ ପାରାମେଡିକ୍ସ ତାଙ୍କୁ ମୃତ ଘୋଷଣା କରିଥିଲେ।

ତଦନ୍ତ ଓ ଟକ୍ସିକୋଲୋଜି ରିପୋର୍ଟରୁ ଜଣାପଡ଼ିଛି ଯେ, ତାଙ୍କ ରକ୍ତରେ ଆଲକୋହଲର ମାତ୍ରା ନିର୍ଦ୍ଧାରିତ ଆଇନଗତ ସୀମାଠାରୁ ପ୍ରାୟ ତିନି ଗୁଣ ଅଧିକ ଥିଲା, ଯାହା ମଣିଷକୁ କୋମାକୁ ନେଇଯିବା ପାଇଁ ଯଥେଷ୍ଟ। ଏହାସହ ତାଙ୍କ ଶରୀରରୁ ପ୍ରାଣଘାତୀ ଡ୍ରଗ୍ସ, ଗଞ୍ଜେଇ ଓ ଆଞ୍ଜାଇଟି ପାଇଁ ବ୍ୟବହୃତ ହେଉଥିବା ଜାନାକ୍ସ ଭଳି ଔଷଧର ଅଂଶ ମିଳିଥିଲା। ଏହି ସବୁ ନିଶାଦ୍ରବ୍ୟ ଗୁଡ଼ିକୁ ଏକାସାଙ୍ଗେ ସେବନ ଯୋଗୁଁ ତାଙ୍କର ହୃଦଘାତ ହୋଇଥିବା ଡାକ୍ତରୀ ଦଳ ସ୍ପଷ୍ଟ କରିଛନ୍ତି। ଇନର ୱେଷ୍ଟ ଲଣ୍ଡନ କୋରୋନର କୋର୍ଟର ଆସିଷ୍ଟାଣ୍ଟ କୋରୋନର ଜିନ୍ ହାର୍କିନ୍ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି। ରାଜକୁମାର ଆତ୍ମହତ୍ୟା କରିଥିବାର କୌଣସି ପ୍ରମାଣ କିମ୍ବା ନୋଟ୍ ମିଳିନଥିବା ସହ ଏଥିରେ କୌଣସି ତୃତୀୟ ପକ୍ଷର ସମ୍ପୃକ୍ତି ନଥିବା ସେ ସ୍ପଷ୍ଟ କରିଛନ୍ତି। ସାଉଦି ରାଜପରିବାର ପକ୍ଷରୁ ମଧ୍ୟ ଏହି ମୃତ୍ୟୁ ସମ୍ପର୍କରେ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.