ARTICLE AD BOX
ଇସଲାମାବାଦ: ୟେମେନ୍ର ହୁତି ବିଦ୍ରୋହୀଙ୍କ ବିରୋଧରେ ସାଉଦି ଆରବର ସାମରିକ ଅଭିଯାନ ତୀବ୍ର ହେଉଥିବା ବେଳେ ପାକିସ୍ତାନ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ୍ଙ୍କ ସହ ଫୋନ୍ରେ କଥା ହୋଇ ରିୟାଦ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସାଉଦି ସହ ହୋଇଥିବା ପ୍ରତିରକ୍ଷା ଚୁକ୍ତି ପ୍ରତି ପାକିସ୍ତାନ ପ୍ରତିବଦ୍ଧ ରହିବ। ତେବେ ଏହି ଚୁକ୍ତିର ଅର୍ଥ ହୁତିଙ୍କ ବିରୋଧରେ ପାକିସ୍ତାନୀ ସେନା ସିଧାସଳଖ ଆକ୍ରମଣ କରିବା ନୁହେଁ ବୋଲି ଇସଲାମାବାଦ ସ୍ପଷ୍ଟ କରିଛି।
ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ପ୍ରତିରକ୍ଷା ଚୁକ୍ତିକୁ ନେଇ ଗତ କିଛି ଦିନ ହେଲା ଅନେକ ପ୍ରଶ୍ନ ଉଠିଥିଲା। ବିଶେଷକରି ୟେମେନ୍ରେ ହୁତିଙ୍କ ଗତିବିଧି ବଢ଼ିବା ପରେ ସାଉଦି ଆରବ ପାକିସ୍ତାନଠାରୁ ସାମରିକ ସହଯୋଗ ଆଶା କରୁଛି କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ପାକିସ୍ତାନ ହୁତିଙ୍କ ବିରୋଧରେ ବିମାନ ଆକ୍ରମଣ କରିବ ବୋଲି ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନ ତା’ର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି, ପ୍ରତିରକ୍ଷା ଚୁକ୍ତି ଅନୁଯାୟୀ ସାଉଦି ଆରବର ସୁରକ୍ଷା ପ୍ରତି ବିପଦ ଦେଖାଦେଲେ ଇସଲାମାବାଦ ତାହାକୁ ଗୁରୁତ୍ବର ସହ ନେବ।
ଆହୁରି ପଢନ୍ତୁ: Kashinagar Theft: କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର
କିନ୍ତୁ ହୁତିଙ୍କ ବିରୋଧରେ ପାକିସ୍ତାନ ନିଜ ସେନାକୁ ସାମିଲ କରିବ ବୋଲି କୌଣସି ପ୍ରତିଶ୍ରୁତି ଦେଇନାହିଁ। ଶେହବାଜ ଓ ମହମ୍ମଦ ବିନ୍ ସଲମାନ୍ଙ୍କ ଆଲୋଚନାକୁ ଇସଲାମାବାଦର ‘ଡ୍ୟାମେଜ୍ କଣ୍ଟ୍ରୋଲ୍’ ପ୍ରୟାସ ଭାବେ ଦେଖାଯାଉଛି। ବାବ୍ ଅଲ୍-ମନ୍ଦେବ୍ ଜଳପଥ ଉପରେ ହୁତିଙ୍କ ନିୟନ୍ତ୍ରଣ ବଢ଼ିବା ପରେ ୟେମେନ୍ ସଙ୍କଟ ଏବେ ଆଞ୍ଚଳିକ ସୁରକ୍ଷା ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇଛି। ଏପରି ସ୍ଥିତିରେ ସାଉଦି ଆରବକୁ ସମର୍ଥନ ଜଣାଇବା ସହ ସିଧାସଳଖ ଯୁଦ୍ଧରୁ ଦୂରେଇ ରହିବା ମଧ୍ୟରେ ପାକିସ୍ତାନ ସନ୍ତୁଳନ ରକ୍ଷା କରିବାକୁ ଉଦ୍ୟମ କରୁଛି।

3 days ago
4


