Satyavihar: ଗନ୍ଧଉଛି ସତ୍ୟବିହାର ଛକ: ଏନ୍‌ଏଚ୍‌-୧୬ରେ ଭାସୁଛି ବ୍ୟାବସାୟିକ ପ୍ରତିଷ୍ଠାନର ବର୍ଜ୍ୟଜଳ

2 weeks ago 9
ARTICLE AD BOX

ଭୁବନେଶ୍ବର: କୋଲକାତା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥରେ ସତ୍ୟବିହାର ଛକ ତଥା ହାଇଟେକ୍‌ ଛକ ଏକ ପ୍ରମୁଖ ଅଞ୍ଚଳ। ପୁରୀ ବାଇପାସ୍‌ ବି ଏଠାରେ ସଂଯୋଗ ହୋଇଛି। ଏହି ଜନଗହଳିପୂର୍ଣ୍ଣ ଛକରେ ବର୍ଷାଧିକ ହେଲାଣି ରାସ୍ତା ଉପରେ ବର୍ଜ୍ୟଜଳ ଭାସୁଛି। ଶୌଚ ପାଣିର ସୁଅ ରାସ୍ତା ଉପରେ ଛୁଟୁଛି ଓ ଉତ୍କଟ ଗନ୍ଧ ବାହାରୁଛି। ତଥାପି ନା ଏନ୍‌ଏଚ୍‌ଏଆଇର ନିଦ ଭାଙ୍ଗୁଛି ନା ବିଏମ୍‌ସିର। ଆଜି ପର୍ଯ୍ୟନ୍ତ ଏଠାରେ ଆବର୍ଜନା ଜଳ ନିଷ୍କାସନ ପାଇଁ କୌଣସି ନାଳ ତିଆରି ହୋଇନଥିବାରୁ ବ୍ୟବସାୟିକ ଓ ଆବାସିକ ପ୍ରତିଷ୍ଠାନ ସବୁ ରାସ୍ତାକୁ ଆବର୍ଜନା ପାଣି ଛାଡ଼ୁଛନ୍ତି, ଯାହାକୁ ମାଡ଼ି ଲୋକେ ଯା’ଆସ କରୁଛନ୍ତି।

Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

ଏନ୍‌ଏଚ୍‌-୧୬ରେ ଭାସୁଛି ବ୍ୟାବସାୟିକ ପ୍ରତିଷ୍ଠାନର ବର୍ଜ୍ୟଜଳ
ନାଳ ‌କଲେନି, ଓଲଟା ଘରୋଇ ନାଳକୁ ପୋତିଦେଲେ

ସେପଟେ ଏହି ଆବର୍ଜନା ପାଣି ଉପରେ ନାନାଦି ଖାଦ୍ୟର ପସରା ମେଲୁଛି। ଫାଷ୍ଟଫୁଡ୍‌ ସାଙ୍ଗକୁ ବିରିୟାନି, ଦହିବରା ବିକ୍ରି ହେଉଛି। ଯାହା ବର୍ଷାରେ ଜଣ୍ଡିସ୍‌ ଭଳି ରୋଗ ସଂକ୍ରମଣ କରିପାରେ। ରସୁଲଗଡ଼ରୁ କଟକ ଯିବା ରାସ୍ତାରେ ପଳାଶୁଣି ଓଭରବ୍ରିଜ୍‌ ଶେଷମୁଣ୍ଡରେ ସତ୍ୟବିହାର ଛକ ଉପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ଅନେକ ବଡ଼ ବଡ଼ ସପିଂ ମଲ୍‌, ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନର କଳା କିଟିକିଟି  ଆବର୍ଜନା ପାଣି ମାଡ଼ି ରାସ୍ତା ଉପରେ ଶିଉଳି ଚରିଗଲାଣି।

Odisha: ନିଟ୍‌ ୟୁଜିରେ ଆଲେନ୍‌ ଓଡ଼ିଶାର ସଫଳତା

ଶିଳ୍ପପତି ଧୀରେନ୍ଦ୍ର ମହାନ୍ତି କହିଛନ୍ତି, ଯେହେତୁ ଏଠାରେ ଆବର୍ଜନା ପାଣି ନି‌ଷ୍କାସନର କୌଣସି ବାଟ ନାହିଁ, ଏଣୁ ୩ ବର୍ଷ ତଳେ ସେ ନିଜେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ନାଳ ତିଆରିଥିଲେ ଯାହାକୁ ବିଏମ୍‌ସି ପୋତିଦେଲା। ଏବେ ଦୋକାନୀମାନେ ବି ଜାତୀୟ ରାଜପଥର ଏହି ଜାଗାକୁ ଜବରଦଖଲକୁ ନେଇଗଲେଣି। ଏମାନେ ବି ନିର୍ମାଣ ହୋଇଥିବା ନାଳରେ ଆଣି ଆବର୍ଜନା ପକାଉଛନ୍ତି। ଏଣୁ ବିଏମ୍‌ସି ନାଳ କଲେ, ଏହି ସମସ୍ୟାର ସମାଧାନ ହୋଇପାରିବ। କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ଏହି ଅଞ୍ଚଳ ବିଏମ୍‌ସିର ୫ ନମ୍ବର ୱାର୍ଡରେ ଆସୁଥିଲେ ବି ଜାଗା ଏନ୍‌ଏଚ୍ଏଆଇର। ଏଣୁ ଏଠାରେ ଆମେ ନାଳ କାମ କରିପାରୁନୁ। ଯେହେତୁ ରାସ୍ତା ଜାତୀୟ ରାଜପଥରେ ଆସୁଛି, ଏନ୍‌ଏଚ୍‌ଏଆଇ ନାଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା କଥା। କିନ୍ତୁ କେହି ଶୁଣୁନାହାନ୍ତି। ସେପଟେ ଏଠାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବି ବିଏମ୍‌ସିର ତାଗିଦ୍‌କୁ ବେଖାତିର କରୁଛନ୍ତି। ବାରମ୍ବାର ନାଳ ପାଣି ନ ଛାଡ଼ିବାକୁ ତାଗିଦ୍‌ ସତ୍ତ୍ବେ ଏମାନେ ଜୋର୍‌ ଜବରଦସ୍ତ ରାସ୍ତାକୁ ନାଳପାଣି ଛାଡ଼ୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.