Sarvesh Kushare: କୁଶାରେଙ୍କୁ ଐତିହାସିକ ହାଇଜମ୍ପ୍‌ ରୌପ୍ୟ

6 days ago 4
ARTICLE AD BOX

ଜାତୀୟ ରେକର୍ଡଧାରୀ ହାଇଜମ୍ପର୍‌ ସର୍ବେଶ କୁଶାରେ ସୋମବାର ରାତିରେ ଆଉ ଏକ ଇତିହାସ ରଚିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହାଇଜମ୍ପ୍‌ରେ ରୌପ୍ୟ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ଗ୍ଲାସ୍‌ଗୋରେ ସୋମବାର ରାତିରେ ୩୧ ବର୍ଷୀୟ ଏହି ଭାରତୀୟ ହାଇଜମ୍ପର୍‌ ୨.୨୫ ମିଟର ସଫଳତା ସହ ଡେଇଁ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ଜାମାଇକାର ରୋମେନ୍‌ ବେକ୍‌ଫୋର୍ଡ ସାମାନ ଉଚ୍ଚ ଡେଇଁଥିଲେ ମଧ୍ୟ ସ୍ବର୍ଣ୍ଣ ପାଇଥିଲେ। ଇଂଲଣ୍ଡର ଜ୍ୟାକ୍‌ କିମାନି (୨.୨୦ ମିଟର) କାଂସ୍ୟ ଜିତିଥିଲେ। ଏହି ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିଥିବା ଅନ୍ୟ ଜଣେ ଭାରତୀୟ ଆଦର୍ଶ ରାମ (୨.୧୫ ମିଟର) ପଞ୍ଚମ ସ୍ଥାନରେ ରହିଥିଲେ। କୁଶାରେଙ୍କ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର କେବଳ ତେଜସ୍ବିନ ଶଙ୍କର କାଂସ୍ୟ (ବର୍ମିଂହାମ୍‌, ୨୦୨୨) କାଂସ୍ୟ ଜିତିଥିଲେ। ସୋମବାର କିନ୍ତୁ ତେଜସ୍ବିନ ପ୍ରଥମ ପ୍ରୟାସରେ ୨.୦୫ ମିଟର ଡେଇଁବାରେ ବିଫଳ ହେବାରୁ ଓହରି ଯାଇଥିଲେ। ସେ ଗୁରୁବାର ପୁରୁଷ ଡେକାଥଲନ ଇଭେଣ୍ଟ୍‌ରେ ଟ୍ରାକ୍‌କୁ ଓହ୍ଲାଇବେ। ହାଇଜମ୍ପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ୨.୨୯ ମିଟର ରଖିଥିବା ୨୭ ବର୍ଷୀୟ ତେଜସ୍ବିନଙ୍କ ନଜର ଡେକାଥଲନ ଉପରେ ରହିଛି। ଗତ ଦୁଇ ବର୍ଷ ହେବ ସେ ବ୍ୟକ୍ତିଗତ ହାଇଜମ୍ପ୍‌ରେ ପ୍ରାୟତଃ ଭାଗନେଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିବାଦକାରୀଙ୍କ ପାଳନପୋଷଣ ଉପରେ ଆପତ୍ତିଜନକ ପ୍ରଶ୍ନ ଉଠାଇ ବିବାଦରେ କଙ୍ଗନା

ଆହତ ସତ୍ତ୍ବେ ଲଢ଼ିଲେ ବାଧାଦୌଡ଼ାଳି ଶିର୍ସେ

ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ୧୧୦ ମିଟର ବାଧାଡ଼ୌଡ଼ର ଫାଇନାଲ୍‌ରେ ପହଞ୍ଚିଥିଲେ ତେଜାସ ଶିର୍ସେ। ଫାଇନାଲ୍‌ ପୂର୍ବ ୱାର୍ମଅପ୍‌ ବେଳେ ତାଙ୍କର ଡେବିଲିଟେଟିଙ୍ଗ ନାଭିକୁଲାର ଷ୍ଟ୍ରେସ୍‌ ଫ୍ୟାକ୍‌ଚର ହୋଇଥିଲା। ଏହା ସତ୍ତ୍ବେ ସାହାସ ଦେଖାଇ ଫାଇନାଲ୍‌ ଟ୍ରାକ୍‌କୁ ଓହ୍ଲାଇଥିଲେ। ହେଲେ ଆହତ ଯୋଗୁଁ ଏହି ଜାତୀୟ ରେକର୍ଡଧାରୀ ୧୫.୩୯ ସେକେଣ୍ଡରେ ରେସ୍‌ ଶେଷ କରିବା ସହ ଅଷ୍ଟମ ସ୍ଥାନରେ ରହିଥିଲେ। କିନ୍ତୁ ୨୪ ବର୍ଷୀୟ ଶିର୍ସେ (୧୩.୭୬ ସେକେଣ୍ଡ) ନିଜ ହିଟ୍‌ରେ ତୃତୀୟ ଏବଂ ମୋଟ ଉପରେ ଷଷ୍ଠରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ୩ ବର୍ଷରେ ବିଦେଶରେ ୧,୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.