Sandhya Darshan 2026: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ; ଭକ୍ତଙ୍କ ହେବ ପ୍ରବଳ ସମାଗମ

1 week ago 8
ARTICLE AD BOX

ପୁରୀ (ସତ୍ୟ ନାରାୟଣ ରାଉତରାୟ): ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରି ଆସୁଛି। ଆସନ୍ତାକାଲି (ଗୁରୁବାର) ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଆ‌ୟୋଜନ ହେବ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ ହେବ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ଚଳିତ ଥର ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିବେ। ଏହାପରେ ଦର୍ଶନ ବନ୍ଦ କରାଯାଇ ବାହୁଡ଼ା ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। 

ସନ୍ଧ୍ୟା ଦର୍ଶନ ଦିନ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ। ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦ ବଜାରକୁ ଯିବା ଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ। ଦର୍ଶନ ବନ୍ଦ ରହିଲେ ମଧ୍ୟ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ। ଏଣେ ଶରଧାବାଲି ଉତ୍ସବମୁଖର ହୋଇଉଠିଛି। 

Rath Yatra: ଆମେରିକାର ରୋଡସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

ଗତକାଲି ତିନି ରଥର ଦକ୍ଷିଣ ମୋଡ଼ ନୀତି ଥିଲେ ବି ବର୍ଷା ଯୋଗୁଁ ତାଳଧ୍ବଜ ଏବଂ ନନ୍ଦିଘୋଷ ଦକ୍ଷିଣାଭିମୁଖୀ ହୋଇ ପାରିନଥିଲା। କେବଳ ଦର୍ପଦଳନ ଶରଧାବାଲିରେ ଦକ୍ଷିଣ ମୋଡ଼ ନେଇ ରହିଥିଲେ। ଆଜି ପୂର୍ବାହ୍‌ଣରେ ତାଳଧ୍ବଜ ଏବଂ ନନ୍ଦିଘୋଷଙ୍କୁ ଶରଧାବାଲିରେ ଦକ୍ଷିଣମୋଡ଼ କରି ରଖାଯାଇଥିଲା।

ସନ୍ଧ୍ୟା ଦର୍ଶନ ପାଇଁ ନୀତି ନିର୍ଘଣ୍ଟ  (୨୦୨୬ ଜୁଲାଇ ୨୩, ଗୁରୁବାର) 

  • ଦ୍ବାରଫିଟା: ଭୋର ୪ଟା
  • ମଙ୍ଗଳଆଳତି: ଭୋର ସାଢ଼େ ୪ଟା
  • ମଇଲମ-ତଡ଼ପଲାଗି: ଭୋର ୫ଟା
  • ଅବକାଶ: ସକାଳ ୬ଟା
  • ରୋଷହୋମ: ୬ଟା ୧୫
  • ସୂର୍ଯ୍ୟପୂଜା: ସାଢ଼େ ୬ଟା
  • ଦ୍ବାରପାଳ ପୂଜା: ୬ଟା ୪୫
  • ବେଶ ଶେଷ: ୭ଟା
  • ଗୋପାଳବଲ୍ଲଭ ପୂଜା: ସାଢ଼େ ୭ଟା
  • ସକାଳ ଧୂପ: ସକାଳ ୮ଟାରୁ ସାଢ଼େ ୯ଟାଭୋଗମଣ୍ଡପ: ସାଢ଼େ ୮ଟାରୁ ସାଢ଼େ ୧୦ଟା
  • ଯାତ୍ରାଙ୍ଗୀ ମହାସ୍ନାନ: ପୂର୍ବାହ୍ଣ ସାଢ଼େ ୧୧ଟା
  • ସର୍ବାଙ୍ଗ: ଦିନ ୧୨ଟା
  • ନୂଆ ଲୁଗାଲାଗି ଓ ବେଶ: ଦିନ ୧ଟା
  • ମଧ୍ୟାହ୍ନ ଧୂପ: ସାଢ଼େ ୧ଟାରୁ ୩ଟା
  • ଦ୍ବିତୀୟ ଭୋଗମଣ୍ଡପ: ଦିନ ୨ଟାରୁ ସାଢ଼େ ୩ଟା
  • ସନ୍ଧ୍ୟା ଆଳତି: ୫ଟା
  • ସନ୍ଧ୍ୟା ଧୂପ: ସାଢ଼େ ୫ଟାରୁ ୭ଟା
  • ରାହାସକୁ ଦିଅଁ ବିଜେ: ରାତି ୮ଟା
  • ଚନ୍ଦନ ଲାଗି: ସାଢ଼େ ୮ଟା
  • ବଡ଼ସିଂହାର ବେଶ: ୯ଟା
  • ପହୁଡ଼ ଆଳତି: ରାତି ୧୦ଟା
  • ଶ୍ରୀମୁଖ ଖଣ୍ଡୁଆ: ୧୦ଟା ୧୫
  • ବାହୁଟ କଣ୍ଟ: ସାଢ଼େ ୧୦ଟା
  • ଚାର ବନ୍ଧା: ୧୧ଟାରୁ ରାତି ୨ଟା
  • କୁସୁମ ଲାଗି: ସାଢ଼େ ୨ଟାରୁ ଭୋର ସାଢ଼େ ୩ଟା

Read Entire Article
LEFT SIDEBAR AD

Hidden in mobile, Best for skyscrapers.