ARTICLE AD BOX
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଜୀବନରେ ଆସିଛି ଏକ ନୂଆ ଖୁସି। ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କ ସହ ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି ସାମନ୍ଥା। ତେବେ ଗର୍ଭଧାରଣ ପୂର୍ବରୁ ଉଭୟେ ସନ୍ତାନ ନ ହେବାର ସମ୍ଭାବନାକୁ ମଧ୍ୟ ସହଜରେ ଗ୍ରହଣ କରିନେଇଥିଲେ ବୋଲି ସାମନ୍ଥା ଏକ ସାକ୍ଷାତକାରରେ କହିଛନ୍ତି। ଏକ ସାକ୍ଷାତକାରରେ ସାମନ୍ଥା କହିଛନ୍ତି ଯେ, ସେ ଓ ରାଜ ଉଭୟ ସନ୍ତାନ ହେବ କି ନାହିଁ, ସେନେଇ ଦୁଇଟି ସମ୍ଭାବନା ପାଇଁ ପ୍ରସ୍ତୁତ ଥିଲେ। ସେହି ସମୟରେ ଗର୍ଭଧାରଣ ହେବା ତାଙ୍କ ପାଇଁ ଏକ ‘ସରପ୍ରାଇଜ୍’ ଥିଲା। ଏବେ ଆସନ୍ତା ପରିବର୍ତ୍ତନକୁ ନେଇ ସେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।
ସୁଟିଂ ସମୟରେ ବିଶେଷ ଧ୍ୟାନ
ସାମନ୍ଥାଙ୍କ ଗର୍ଭଧାରଣ ସହ ତାଙ୍କ ଫିଲ୍ମର ସୁଟିଂର ଏକ ରୋଚକ ସମ୍ପର୍କ ରହିଛି। ‘ଥାସାଡିଆ’ ଗୀତର ସୁଟିଂର ପ୍ରଥମ ଦିନରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ସେହି ସମୟରେ ତାଙ୍କୁ ନୃତ୍ୟରେ ମଧ୍ୟ ଅଭିନୟ କରିବାକୁ ପଡ଼ିଥିଲା। ସାମନ୍ଥାଙ୍କ ବନ୍ଧୁ ତଥା ‘ମା ଇନ୍ତି ବାଙ୍ଗାରମ୍’ର ନିର୍ଦ୍ଦେଶିକା ନନ୍ଦିନୀ ରେଡ୍ଡିଙ୍କ କହିବା ଅନୁସାରେ, ସେତେବେଳକୁ ଫିଲ୍ମର ଅଧିକାଂଶ ଆକ୍ସନ୍ ଦୃଶ୍ୟର ସୁଟିଂ ଶେଷ ହୋଇସାରିଥିଲା। ତେଣୁ ଶେଷ ପର୍ଯ୍ୟାୟର ସୁଟିଂ ସମୟରେ ସାମନ୍ଥାଙ୍କୁ ଯେପରି ଅଧିକ କ୍ଳାନ୍ତି ନହୁଏ, ସେଥିପ୍ରତି ଟିମ୍ ବିଶେଷ ଧ୍ୟାନ ଦେଇଥିଲା। ସୁଟିଂ ସମୟରେ ସାମନ୍ଥାଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ଏବଂ ଅତ୍ୟଧିକ ଖରାରେ ସୁଟିଂ ନକରିବା ଭଳି ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ନନ୍ଦିନୀ କହିଛନ୍ତି।
Film: ମାଳିପୁଟ ମେଲୋଡିସରେ ଅବିଭକ୍ତ କୋରାପୁଟର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବାସନା: ବିଶାଲ
ସାମନ୍ଥା ଓ ରାଜ ନିଦିମୋରୁଙ୍କ ସମ୍ପର୍କକୁ ନେଇ ୨୦୨୪ରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା। ‘ସିଟାଡେଲ୍: ହନି ବନି’ର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିବା ନେଇ ଗୁଜବ ହୋଇଥିଲା। ପରବର୍ତ୍ତୀ ସମୟରେ ସାମନ୍ଥାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ରାଜଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା।ଶେଷରେ ୨୦୨୫ ଡିସେମ୍ବରରେ କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରରେ ଏକ ଯୋଗିକ ସମାରୋହରେ ଉଭୟେ ବିବାହ କରିଥିବା ଜଣାପଡ଼ିଥିଲା। ଏବେ ପ୍ରଥମ ସନ୍ତାନକୁ ନେଇ ଉଭୟଙ୍କ ଜୀବନରେ ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।

6 days ago
8


