ARTICLE AD BOX
କୁହାଯାଏ, ବଲିଉଡରେ ଶୁକ୍ରବାର, ଅର୍ଥାତ୍ ଫିଲ୍ମ ରିଲିଜ୍ ଦିନ ବନ୍ଧୁତା ହୋଇଯାଏ ଓ ଶନିବାର ଭାଙ୍ଗିଯାଏ। ଏଭଳି ଚାକଚକ୍ୟ ଦୁନିଆରେ କିନ୍ତୁ କେତେଜଣଙ୍କ ଅସଲ ବନ୍ଧୁତାର ଖୁବ୍ ଚର୍ଚ୍ଚା ହୁଏ। ସେ ଭିତରୁ ଗୋଟିଏ ହେଉଛି ଅଭିନେତା ସଞ୍ଜୟ ଦତ୍ତ ଓ ସଲମାନ୍ ଖାନଙ୍କ ଯୋଡ଼ି। ସଞ୍ଜୟ ଦତ୍ତଙ୍କୁ ସଲମାନ୍ ସବୁବେଳେ ବଡ଼ଭାଇ ଭାବେ ସମ୍ମାନ ଦେଇଥାନ୍ତି ଓ ଆଦର ବି କରିଥାନ୍ତି। ଏଇ ନିକଟରେ ଉଭୟଙ୍କ ବନ୍ଧୁତାର ଏକ ଝଲକ୍ ଉଭୟଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରିଦେଇଛି। ଜୁଲାଇ ୨୯ରେ ସଞ୍ଜୟ ତାଙ୍କ ୬୭ତମ ଜନ୍ମଦିନ ପାଳନ କରିଥିଲେ। ସଲମାନ୍ ତାଙ୍କୁ ସେଦିନ ଭେଟିନପାରି ୩୧ ତାରିଖ ଦିନ ଭେଟିଥିଲେ।
Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ
ସଲମାନ୍ ସେଦିନ ରାତି ଗୋଟାଏ ୪୦ ମିନିଟରେ ସେମାନଙ୍କ ଭେଟଘାଟର ଏକ ଫଟୋ ଏକ୍ସ ହ୍ୟାଣ୍ଡଲ୍ରେ ସେୟାର୍ କରି ଭାବପୂର୍ଣ୍ଣ ଭାଷାରେ ଲେଖିଥିଲେ- ‘ବାବା, ସବୁଦିନ ପାଇଁ ବାବା, ବାବା ହେଉଛନ୍ତି ବାବା। ସଞ୍ଜୁବାବା ଆମ ସମସ୍ତଙ୍କ ପାଇଁ ବାବା, ସଞ୍ଜୁବାବା ଏବେ ତାଙ୍କ ପିଲାମାନଙ୍କ ପାଇଁ ବାବା। ମୋର ବଡ଼ଭାଇ ସଞ୍ଜୟ ଦତ୍ତ। ଆଲ୍ଲା, ପ୍ରଭୁ ଯୀଶୁ, ଏହି ବ୍ୟକ୍ତିଙ୍କୁ ଖୁସି ରଖନ୍ତୁ। ମୁଁ ତୁମକୁ ଭଲପାଏ ବାବା।’ ଏହି ଲେଖା ପଢ଼ି ଅନେକ ୟୁଜର୍ ଭାବପ୍ରବଣ ହୋଇ ନିଜର ମତାମତ ପୋଷ୍ଟ୍ କରିଛନ୍ତି।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ

1 day ago
2


