SAIL: ଲମ୍ବା ପ୍ରତୀକ୍ଷାର ଅବସାନ, ଜମି ହସ୍ତାନ୍ତର ପାଇଁ ସେଲ୍‌ ବୋର୍ଡ୍‌ର ମଞ୍ଜୁରି

3 weeks ago 11
ARTICLE AD BOX

ରାଉରକେଲା: ରାଉରକେଲା ବିମାନ ସେବା କ୍ଷେତ୍ରରେ ଏକ ବଡ଼ ସକରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ବୋର୍ଡ ବୈଠକରେ ରାଉରକେଲା ବିମାନବନ୍ଦରକୁ ସମ୍ପୂର୍ଣ୍ଣ ଭାବେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) କୁ ହସ୍ତାନ୍ତର କରିବା ପାଇଁ ଆନୁଷ୍ଠାନିକ ମଞ୍ଜୁରି ମିଳିଛି। ସେଲ୍‌ର ଏହି ଐତିହାସିକ ନିଷ୍ପତ୍ତି ପରେ ବହୁ ଦିନରୁ ଅଟକି ରହିଥିବା ରାଉରକେଲା ବିମାନବନ୍ଦରର ସମ୍ପ୍ରସାରଣ କାର୍ଯ୍ୟର ଭାଗ୍ୟ ଫିଟିବା ନେଇ ଆଶାସଞ୍ଚାର ହୋଇଛି। ଏହି ସମ୍ପ୍ରସାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ରାଉରକେଲାରୁ ଏୟାରବସ୍ ଏ୩୨୦, ବୋଇଂ ଭଳି ବଡ଼ ବଡ଼ ଯାତ୍ରୀବାହୀ ବିମାନ ସହଜରେ ଚଳାଚଳ କରିପାରିବ। ଏହାଦ୍ୱାରା ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକୁ ସିଧାସଳଖ ବିମାନ ସେବା ସଂଯୋଗ ସମ୍ଭବ ହେବ।
ବର୍ତ୍ତମାନ ୧୪୦ ଏକର ଜମିରେ ରାଉରକେଲା ବିମାନବନ୍ଦର ନିର୍ମିତ। ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ସେଲ୍‌ର ୨୭୮ ଏକର ଓ ୪୪ ଏକର, ଅତିରିକ୍ତ ୩୨୨ ଏକର ଆବଶ୍ୟକ। ତେବେ ସେଲ୍‌ ବୋର୍ଡ୍‌ କେବଳ ବର୍ତ୍ତମାନର ବିମାନବନ୍ଦର ହସ୍ତାନ୍ତର ପାଇଁ ସ୍ବୀକୃତି ଦେଇଛି। ଅର୍ଥାତ୍‌, ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଆବଶ୍ୟକ ହେବାକୁଥିବା ଅତିରିକ୍ତ ଜମି ପାଇଁ ପୁନର୍ବାର ସେଲ୍‌ ବୋର୍ଡର ଅନୁମତି ଲୋଡ଼ା। କିନ୍ତୁ, ଏଥିପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ। ଅପରପକ୍ଷରେ ଗତ ୪ ଦିନ ହେଲା ସେଣ୍ଟ୍ରାଲ ପବ୍ଲିକ ୱାର୍କ୍ସ୍‌ ବିଭାଗ (ସିପିଡବ୍ଲ୍ୟୁଡି) ପକ୍ଷରୁ ପ୍ରସ୍ତାବିତ ଅତିରିକ୍ତ ଜମିର ସର୍ଭେ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ବିମାନବନ୍ଦରକୁ ୪ସି ଶ୍ରେଣୀରେ ଉନ୍ନୀତ କରିବା ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ୩୨୨ ଏକର ଜମିର ମାପଚୁପ, ସୀମା ନିର୍ଦ୍ଧାରଣ ଓ କ୍ଷୟକ୍ଷତି ମୂଲ୍ୟାଙ୍କନ କରାଯାଉଛି। ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯିବ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଲ୍‌ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବାପରେ ହିଁ ସମ୍ପ୍ରସାରଣ ପାଇଁ ପଥ ପରିସ୍କାର ହେବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଏଆଇ ପକ୍ଷରୁ ଡିଜିପିଏସ୍, ଓଏଲ୍ଏସ୍‌ ସର୍ଭେ ମାଧ୍ୟମରେ ବିମାନ ଉଡ଼ାଣ ପଥରେ ଥିବା ପ୍ରତିବନ୍ଧକ ଓ ୪.୬ କିଲୋମିଟର ଦୀର୍ଘ ସୀମା ପ୍ରାଚୀରର ରୂପରେଖ ପ୍ରସ୍ତୁତ କରାଯାଇଛି। ସର୍ଭେ ଅନୁଯାୟୀ, ରନୱେ ସମ୍ପ୍ରସାରଣ ପାଇଁ ଆର୍‌ଏସ୍‌ପିର ପ୍ରାୟ ୧,୫୦୦ ଆବାସିକ କ୍ୱାର୍ଟର୍ସ୍‌, ୨୫ ହଜାର ଗଛ, ଏକାଧିକ ଧାର୍ମିକ ସ୍ଥଳ ଆଦି ଉଚ୍ଛେଦ ହେବ।

Hormuz Strait: ଜାହାଜ ଉପରେ ଗୁଳି ଚଳାଇଲା ଇରାନୀ ସେନା; ଜବାବ ଦେଲା ଆମେରିକା

ସାମାଜିକ-ଅର୍ଥନୈତିକ ବିକାଶ ହେବ: ଜୁଏଲ ଓରାମ

ରାଉରକେଲା ବିମାନବନ୍ଦରକୁ ଏଏଆଇକୁ କୁ ହସ୍ତାନ୍ତର କରିବା ଓ ଏହାକୁ ଏକ ୪ସି ଶ୍ରେଣୀର ବିମାନବନ୍ଦରରେ ସମ୍ପ୍ରସାରିତ କରିବା ପାଇଁ ଆବଶ୍ୟକ ଅତିରିକ୍ତ ଜମି ପ୍ରଦାନ କରିବାକୁ ସେଲ୍‌ ମଞ୍ଜୁରୀ ଦେଇଛି। ଏହି ଐତିହାସିକ ନିଷ୍ପତ୍ତି ବିମାନସେବା ସଂଯୋଗୀକରଣକୁ ବୃଦ୍ଧି କରିବା ସହ ନିବେଶ, ଶିଳ୍ପ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ତଥା ନିଯୁକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ। ଏହାଦ୍ବାରା ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.