ARTICLE AD BOX
ରାଇରଙ୍ଗପୁର/ଜାମଦା:ମୟୂରଭଞ୍ଜଜିଲ୍ଲା ଜାମଦା ଥାନା ଅଧୀନ ସୁନାରାମ ସୋରେନ ଛକରେ ସୃଷ୍ଟି ହୋଇଥିବା ପତାକା ବିବାଦର ଅନ୍ତ ଘଟିଛି। ମାଜିଷ୍ଟ୍ରେଟ ଏବଂ ଜାମଦା ପୁଲିସ ଉପସ୍ଥିତିରେ ପ୍ରତିମୂର୍ତ୍ତି ନିକଟରୁ ଗୈରିକ ପତାକାକୁ ଓହ୍ଲାଇ ଦିଆଯାଇଛି। ଏହା ବଦଳରେ ସେଠାରେ ଜାତୀୟ ପତାକା ଉଡ଼ିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
/filters:format(webp)/sambad/media/media_files/2026/09/09/saffron-flag-controversy-2026-09-09-20-46-28.jpg)
ସୂଚନାନୁସାରେ, ଗତ ରାମନବମୀରେ ଜାମଦାସ୍ଥ ସୁନାରାମ ସୋରେନ ଛକରେ ଥିବା ପ୍ରତିମୂର୍ତ୍ତି ନିକଟରେ ସନାତନୀ ଧର୍ମାବଲମ୍ବୀଙ୍କ ପକ୍ଷରୁ ଗୈରିକ ପତାକା ଲଗାଯାଇଥିଲା। ସେନେଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁନାରାମ ସୋରେନ ଜଣେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ମନ୍ତ୍ରୀ ହୋଇଥିବାରୁ ତାଙ୍କ ପ୍ରତିମୂର୍ତ୍ତି ନିକଟରେ କୌଣସି ଧାର୍ମିକ ପତାକା ଲଗାଯିବାକୁ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ବିରୋଧ କରାଯାଇଥିଲା।
ତ୍ରିରଙ୍ଗା ବାହାର କରି ଗୈରିକ ପତାକା ଉଡ଼ାଇଲେ ବିଜେପି ବିଧାୟକ: ଭିଡ଼ିଓ ଭାଇରାଲ
ପରବର୍ତ୍ତୀ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଅଞ୍ଚଳରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ମାଜିଷ୍ଟ୍ରେଟ ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ପ୍ରତିମୂର୍ତ୍ତି ନିକଟରୁ ଗୈରିକ ପତାକାକୁ ଓହ୍ଲାଇ ଦିଆଯାଇଥିଲା। ପରେ ଏହାକୁ ସ୍ଥାନୀୟ କାଳୀଜାଇ ମନ୍ଦିର ନିକଟରେ ପୁନଃସ୍ଥାପନ କରାଯାଇଛି ।
ଏଥିରେ ପୋଲିସ ପ୍ରଶାସନ, ଜାମଦା ତହସିଲଦାର ତଥା ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍, ସ୍ବର୍ଗତ ଆଦିବାସୀ ସଂଗ୍ରାମୀ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସ୍ଥାପକ ହରିଲାବେଡାର ଯାଦୁମହଲ କ୍ଲବ କର୍ମକର୍ତ୍ତା, ଆଦିବାସୀ ମଞ୍ଚ ଜାମଦାର ଆସେକାଶାଖା ସମ୍ପାଦକ ଦୁଃଖୁରାମ ମୁର୍ମୁ, ଉପ ସଭାପତି ଲକ୍ଷ୍ମଣ ଟୁଡୁ, ଜାରକାଣି ଆସେକା ଶାଖା ସଭାପତି ଦୁର୍ଗା ହେମ୍ବ୍ରମ ଓ ଗୁଡ଼ୁତା ଆସେକା ବ୍ରାଞ୍ଚ ଉପ ସଭାପତି ମାନସିଂ ମାର୍ଣ୍ଡି ଏବଂ ଶାନ୍ତି କମିଟିର ଉଦ୍ୟକ୍ତା ବିଜୁ ଗୋପାଳ ଗୋପ, ସାମନ୍ତ ଗିରି ଏବଂ ପାସନା ଗ୍ରାମପଞ୍ଚାୟତର ସରପଞ୍ଚ ମହଦୟା ମାଳତୀ ଆଲଡ଼ା ପ୍ରମୁଖଙ୍କ ଉପସ୍ଥିତିରେ ସୁନାରାମ ସୋରେନଙ୍କ ଆଖଡ଼ାରେ ଉଡୁଥିବା ଗୌରିକ ପତାକାକୁ ସମ୍ମାନ ପୂର୍ବକ ସ୍ଥାନାନ୍ତର କରାଯାଇଥିଲା।
ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସ୍ଜିଦ୍ ନିକଟରେ ଗୈରିକ ପତାକା ଲଗାଇ ୪ ଗିରଫ
ସମାଜସେବୀ ବିଜୁ ଗୋପାଲ ଗୋପଙ୍କ କହିବା ଅନୁଯାୟୀ, ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିକଟରେ କେବଳ ଜାତୀୟ ପତାକା ଲଗାଯିବା ଉଚିତ । ତେବେ ଆଦିବାସୀ ସମ୍ପ୍ରଦାୟର କେତେକ ପୁଣି ଥରେ ତାଙ୍କ ପତାକା ଲଗାଇବେ ବୋଲି ସୂଚନା ମିଳିଛି । ତାଙ୍କ ସମାଜକୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି ।

1 week ago
5


