Rushikulya: କାହା ଉପରେ ରୁଷିଛି ଋଷିକୁଲ୍ୟା? ବନ୍ୟା କମିନି, ବଦଳିଗଲା ନଦୀର ସ୍ୱଭାବ

4 days ago 6
ARTICLE AD BOX

ବ୍ରହ୍ମପୁର (ରାକେଶ ରୋଷନ ମହାନ୍ତି ): ଗଞ୍ଜାମବାସୀଙ୍କ ଜୀବନଧାରାରେ ଋଷିକୁଲ୍ୟା କେବଳ ଏକ ନଦୀ ନୁହେଁ। ଚାଷ, ମାଛ, ଭୂତଳ ଜଳ, ଉପକୂଳୀୟ ପରିବେଶ ଏବଂ ମୁହାଣରେ ବିରଳ ଅଲିଭ୍ ରିଡଲେ କଇଁଛଙ୍କ ଆବାସ, ସବୁକିଛି ସହ ଏହି ନଦୀର ନିବିଡ଼ ସମ୍ପର୍କ ରହିଛି। ତେବେ ଗତ କିଛିବର୍ଷରେ ଏକ ବଡ଼ ପରିବର୍ତ୍ତନ ଚର୍ଚ୍ଚାକୁ ଆସିଛି। ପୂର୍ବଭଳି ଋଷିକୁଲ୍ୟା ଆଉ ବଡ଼ ବନ୍ୟା ଆଣୁନାହିଁ। ଏହାର ଅର୍ଥ କ’ଣ? ବନ୍ୟା ବିପଦ କମିଗଲା ନା ନଦୀର ଜଳପ୍ରବାହର ଚରିତ୍ର ବଦଳିଗଲା? ୨୦୧୩ରେ ‘ଫାଇଲିନ୍‌’ ବାତ୍ୟା ପରେ ଗଞ୍ଜାମର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିଲା। ୨୦୧୮ ଅକ୍ଟୋବରରେ ‘ତିତ୍‌ଲି’ ବାତ୍ୟା ପରବର୍ତ୍ତୀ ଅତିବର୍ଷାରେ ଋଷିକୁଲ୍ୟା ବିପଦସୀମା ଟପିଥିଲା। ଏହାସହ ‘ତିତ୍‌ଲି’ ପରବର୍ତ୍ତୀ ବନ୍ୟାରେ ଆସିକା ସହରରେ ପ୍ରାୟ ୧୧ ଫୁଟ୍ ପାଣି ପଶିଥିଲା।

Kushei River: କୁଶେଇ ନଦୀ ନା କାଶତଣ୍ଡୀ ବଣ!

ବନ୍ୟା କମିନି, ବଦଳିଗଲା ନଦୀର ସ୍ୱଭାବ
ଚିନ୍ତାରେ ଜଳପ୍ରବାହ, ବର୍ଷା ଓ ଜଳବାୟୁ ପରିବର୍ତ୍ତନ
ପୋତି ହେଲାଣି ମୁହାଣ, ପାଖ ସହରକୁ ବିପଦ

କିନ୍ତୁ ଏହାପରେ ଚିତ୍ର ବଦଳିଛି। ଋଷିକୁଲ୍ୟା ବର୍ଷା ଓ ବନ୍ୟାଜଳରୁ ମୁକ୍ତ ହୋଇନାହିଁ ସତ। ହେଲେ ଆଉ ବଡ଼ ବନ୍ୟା ଆସୁନି। ନଦୀର ଜଳଗ୍ରହଣ କ୍ଷେତ୍ର ପ୍ରାୟ ୮,୯୬୩ ବର୍ଗ କିଲୋମିଟର ଏବଂ ନଦୀର ଲମ୍ବ ପ୍ରାୟ ୧୬୫ କିଲୋମିଟର। ତେଣୁ ବନ୍ୟା କେବଳ ଗଞ୍ଜାମର ତଳ ଅଞ୍ଚଳର ବର୍ଷା ଉପରେ ନୁହେଁ, ଉପର ଜଳଗ୍ରହଣ ଅଞ୍ଚଳର ବର୍ଷା, ମାଟିର ଆର୍ଦ୍ରତା, ପାହାଡ଼ିଆ ଜଳପ୍ରବାହ ଓ ମଧ୍ୟବର୍ତ୍ତୀ ଜଳାଶୟର ପରିଚାଳନା ମଧ୍ୟ ଏଥିରେ ଭୂମିକା ନିଏ। ତେବେ ଋଷିକୁଲ୍ୟାର ଏହି ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଗଞ୍ଜାମରେ ୧୦୮୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୭୬୦ଟି ଚେକ୍‌ଡ୍ୟାମ୍ ଏବଂ ୧୫ଟି ବଡ଼ ଡ୍ୟାମ୍ ରହିଛି। ଋଷିକୁଲ୍ୟା ଇରିଗେସନ୍ ସିଷ୍ଟମ୍‌ରେ ବିଭିନ୍ନ ଜଳାଶୟ ଓ ଆନିକଟ୍ ଦୀର୍ଘଦିନ ଧରି ଜଳପ୍ରବାହକୁ ପରିଚାଳନା କରୁଛି। ଅନ୍ୟପଟେ ବର୍ଷାର ଚରିତ୍ର ମଧ୍ୟ ବଦଳୁଛି। ଏହା ଋଷିକୁଲ୍ୟା ପାଇଁ ଏକ ବଡ଼ ସତର୍କ ସଙ୍କେତ। ଯଦି ଦୀର୍ଘ ସମୟର ସାଧାରଣ ବର୍ଷା କମେ ଏବଂ ହଠାତ୍ ଅତି ତୀବ୍ର ବର୍ଷା ବଢ଼େ, ତେବେ ନଦୀରେ ହଠାତ୍‌ ବନ୍ୟା ଆସିବାର ବିପଦ ରହିବ। 

Silver Moon: ସ୍ମୃତି ଏକ ରୁପାଜହ୍ନ: ‌ସେଦିନର ନିଷ୍ପତ୍ତି ଠିକ୍‌ ଥିଲା

ବନ୍ୟା କମିବାର ପ୍ରଭାବ କେବଳ ଲୋକଙ୍କ ଘରବାଡ଼ି ଓ ଚାଷଜମି ଉପରେ ନୁହେଁ। ନଦୀର ମୁହାଣ, ସମୁଦ୍ରତଟ ଓ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି। ଋଷିକୁଲ୍ୟା ମୁହାଣରେ ନଦୀର ପ୍ରବାହ, ସମୁଦ୍ର ତରଙ୍ଗ ଓ ବାଲିର ଗତି ମିଶି ନିୟମିତ ଭାବେ ବେଳାଭୂମିର ରୂପକୁ ବଦଳାଇଥାଏ। ଏବେ ମୁହାଣ ପୋତି ହୋଇ ଚାଲିଛି। ତେଣୁ ଛତ୍ରପୁର ଓ ଗଞ୍ଜାମ ତଟବର୍ତ୍ତୀ ସହର ପ୍ରତି ବିପଦ ବଢ଼ୁଛି। ଏଚଇସି-ଆରଏଏସ ମଡେଲିଂ ଅନୁସାରେ ନଦୀକୂଳରୁ ଜଳସ୍ତର ୦.୫ ମିଟର ବଢ଼ିଲେ ପ୍ରାୟ ୨୯,୫୦୪ ହେକ୍ଟର ଅଞ୍ଚଳ ବନ୍ୟା ପ୍ଲାବିତ ହୋଇପାରେ। ୪.୫ ମିଟର ବୃଦ୍ଧିରେ ଏହା ପ୍ରାୟ ୯୯,୦୫୧ ହେକ୍ଟରକୁ ବଢ଼ିପାରେ। ଏଥିରେ ଆସିକାକୁ ସର୍ବାଧିକ ସମ୍ବେଦନଶୀଳ ବ୍ଲକ୍ ଭାବେ ଚିହ୍ନଟ କରାଯାଇଛି। ତେଣୁ ଋଷିକୁଲ୍ୟା ଶାନ୍ତ ହୋଇଛି ନା ବଡ଼ ବନ୍ୟା ପୂର୍ବରୁ ନିରବ ରହିଛି ?

Read Entire Article
LEFT SIDEBAR AD

Hidden in mobile, Best for skyscrapers.