Rural Problem: ଚାରି ଦିନ ହେଲା ସମ୍ପୁର୍ଣ୍ଣ ବିଚ୍ଛିନ୍ନ ଅବସ୍ଥାରେ ୫୦ରୁ ଊର୍ଦ୍ଧ୍ଵ ପରିବାର

5 days ago 4
ARTICLE AD BOX

କୋଇଡା: ବର୍ଷ ତମାମ୍ ନିଜ ଜୀବନକୁ ବାଜି ଲଗାଇ ଭରା ନାଳ ପାର କରି ଯାଆନ୍ତି ଗ୍ରାମବାସୀ। କାରଣ ନାଳ ପାରି ହେଲେ ଅଛି ଅଙ୍ଗନବାଡିଠାରୁ ନେଇ ସ୍କୁଲ୍ , କଲେଜ୍ ,ମେଡିକାଲ୍, ବଜାର ଓ ଅନ୍ୟାନ୍ୟ ସେବା। ଆଉ ବର୍ଷା ଆସିଲେ ଗ୍ରାମ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। କୋଇଡା ବ୍ଲକ୍ ମାଲଦା ପଞ୍ଚାୟତର ଗୋପିସାହି ଗ୍ରାମ ଗତ ଚାରି ଦିନ ହେଲା ବାହ୍ୟ ଜଗତରୁ ସମ୍ପୁର୍ଣ୍ଣ ଭାବେ ବିଛିନ୍ନ।

School: ବୋଡ଼େନ ସରକାରୀ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଣି ଘେରରେ

ଏ ନେଇ ଗୁରୁତର ଭାବେ ରୋଗୀ ବିଛଣାରେ ପଡ଼ି ରହିଛନ୍ତି ଓ ସାମାନ୍ୟ ଚିକିତ୍ସା ମଧ୍ଯ ପହଞ୍ଚି ପାରୁନାହିଁ। ବର୍ଷ ବର୍ଷ ଧରି ଏମିତି ବର୍ଷା ଦିନେ ପ୍ରଶାସନକୁ ମନେ ପଡେ ଗୋପିସାହି ଗାଁ । ସବୁ ବର୍ଷ ଦେଖନ୍ତି, ଅନେକ ସ୍ୱପ୍ନ ଦିଅନ୍ତି, ଅନେକ ପ୍ରତିଶ୍ରୁତି ହେଲେ ସବୁ ମଉଳିଯାଏ । ଜିଲ୍ଲାପାଳ , ଉପଜିଲ୍ଲାପାଳ, ବିଡିଓ ସବୁ ଏଠାକୁ ଆସି ଦେଖିଛନ୍ତି, ହେଲେ ପୋଲ ନିର୍ମାଣ କରିବା ନେଇ କେବଳ ମିଛ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି ।

ବିକାଶ ନାମରେ ନଗ୍ନତାର ଚିତ୍ର

ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପୋର୍ଟାଲରେ ମଧ୍ଯ ଅଭିଯୋଗ କରି ଆସୁଛନ୍ତି, ହେଲେ ଫଳ ଏବେବି ଶୁନ୍। ଆଶ୍ଚର୍ଯ୍ୟର ବିଷୟ ଏ ଗ୍ରାମର ଦୃଶ୍ୟ ପୁଣି ଧନ କୁବେର ଅଞ୍ଚଳ କୋଇଡା ଖଣି ଅଞ୍ଚଳର, ଯେଉଁଠି ବର୍ଷକୁ ୨୦ ହଜାର କୋଟି ରାଜସ୍ଵ ଯାଉଛି । ଡିଏମ୍ଏଫ ବିକାଶ ନାମରେ ରଙ୍ଗିନ୍ ଚିତ୍ର ଦେଖା ଯାଉଛି, ହେଲେ ବାସ୍ତବ ଚିତ୍ର ଦେଖିଲା ବେଳକୁ ବିକାଶ ନାମରେ ନଗ୍ନତାର ଚିତ୍ର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.