Royal Bengal Tiger: ଡେବ୍ରିଗଡ଼ରେ ମହାବଳ ବାଘର ସମ୍ବର ଶିକାର, ୪୦ ପର୍ଯ୍ୟଟକ ଦେଖିଲେ ବାଘ

3 days ago 5
ARTICLE AD BOX

ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରବେଶ କରିଥିବା ମହାବଳ ବାଘ ଏବେ ନିଜର ପ୍ରାକୃତିକ ଶିକାର ଆଚରଣ ପ୍ରଦର୍ଶନ କରିଛି। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍‌ ଅଞ୍ଚଳରେ ଏହି ଅଣ୍ଡିରା ମହାବଳ ବାଘ ଏକ ସମ୍ବର ହରିଣ ଶିକାର କରିଥିବା କହିଛନ୍ତି ବନ୍ୟ ପ୍ରାଣୀ ବିଭାଗ ଡିଏଫଓ ଅଂଶୁପ୍ରଜ୍ଞା ଦାଶ. ଅଭୟାରଣ୍ୟରେ ବାଘର ପ୍ରାକୃତିକଶିକାରଆଚରଣର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ବୋଲି ମଧ୍ୟ  ସେ କହିଛନ୍ତି। 

ସୋମବାର ଅପରାହ୍ନରେ ଏହି ମହାବଳ ବାଘ ଅଭୟାରଣ୍ୟର ପର୍ଯ୍ୟଟନ ଅଞ୍ଚଳରେ ପହଞ୍ଚିଥିଲା। ଏହି ସମୟରେ ଜଙ୍ଗଲ ସଫାରିରେ ଯାଇଥିବା ୪ଟି ଗାଡ଼ିର ପ୍ରାୟ ୪୦ ଜଣ ପର୍ଯ୍ୟଟକ ବାଘକୁ ପ୍ରତ୍ୟକ୍ଷ ଦେଖିଥିଲେ। ବାଘଟି ଅଭୟାରଣ୍ୟର ଜଙ୍ଗଲ ଓ ନିଜ ପାଇଁ ଉପଯୁକ୍ତ ବାସସ୍ଥଳୀ ଅନୁସନ୍ଧାନ କରୁଥିବା ବେଳେ ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା। ପରେ ବିଳମ୍ବିତ ସନ୍ଧ୍ୟାରେ ଏହା କୋର୍‌ ଅଞ୍ଚଳରେ ସମ୍ବର ଶିକାର କରିଥିଲା।

ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି

ଅନ୍ୟପକ୍ଷରେ ମହାବଳ ବାଘର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଭୟାରଣ୍ୟର ନଦୀପଥରେ ପାଟ୍ରୋଲିଂକୁ ଜୋରଦାର କରାଯିବା ସହ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରୁଥିବା ଶିକାରୀ, ଫାଶ, ଜାଲ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସୂଚନା ଦେବା ପାଇଁ ପୁଲିସ, ସ୍ଥାନୀୟ ଜନସାଧାରଣ ଓ ସୂଚନାଦାତାଙ୍କୁ ସତର୍କ କରାଯାଇଛି।

Cabinet Decision: କ୍ୟାବିନେଟ୍‌ ନିଷ୍ପତ୍ତି: ଇନ୍ଦ୍ରାବତୀ ଜଳଭଣ୍ଡାରରେ ହେବ ୬୦୦ ମେଗାୱାଟ୍‌ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ

ଏଭଳି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୧ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ଏଥିସହ ବାଘର ସୁରକ୍ଷା ପାଇଁ ବରଗଡ଼ ଓ ସମ୍ବଲପୁର ପୁଲିସ ମଧ୍ୟ ଆବଶ୍ୟକ ସୂଚନା ଓ ସହଯୋଗ ଯୋଗାଇଦେବେ। ବାଘଟି ଅଭୟାରଣ୍ୟରେ ନିରାପଦରେ ବିଚରଣ କରିବା ସହ ଶିକାର କରିପାରୁଥିବାରୁ ଏହାର ଗତିବିଧି ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.