ARTICLE AD BOX
ଚଣ୍ଡିଖୋଲ(ଭକ୍ତ ସାହୁ): ଡକାୟତ ପାଇଁ ଯୋଜନା କରୁଥିଲେ, ସୂଚନା ପାଇ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଏହା ସତ୍ବେ ୩ଜଣ ଅପରାଧୀ ଫେରାର୍ ହେବାରେ ସକ୍ଷମ ହୋଇଛନ୍ତି। ପୁଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଅଫୁଟାଗୁଳି, ମୋଟରସାଇକଲ ଆଦି ଜବତ କରିଛି।
The Dacoits: ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଲକୁ ଚାଲିଗଲେ ଡକାୟତ
ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ପାହାଡର ଏକ ଜଙ୍ଗଲିଆ ସ୍ଥାନରେ ଗତକାଲି ( ୭ ତାରିଖ) ଅପରାହ୍ନ ୩ଟାରେ କେତେକ ଯୁବକଙ୍କ ସନ୍ଦେହଜନକ ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ପାଇ ଥାନା ଏସ ଆଇ ଦୀପାଲିସା ନାୟକ ଅନ୍ୟ ପୁଲିସ କର୍ମଚାରୀ ଅଞ୍ଚଳରେ ପାଟ୍ରୋଲିଂ କରିଥିଳେ। ପାହାଡ଼ର ଏକ ନିକାଞ୍ଚନ ସ୍ଥାନରେ ସନ୍ଦିଗ୍ଧ ଅବସ୍ଥାରେ ୫ ଜଣ ଯୁବକ ବସିଥିବା ଦେଖି ଘଟଣା ସମ୍ପର୍କରେ ଏସ୍ ଆଇ ଥାନାଧିକାରୀ ଦିଲୀପ କୁମାର ମହାନ୍ତିଙ୍କୁ ଖବର ଦେଇଥିଲେ । ଖବର ପାଇ ଥାନାଧିକାରୀ ଶ୍ରୀ ମହାନ୍ତି ସେଠାରେ ପହଁଚିଥିଲେ। ଦୁର୍ବୃତ୍ତଙ୍କୁ ଘେରାବନ୍ଦୀ କରିବାକୁ ଉଦ୍ୟମ କରିବା ବେଳେ ପୁଲିସକୁ ଦେଖି ୩ ଯୁବକ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ଅନ୍ୟ ଦୁଇ ଯୁବକ ମଧ୍ୟ ଦୌଡ଼ି ଯିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଦୁଇ ଯୁବକଙ୍କ ପାଖରୁ ଗୋଟିଏ ବନ୍ଧୁକ, ତିନିଟି ଅଫୁଟା ଗୁଳି, ଦୁଇଟି ମଗାଜିନ ଓ ଗୋଟିଏ କଳା ରଙ୍ଗର ପଲସର ଗାଡିକୁ ପୋଲିସ ଜବତ କରିଥିଲେ ।
Dacoit bid folied ପେଟ୍ରୋଲ ପମ୍ପ୍ ଲୁଟିବାକୁ ଯୋଜନା କରୁଥିଲେ ଧରାପଡ଼ିଲେ ୬ ଅଭିଯୁକ୍ତ
ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ବେଳେ ଡକାୟତି ଉଦ୍ୟମ କରୁଥିବା ନେଇ ସେମାନେ ପୁଲିସ ଆଗରେ ସ୍ୱୀକାର କରିଥିଲେ । ଏନେଇ ନଂ ୩୪୬/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଦୁଇ ଯୁବକ ହେଲେ, ବାଲିଚନ୍ଦ୍ରପୁର ଗ୍ରାମ ଘଡେଇସାହିର ରାହୁଲ ଘଡେଇ (୧୯) ଓ ମାହାଙ୍ଗା ବ୍ଲକ ତଥା ଭଦରେଶ୍ୱର ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ଦୀପକ ଘଡେଇ (୨୫)। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଫେରାର ଥିବା ଅନ୍ୟ ତିନି ଜଣଙ୍କୁ ତୁରନ୍ତ ଗିରଫ କରାଯିବା ବୋଲି ଏସ୍ଡିପିଓ କହିଛନ୍ତି।

1 week ago
7


