Road Project Stalled ଠିକା କାମ ପାଇଁ ସରପଞ୍ଚ-ସମିତିସଭ୍ୟ ଭିଡ଼ାଓଟରା, ସଡ଼କ ହେଲାଣି ଖାଲଗହିରା

1 week ago 10
ARTICLE AD BOX

କର୍ଲାମୁଣ୍ଡା (ଭଜଶ୍ୟାମ ସାହୁ):  ଦେଶର ତୃଣମୂଳସ୍ତରର ବିକାଶ ନିମନ୍ତେ ସମିତିସଭ୍ୟ, ସରପଞ୍ଚଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସେମାନେ ହେଉଛନ୍ତି ପ୍ରଭାବଶାଳୀ ଜନପ୍ରତିନିଧି। କିନ୍ତୁ ଜନତାଙ୍କ ହିତ, ଗ୍ରାମର ବିକାଶ କରିବା ବଦଳରେ ନିଜେ ଠିକା କାମ କରିବା ପାଇଁ ଟଣାଓଟଣା ହେଉଥିବା ଅନେକସମୟରେ ଦେଖିବାକୁ ମିଳେ। ଏଭଳି ଏକ ଘଟଣା କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଠାରେ ଘଟିଛି। ଏକ ୪ଲକ୍ଷ ଟଙ୍କାର ରାସ୍ତାକାମକୁ ନେଇ ସରପଞ୍ଚ ଓ ସମତିସଭ୍ୟଙ୍କ ମଧ୍ୟରେ ବିବାଦ ଯୋଗୁଁ ଗାଁରାସ୍ତା ମରାମତି ହୋଇନପାରି ଖାଲଖମାରେ ଭର୍ତ୍ତି ହୋଇଛି। 

Vigilance: ଭିଜିଲାନ୍ସ ଜାଲରେ ନିମ୍ନା ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ

କର୍ଲାମୁଣ୍ଡା ବ୍ଲକ୍‌ର ଋଷିଡ଼ା ପଞ୍ଚାୟତର ବାପୁଜୀ ହାଇସ୍କୁଲ ଛକଠାରୁ ଗାନ୍ଧୀନଗରପଡ଼ାର ରାସ୍ତାକାମ ନିମନ୍ତେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଓଡିଶା ସରକାରଙ୍କ ଅନୁସୂଚିତଜନଜାତି ଓ ଜାତି ଉନ୍ନୟନ ବିଭାଗର ସହାୟତାରେ ଚାଲିଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଦେଢ଼ମାସ ପୂର୍ବେ ଏହି କାମ କରିବା ପାଇଁ ପ୍ରଥମେ ସରପଞ୍ଚ ପେପର ବ୍ଲକ ଇଟା ଓ ବାଲି ଆଦି ସାମଗ୍ରୀ ପକାଇଥିଲେ । ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ସମିତିସଭ୍ୟ ପୁଣି ବାଲି ପକାଇଥିଲେ । ତେବେ ସରପଞ୍ଚ ଯେଉଁ ଦିନ କାମ ଆରମ୍ଭ କରିବାକୁ ଯାଇଥିଲେ ସେହିଦିନ ସମିତିସଭ୍ୟ ସେଠାରେ ପହଞ୍ଚି କାମ ବନ୍ଦ କରିଥିଲେ । ଉଭୟେ ବେଶ ପାତିତୁଣ୍ଡ ହୋଇଥିବା ତଥା କାମ କରିବାକୁ ନିଜନିଜ ଭିତରେ ଜିଦରେ ଅଟଳ ରହିଥିଲେ । ଫଳରେ ରାସ୍ତାକାମ ଅଟକି ରହିଥିଲା। 

Viksit Odisha ରାଜାରାଣୀ‌ ଖେଳ ଜରିଆରେ ସରପଞ୍ଚଙ୍କୁ ‘ବିକଶିତ ଓଡ଼ିଶା’ ପ୍ରଶିକ୍ଷଣ

ବର୍ତ୍ତମାନ ଦେଢ଼ମାସ ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନନେବା ତଥା କାମ ହୋଇପାରୁନଥିବା ହେତୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଦିବାସୀ ଓ ଅନୁସୂଚିତ ଜାତି ବୁଳ ଦୁଇ ପଡା ବାସୀ ମାନେ ଶୋଚନୀୟ ରାସ୍ତାରେ ଯାତାୟତ କରୁଛନ୍ତି । ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ହେଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.