Road Blocked: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ

2 days ago 2
ARTICLE AD BOX

ମୁନିଗୁଡ଼ା: ରାୟଗଡ଼ାଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଟୁରିଗୁଡା ପଞ୍ଚାୟତର ଟିଣପଦର ଗ୍ରାମର ଜଣେ ଗାଇଚରାଳି ଗତକାଲି ସନ୍ଧ୍ୟାରେ ନିଜ ଗ୍ରାମକୁ ଗାଇ ଗୋଠ ନେଇ ଫେରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ହେଲେ ମାଧବ ପିଡିକାକା (୪୨)।

ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ

ଆଜି ଉକ୍ତ ଗ୍ରାମର ଗ୍ରାମବାସୀମାନେ ମୁନିଗୁଡା ବିଦ୍ୟୁତ ଅଫିସ ନିକଟରେ ଶବ ରଖି ମୁନିଗୁଡା ଭଞ୍ଜନଗର ରାସ୍ତାକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଗ୍ରାମବାସୀମାନଙ୍କ‌ ସହ‌  ଆଲୋଚନା କରିବା ପରେ ଶବଦାହ ପାଇଁ ପନ୍ଦର ହଜାର ଟଙ୍କା ଦେଇଥିଲେ ଓ ଏସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ସହ କଥା ହୋଇ କ୍ଷତିପୂରଣ ମିଳିବା ନେଇ ଚେଷ୍ଟା କରିବେ ବୋଲି ଆଶ୍ଵାସନା ଦେବା ପରେ ରାସ୍ତାରୋକ ହଟିଥିଲା। ତେବେ ଜଙ୍ଗଲ ଭିତରେ ଛିଣ୍ଡା ବିଦ୍ୟୁତ ତାର ପଡିଥିବା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରିଥିବା ଓ ତାହାର ପ୍ରତିକାର କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ।

Death: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.