Road Block: ୩୨୬ ଜାତୀୟ ରାଜପଥ ଗୁମ୍ମା ଘାଟି ଜାମ୍, ଯାତ୍ରୀ ହନ୍ତସନ୍ତ

2 weeks ago 8
ARTICLE AD BOX

ରାୟଗଡ଼ା: କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଭୋରରୁ ରାୟଗଡ଼ା ବ୍ଲକ ଅନ୍ତର୍ଗତ  ଗୁମାଘାଟିର ଜାତୀୟ ରାଜପଥ ୩୨୬ର  ଏକ ବୁଲାଣିରେ  ଗୋଟିଏ ଟ୍ରକ ଫସିଯାଇ ଜାତୀୟ ରାଜପଥ  ଅବରୋଧ  ହୋଇଛି I ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟତ କରୁଥିବା ବସ ଓ ଭାରି ଯାନ ଗୁଡିକ ଅଟକି ରହିଛି। ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାୟଗଡ଼ା କୋରାପୁଟ ଓ କାଶୀପୁରକୁ ଯାତାୟତ ବାଧାପ୍ରାପ୍ତ ହୋଇଛି I

ରାସ୍ତା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି

ବାରମ୍ବାର ଗୁମ୍ମା ଘାଟିରେ ଏକ ନିର୍ଦିଷ୍ଟ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତୃପକ୍ଷ କୌଣସି ଠୋସ କାର୍ଯାନୁଷ୍ଠାନ ଗ୍ରହଣ କରୁନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I ରାୟଗଡ଼ା ପୁଲିସ ଓ କୁମ୍ବିକୋଟା ଆଉଟ ପୋଷ୍ଟ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି I

Block administration: ସହଯୋଗ କରୁନି ବ୍ଲକ୍‌ ପ୍ରଶାସନ: ଧାରଣାରେ ବସିଲେ ବିଧାୟକ, ଖର୍ଚ୍ଚ ହୋଇପାରୁନି ଅନୁଦାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.