ARTICLE AD BOX
କୋଟା: ରାଜସ୍ଥାନର କୋଟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଭାରତୀୟ ସେନାର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ସେନାର ଏକ ଟ୍ରକ୍କୁ ପଛପଟୁ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରେଲର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ସୋମବାର ଅପରାହ୍ଣ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେନାର ଟ୍ରକ୍ଟି ରାସ୍ତାରେ ଯାଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ଏହାକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଟ୍ରକ୍ର ପଛରେ ବସିଥିବା ଦୁଇ ଯବାନ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲେ।
ଜୋରଦାର ଧକ୍କା
ଏହି ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ନିବାସୀ ଯବାନ ନାରାୟଣ ଲାଲଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଆହତ ଯବାନଙ୍କୁ ତୁରନ୍ତ ଉଦ୍ଧାର କରି କୋଟାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଯବାନ କୋଟାସ୍ଥିତ ସେନା ଛାଉଣିରେ ନିୟୋଜିତ ଥିଲେ। ଦୁର୍ଘଟଣାର ଖବର ପାଇ ସୁଲତାନପୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଟ୍ରେଲରରେ ଖାଲି ଗ୍ୟାସ୍ ସିଲିଣ୍ଡର ରହିଥିବା ପୁଲିସ ସୂଚନା ଦେଇଛି।
ଇରାନ ଉପରେ ଚାପ ପ୍ରୟୋଗ ଜାରି ରହିଛି
ଧକ୍କା ଯୋଗୁଁ ସିଲିଣ୍ଡରଗୁଡ଼ିକ ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଥିଲା। ପରେ ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେଗୁଡ଼ିକୁ ରାସ୍ତାରୁ ହଟାଯାଇଥିଲା। ଅନ୍ୟପଟେ ଦୁର୍ଘଟଣା ପରେ ପୁଲିସ ଟ୍ରେଲର ଚାଳକଙ୍କୁ ଅଟକ ରଖିଛି। ଘଟଣାର କାରଣ ଜାଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଜଣେ ଯବାନଙ୍କ ମୃତ୍ୟୁ ଓ ଅନ୍ୟ ଜଣଙ୍କ ଗୁରୁତର ଆହତ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

2 days ago
3


