Road Accident: ଟ୍ରକ୍‌, ବୋଲେରୋ ଧକ୍କା: ୩ ଶିଶୁଙ୍କ ସମେତ ୮ ମୃତ

6 days ago 7
ARTICLE AD BOX

ଭଣ୍ଡାରା:ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଶୁକ୍ରବାର ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୩ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବୋଲେରୋ ଏବଂ ଆଇଚର ଟ୍ରକ୍‌ ମଧ୍ୟରେ ଧକ୍କା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

ପ୍ରକୃତ କାରଣ ନେଇ ତଦନ୍ତ ଜାରି

ପୁଲିସର ସୂଚନା ଅନୁସାରେ, ଭୋର ପ୍ରାୟ ୪ଟା ସମୟରେ ଲଖନି ତାଲୁକାର ମାନେଗାଓଁ ଏବଂ ପିମ୍ପଲଗାଓଁ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବୋଲେରୋରେ ଯାତ୍ରା କରୁଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ବୟସ୍କ ଏବଂ ୩ ଜଣ ଶିଶୁ ରହିଛନ୍ତି।

BRICS 2026: ଦିଲ୍ଲୀରେ ପହଞ୍ଚିଲେ ପୁଟିନ୍; ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରିବେ ଆଲୋଚନା

ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ମୃତକମାନେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ନାଗପୁର ଆସୁଥିଲେ। ସେମାନେ ଜାତୀୟ ରାଜପଥ-୫୩ ଦେଇ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.