Report to CBI: ଦିଲ୍ଲୀ ଏମ୍ସ ଚୂଡ଼ାନ୍ତ ରିପୋର୍ଟରେ ଜିମ୍ ବେଲ୍ଟରେ ଚର୍ମ ଟିସୁ ମିଳିଲା

3 weeks ago 12
ARTICLE AD BOX

ନୂଆଦିଲ୍ଲୀ: ଭୋପାଳର ହାଇପ୍ରୋଫାଇଲ ତ୍ବିଷା ଶର୍ମା ମୃତ୍ୟୁ ମାମଲାରେ ଦିଲ୍ଲୀ ଏମ୍ସର ମେଡିକାଲ ବୋର୍ଡ଼ ଏହାର ଚୂଡ଼ାନ୍ତ ଫରେନସିକ୍‌ ରିପୋର୍ଟ ସିବିଆଇକୁ ପ୍ରଦାନ କରିଛି। ସୂତ୍ର ଅନୁସାରେ, ରିପୋର୍ଟରେ ଫାଶୀରେ ବ୍ୟବହୃତ ହୋଇଥିବା ଜିମ୍ ବେଲ୍ଟରେ ଚର୍ମର ଟିସୁ ମିଳିଛି ଓ ବେଲ୍ଟର ଚିହ୍ନ ବେକରେ ମିଳିଥିବା ଲିଗେଚର ଚିହ୍ନ ସହିତ ମେଳ ଖାଉଛି। ତଥାପି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ରିପୋର୍ଟର ଏକ ଅନୁପାଳନ କପି ମଧ୍ୟ ପ୍ରଦେଶ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପଠାଯାଇଛି। ଦିଲ୍ଲୀ ଏମ୍ସର ମେଡିକାଲ ବୋର୍ଡ ମେ ୨୪ ତାରିଖରେ ଟ୍ବିଷାଙ୍କ ମୃତଦେହରେ ଦ୍ୱିତୀୟ ଥର ପାଇଁ ପୋଷ୍ଟମର୍ଟମ କରିଥିଲା ​​ଓ ଘଟଣାସ୍ଥଳ ମଧ୍ୟ ଯାଞ୍ଚ କରିଥିଲା।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଦିଲ୍ଲୀ ଏମ୍ସର ୫ ଜଣିଆ ସଦସ୍ୟ ବୋର୍ଡ଼ ୧୧ ପୃଷ୍ଠାର ରିପୋର୍ଟ ସିବିଆଇକୁ ଜୁଲାଇ ୧୦ ତାରିଖରେ ବନ୍ଦ ଲଫାପାରେ ପ୍ରଦାନ କରିଛି। ହିଷ୍ଟୋପାଥୋଲୋଜିକାଲ୍ ଓ ଅନ୍ୟାନ୍ୟ ପରୀକ୍ଷାରୁ ଜିମ୍ ବେଲ୍ଟରେ ଚର୍ମ ଟିସୁ ଥିବା ଜଣାପଡ଼ିଛି। ବେଲ୍ଟରେ ଥିବା ଚିହ୍ନ ଓ ଟ୍ୱିଷାଙ୍କ ବେକରେ ଥିବା ଲିଗେଚର ଚିହ୍ନ ମଧ୍ୟରେ ବୈଜ୍ଞାନିକ ସମାନତା ମଧ୍ୟ ମିଳିଛି। ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ବିଶେଷଜ୍ଞମାନେ ପ୍ରାୟ ଗୋଟିଏ ମାସ ଧରି ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଓ ଫୋରେନସିକ୍ ବିଶ୍ଳେଷଣ କରିଥିଲେ। ଦିଲ୍ଲୀ ଏମ୍ସର ଫୋରେନସିକ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା ରିପୋର୍ଟର ବିଷୟବସ୍ତୁ ଉପରେ ମତାମତ ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ମେଡିକାଲ୍ ବୋର୍ଡ ସମସ୍ତ ସମ୍ଭାବ୍ୟ ଦିଗକୁ ବୈଜ୍ଞାନିକ ଭାବରେ ମୂଲ୍ୟାଙ୍କନ କରିଛି ଓ ଏହାର ନିଷ୍କର୍ଷରେ ପହଞ୍ଚିଛି। କୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। 

TwishaSharma: ତ୍ବିଷା ଶର୍ମା ମାମଲା: ଜୁନ୍ ୨ ଯାଏ ସିବିଆଇ ରିମାଣ୍ଡରେ ରହିବେ ଗିରିବାଳା ଓ ସମର୍ଥ ସିଂହ

ସୂଚନାଯୋଗ୍ୟ,୧୨ ମେ ରାତିରେ ଟ୍ବିଷା ଶର୍ମା ଭୋପାଳର କଟାରା ହିଲ୍ସସ୍ଥିତ ଶ୍ବଶୁର ଘରେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଥିଲେ। ଶ୍ବଶୁର ଘର ଲୋକ ଏହାକୁ ଆତ୍ମହତ୍ୟା ଘଟଣା ବୋଲି କହିଥିବାବେଳେ ଟ୍ବିଷାଙ୍କ ପରିବାର ଏହାକୁ ହତ୍ୟା ମାମଲା ବୋଲି କହିଥିଲେ। ପ୍ରାରମ୍ଭିକ ତଦନ୍ତ ଓ ଭୋପାଳ ଏମ୍ସ ଦ୍ବାରା କରାଯାଇଥିବା ପ୍ରଥମ ଶବବ୍ୟବଚ୍ଛେଦ ରିପୋର୍ଟ ଉପରେ ପ୍ରଶ୍ନ ଉଠିବା ପରେ ଟ୍ବିଷାଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ପରେ ଦିଲ୍ଲୀ ଏମ୍ସକୁ ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଓ ପରେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। 

ପ୍ରଥମ ଶବବ୍ୟବଚ୍ଛେଦ ସମୟରେ ଫାଶୀରେ ବ୍ୟବହୃତ ହୋଇଥିବା ଜିମ୍ ବେଲ୍ଟକୁ ମେଡିକାଲ୍ ବୋର୍ଡ ସମ୍ମୁଖରେ ଉପସ୍ଥାପିତ କରାଯାଇ ନଥିଲା। ଫଳସ୍ୱରୂପ, ମୃତ୍ୟୁର କାରଣ ଓ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ଅନେକ ପ୍ରଶ୍ନ ରହିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ହାଇକୋର୍ଟ ଦିଲ୍ଲୀର ଏମ୍ସରୁ ଏକ ବିଶେଷଜ୍ଞ ମେଡିକାଲ୍ ବୋର୍ଡ ଦ୍ୱାରା ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଚୂଡ଼ାନ୍ତ ଫୋରେନ୍ସିକ୍ ରିପୋର୍ଟ ଏବେ ସିବିଆଇ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପ୍ରମାଣ ଭାବରେ ବିବେଚନା କରାଯାଉଛି। ଟ୍ବିଷାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଶାଶୂ ଗିରିବାଲା ସିଂହ ଓ ସ୍ବାମୀ ସମର୍ଥ ସିଂହ ବର୍ତ୍ତମାନ ଜେଲରେ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.