ARTICLE AD BOX
ଅସୁରାଳି/କୋଠାର: ଭଦ୍ରକ ଜିଲ୍ଲାର ରେବ ଓ କପାଳି ନଦୀରେ ବନ୍ୟା। ବନ୍ୟାଜଳ ବୃଦ୍ଧି ପାଇବାରୁ ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଜିଲ୍ଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ୮ଟି ପଞ୍ଚାୟତର ୪୦ଗାଁ ପ୍ରଭାବିତ ହୋଇଛି। ଅଢ଼େଇ ହଜାର ହେକ୍ଟରରୁ ଅଧିକ ଚାଷଜମି ଜଳାର୍ଣ୍ଣବ ହୋଇଛି। ବିଶେଷକରି, ୩ ପଞ୍ଚାୟତର ଶହ ଶହ ଏକର ପରିବା କ୍ଷେତରେ ପାଣି ମାଡ଼ିଯାଇଥିବା ଦେଖିବାକୁ ମିଳିଛି।
Education: ଅଲଚିକି ବଦଳରେ ଦେବନାଗରୀ ଲିପିରେ ବହି ଛପାକୁ ଏଆଇଓଏସୟୁର ବିରୋଧ
ସୂଚନା ଅନୁସାରେ, ଗତ ୪ ଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ରେବ ଓ କପାଳି ନଦୀରେ ବନ୍ୟା ଆସିଛି। ଦୁଇନଈର ବନ୍ୟା ଜଳ ଯୋଗୁ ଧାମନଗର ବ୍ଲକ୍ର ଅସୁରାଳି, ଗଢ଼ିଆଳି, କାସିପୁର, ଫତେପୁର, କଟସାହି, ଖପରାପଦା, ବକମୁରା, ଚୁଡ଼ାକୁଟି, ଦଇପୁର ଆଦି ୯ ପଞ୍ଚାୟତର ୪୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଅଢ଼େଇହଜାର ହେକ୍ଟରରୁ ଅଧିକ ଚାଷଜମି ଦୁଇଦିନ ଧରି ବୁଡ଼ି ରହିଛି। ଏଥିପାଇଁ ଅନେକ ପରିମାଣର ଧାନ ବିହନ ନଷ୍ଟ ହୋଇଥିବା ବେଳେ ନିକଟରେ ରୁଆ ଯାଇଥିବା ଜମିରେ ଧାନଗଛ ପଚି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ଭଦ୍ରକ-ଆରଡ଼ି ରାସ୍ତା ବୁଡ଼ିଲା
୮ ପଞ୍ଚାୟତର ୪୦ ଗାଁ ପ୍ରଭାବିତ
ବିସ୍ତୃତ ଚାଷଜମି ଜଳାର୍ଣ୍ଣବ
ସେହିପରି, କଟସାହି, ଫତେପୁର, ଅସୁରାଳି ଆଦି ୩ଟି ପଞ୍ଚାୟତର ଶହଶହ ଏକର ପରିବା କ୍ଷେତରେ ପାଣି ମାଡ଼ିଛି। ଆଜି ଆଖଣ୍ଡଳମଣି ମୁଖ୍ୟ ସଡ଼କର ଅସୁରାଳି ଏବଂ ଡିଲୋଠାରେ ଦେଢ଼ଫୁଟ ଉଚ୍ଚତାରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି, ଅସୁରାଳି-ମହାଦେବ ନଗର, ହାତିଆପଡ଼ା-ଖପରପଦା, ପଶ୍ଚିମ ଗଢ଼ିଆଳି-କାକୁଡ଼ିଗଡ଼ିଆ, କାସିମପୁର-ପଛାଲୋ ଆଦି ରାସ୍ତା ଉପରେ ବନ୍ୟା ଜଳ ଚାଲିଛି। ଅସୁରାଳି ପଞ୍ଚାୟତର ହାତିଆପଡ଼ା ଏବଂ ଗଢ଼ିଆଳି ପଞ୍ଚାୟତର କାକୁଡ଼ିଗଡ଼ିଆ ବସନ୍ତିଆ ସାହିରେ ପାଣି ପଶି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବ୍ୟାପକ ଅଞ୍ଚଳ ବୁଡ଼ି ରହିଥିବା ହେତୁ ଗୃହପାଳିତ ପଶୁ ଦୁଇଦିନ ଧରି ପଦାକୁ ବାହାରି ପାରିନଥିବା ଜଣାଯାଇଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଯଦି ବର୍ଷା ପରିମାଣ ଅଧିକ ହୁଏ, ତେବେ ଅସୁରାଳି ଅଞ୍ଚଳରେ ବନ୍ୟା ସ୍ଥିତି ଅଧିକ ସଙ୍ଗିନ ହେବାର ଆଶଙ୍କା ରହିଛି।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ

2 weeks ago
7


