Rayagada Politics: ବିଜୁ ସ୍ବାଭିମାନ ମଞ୍ଚକୁ ପୁରିଲା ବର୍ଷେ ଭାସ୍କର ରାଓଙ୍କ ରାଜନୀତିକୁ ନେଇ ଜାତୀୟ ଓ ଆଞ୍ଚଳିକ ଦଳ ଚିନ୍ତାରେ

6 days ago 5
ARTICLE AD BOX

ରାୟଗଡ଼ା(ଶିବ ପ୍ରସାଦ ଦୋରା ): ୨୦୨୪ ନିର୍ବାଚନ ପରେ ବିଜେଡିର ଭାସ୍କର ରାଓ ବିରୋଧୀଗୋଷ୍ଠୀ ପ୍ରଚାର କରୁଥିଲେ ଯେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ରାଜନୈତିକ କ୍ୟାରିଅର ପୂର୍ଣ୍ଣଛେଦ ପଡିଲା। ସେ ରାୟଗଡ଼ା ଛାଡି ଆନ୍ଧ୍ର ଚାଲିଯିବେ । କିନ୍ତୁ ଭାସ୍କର ରାଓ କୌଣସି ସମାଲୋଚନା, ଆଲୋଚନାକୁ ଭୃକ୍ଷେପ ନକରି ବିଜେଡିରୁ ଶ୍ରୀ ରାଓ ଏବଂ ତାଙ୍କ ସମର୍ଥକଙ୍କ ସହ ସମୁହ ଇସ୍ତଫା ଦେଇ ଗଠନ କରିଥିଲେ ବିଜୁ ସ୍ବାଭିମାନ ମଞ୍ଚ । ଏହି ମଞ୍ଚକୁ ଏବେ ବର୍ଷେ ପୁରିଲା ଏବଂ ଶ୍ରୀ ରାଓ ପୂର୍ବ ଅପେକ୍ଷା ଆହୁରି ସଂଗଠିତ ଏବଂ ସଶକ୍ତ ହୋଇ ବିଜୁ ସ୍ବାଭିମାନ ମଞ୍ଚର ବୈଠକ ଗୋଟିଏ ପରେ ଗୋଟିଏ ସଫଳତାର ସହ ଆୟୋଜନ କରିଛନ୍ତି । ଭାସ୍କର ରାଓଙ୍କ ରାଜନୈତିକ ଗୋଟି ଚାଳନାକୁ ନେଇ ଜିଲ୍ଲାରେ ଜାତୀୟ ଦଳ କଂଗ୍ରେସ,ବିଜେପି ଏବଂ ଆଞ୍ଚଳିକ ଦଳ ବିଜେଡି ଏବେ ଚିନ୍ତାରେ । 

ଆଗାମୀ ଦିନରେ ଭାସ୍କର ରାଓ କେଉଁ ଦଳରେ ସାମିଲ୍ ହେବେ ତାକୁ ନେଇ ଆଲୋଚନା ତୀବ୍ର ହେଉଥିବା ବେଳେ ବିଜୁ ସ୍ବାଭିମାନ ମଞ୍ଚ‌ ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ଭାବରେ ରାୟଗଡ଼ା ଜିଲ୍ଲାର ୨୨ଟି ଜିଲ୍ଲା ପରିଷଦ ଜୋନ୍ ଓ ୧୮୨ ଟି ପଞ୍ଚାୟତ ରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ଶ୍ରୀ ରାଓ।  ଆୟୋଜିତ ବୈଠକରେ ନିର୍ଦ୍ଧିଷ୍ଟ ଭାବେ କୌଣସି ରାଜନୈତିକ ଦଳ ବିରୋଧରେ କିଛି କହୁନଥିଲେ ମଧ୍ୟ କାହିଁକି ବିଜେଡି ଛାଡିଥିଲେ ତାହା ଦୋହରାଇ ବିଜେଡିକୁ ଜିଲ୍ଲାରେ ପାନେ ଦେବା ପାଇଁ  ପ୍ରସ୍ତୁତ କରି ଆଗକୁ ବଢିଛନ୍ତି ବରିଷ୍ଠ ରାଜନେତା ଏନ ଭାସ୍କର ରାଓ। ବିଜୁବାବୁଙ୍କ ଏକାନ୍ତ ଅନୁଗତ ଭାବେ ପରିଚିତ ଶ୍ରୀ ରାଓଙ୍କୁ ବିଜେଡିରେ ଅଣଦେଖା କରିବା ପରେ ଗତବର୍ଷ ସେ ବିଜେଡି ଛାଡ଼ିଥିଲେ।

ବିଜେଡି ପାଇଁ ଘାତକ ହୋଇପାରେ

ସ୍ଥାନୀୟ ତେଜସ୍ୱୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର  ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ। ଭାସ୍କର ଓ ପୁର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ସମାବେଶ ରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତ ଦଖଲ ପାଇଁ ପ୍ରସ୍ତୁତ ହେବାକୁ ଆନୁଗତ୍ୟ ଓ ସାଥୀଙ୍କୁ ଆହ୍ବାନ ଦେଇଛନ୍ତି। ସମସ୍ତେ ଏକତ୍ରିତ ହୋଇ ବିଜୁ ସ୍ବାଭିମାନ ମଞ୍ଚ ତଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହେବାକୁ ଶପଥ ମଧ୍ୟ ନେଇଥିଲେ । ରାଜ୍ୟରେ ବିଜେପି ଓ ଜିଲ୍ଲାରେ କଂଗ୍ରେସର ଶାସନ ଚାଲିଥିଲେ ମଧ୍ୟ ଭାସ୍କରଙ୍କ ଟାର୍ଗେଟ୍ ରେ କିନ୍ତୁ ଏହି ଜିଲ୍ଲାରେ ରହିଛି ବିଜେଡି। ଭାସ୍କର ରାଓ ଯଦି ପଞ୍ଚାୟତ ନିର୍ବାଚାରେ ସ୍ବାଧୀନ ଭାବରେ ନିଜ ସମର୍ଥକଙ୍କ ସହ ନିର୍ବାଚନ ମଇଦାନକୁ ‌ଓହ୍ଲାନ୍ତି ତେବେ ସବୁଠାରୁ ଅଧିକା କ୍ଷତିଗ୍ରସ୍ତ ବିଜେଡି ହେବ ଏଥିଣେ ସଂଦେହ ନାହିଁ । ଏକଦା ଜିଲ୍ଲାରେ ଜନତା ଦଳ ଠାରୁ ଆରମ୍ଭ କରି ବିଜେଡି ସଙ୍ଗଠନକୁ ନିଜ ହାତରେ ଗଢିଥିବା ଭାସ୍କରଙ୍କୁ ବିଜେଡିରେ କ୍ରମାଗତ ଭାବେ ଅବହେଳା ଓ ଅପଦସ୍ତ କରିବା ପରେ ସେ ନିଜଆଡୁ ଦୁରେଇ ଯାଇଥିଲେ। ଭାସ୍କରଙ୍କ ଏହି ଆହ୍ଵାନ ଜିଲ୍ଲାରେ ବିଜେପି ଓ କଂଗ୍ରେସ ପାଇଁ ଯେତିକି ଲାଭଦାୟକ ହେବ ବିଜେଡି ପାଇଁ ସେତିକି ଘାତକ ହୋଇପାରେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଆଗକୁ ବଢିବା ବୋଲି କହିଥିଲେ। ବିଜେଡିର ଅସନ୍ତୁଷ୍ଟ ନେତା ଏବଂ ହଜାର ହଜାର କର୍ମୀ କୌଣସି ଦଳକୁ ନଯାଇ ଏବେ ସୁଦ୍ଧା ଶ୍ରୀ ରାଓଙ୍କୁ ସମର୍ଥନ କରୁଛନ୍ତି । ବରିଷ୍ଠ ନେତା ବାନାଗାଡି ତିରୁପତିଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଏହି ସମାବେଶରେ ବିଭିନ୍ନ ବ୍ଲକର ୫ ହଜାରରୁ ଅଧିକ ଲୋକ ଯୋଗଦାନ କରିଥିଲେ। ସମାବେଶ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ହାଲୁଆ ସରପଞ୍ଚ ତାମାରାଓ  ବିଡିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁଲେସିକା, ସଭ୍ୟା ସଂଧ୍ୟା ପୁଲାକା, ପତି କ୍ରାସ୍କା, ବରିଷ୍ଠ ନେତା ଅମିୟ କୁମାର ସ୍ବାଇଁ, ଚନ୍ଦ୍ରକାନ୍ତ ସାମଲ, ବିନାୟକ କର, ନିରଞ୍ଜନ ପାତ୍ର, ରମେଶ ଚନ୍ଦ୍ର ମିଶ୍ର, ଆଦିବାସୀ ସଂଘ ସଭାପତି ଜାଲଦୁ କଣ୍ଡାଗରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ କ୍ରାସ୍କା, କଲ୍ୟାଣସିଂହପୁରର ଜି. ଶ୍ରୀନିବାସ, ଶୁକୃ ପିରୁବାକା, କାଶୀପୁର ଲ୍ୟାମ୍ପ ସଭାପତି ପପୁଲାର ମାଝୀ, ହରପ୍ରସାଦ ନାୟକ, ନରସିଂହ ସାଉନ୍ତା, ରତ୍ନମାଳା ପରିଛା, ତପନ ପେଦେଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Accident: ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଖସିଲା ବଲେରୋ, ୫ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.