Ravenshaw University ୭ ଦିନ ମଧ୍ୟରେ ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

1 week ago 5
ARTICLE AD BOX

ଭୁବନେଶ୍ବର: ସରକାରୀ ଆବାସିକ କ୍ୱାର୍ଟରର ସଠିକ୍ ପରିଚାଳନା, ଅନଧିକୃତ ଦଖଲ ରୋକିବା ଓ ବିଦ୍ୟୁତ୍‌, ପାଣି ସମେତ ଅନ୍ୟାନ୍ୟ ସରକାରୀ ପ୍ରାପ୍ୟ ଆଦାୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପୁଣି ଥରେ କଡ଼ା ତାଗିଦ କରିଛି। ପୂର୍ବରୁ ଜାରି ନିର୍ଦ୍ଦେଶ ସତ୍ତ୍ୱେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁପାଳନ ରିପୋର୍ଟ ଦାଖଲ କରାଯାଇନଥିବାରୁ ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ତଥ୍ୟ ସହ ବିସ୍ତୃତ ରିପୋର୍ଟ ପଠାଇବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।

Ravenshaw University: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରେ ଜମି ନାହିଁ: ପୂର୍ତ୍ତ ବିଭାଗ ନାଁରେ ୮୧ ଏକର ଜମି, ବଦଳି ପାରୁନି ମାଲିକାନା

ଉଚ୍ଚଶିକ୍ଷା ନିର୍ଦ୍ଦେଶକ କଳୀପ୍ରସନ୍ନ ମହାପାତ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ଗତ ୧୦ ଜୁନରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ କ୍ୱାର୍ଟରଗୁଡ଼ିକର ବ୍ୟବହାରକୁ ଯୁକ୍ତିସଙ୍ଗତ କରିବା, ଅନଧିକୃତ ଦଖଲ ଚିହ୍ନଟ ଓ ହଟାଇବା ସହ ବିଦ୍ୟୁତ୍‌, ପାଣି ଓ ଅନ୍ୟାନ୍ୟ ଦେୟ ଆଦାୟର ସମୀକ୍ଷା କରି ଅନୁପାଳନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ସେହି ରିପୋର୍ଟ ବିଭାଗ ନିକଟରେ ପହଞ୍ଚିନାହିଁ। ଏହାକୁ ବିଭାଗ ଗୁରୁତର ଭାବେ ଗ୍ରହଣ କରିଛି। ଯଦି ରିପୋର୍ଟ ପୂର୍ବରୁ ପଠାଯାଇଥାଏ, ତେବେ ତାହାର ଏକ ନକଲ ବିଭାଗକୁ ଉପଲବ୍ଧ କରାଇବାକୁ ମଧ୍ୟ କୁହାଯାଇଛି।  

ରେଭେନ୍‌ସା ନାମ ପରିବର୍ତ୍ତନ ବିବାଦ: ରାଜ୍ୟପାଳଙ୍କୁ ଭେଟିଲା ରେଭେନ୍‌ସା ହେରିଟେଜ୍‌ ଫୋରମ୍

ବିଭାଗ ବିଶ୍ୱବିଦ୍ୟାଳୟଠାରୁ ମୋଟ ସରକାରୀ କ୍ୱାର୍ଟର ସଂଖ୍ୟା, ବର୍ଗଭିତ୍ତିକ ଦଖଲକାରୀଙ୍କ ତାଲିକା, ବିଦ୍ୟୁତ୍‌ ମିଟର ବ୍ୟବସ୍ଥା, ଲାଇସେନ୍ସ ଫି ଆଦାୟର ସ୍ଥିତି, ବିଦ୍ୟୁତ୍‌, ପାଣି ଓ ଅନ୍ୟାନ୍ୟ ଦେୟ ବାବଦରେ ଆଦାୟ ଓ ବକେୟାର ବିବରଣୀ, ବକେୟା ଆଦାୟ ପାଇଁ ନିଆଯାଇଥିବା ପଦକ୍ଷେପ, ଦୈନିକ ମଜୁରିଆ, ଚୁକ୍ତିଭିତ୍ତିକ ଓ ଆଉଟ୍‌ସୋର୍ସ କର୍ମଚାରୀଙ୍କ ଦଖଲରେ ଥିବା କ୍ୱାର୍ଟର ସମ୍ପର୍କିତ ତଥ୍ୟ ଏବଂ ଅନଧିକୃତ ଦଖଲ ରୋକିବା, ପୃଥକ୍ ବିଦ୍ୟୁତ୍‌ ମିଟର ସ୍ଥାପନ ଓ ସ୍ୱଚ୍ଛ ବିଲିଂ ଏବଂ ଆଦାୟ ବ୍ୟବସ୍ଥା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପର ସବିଶେଷ ବିବରଣୀ ମାଗିଛି। 

ଏହି ପତ୍ରର ନକଲ ଉଚ୍ଚଶିକ୍ଷା ବିଭାଗର କମିଶନର-କମ୍-ସଚିବ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ପାଇଁ ପଠାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.