Ravenshaw University: ରେଭେନ୍ସା ବିବାଦର ସମାଧାନ ପାଇଁ ପ୍ରୟାସ: ‘ରୁଟା’ ସଦସ୍ୟଙ୍କ ସହ ଆଲୋଚନା କଲେ କୁଳପତି

2 weeks ago 12
ARTICLE AD BOX

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଦେଖା ଦେଇଥିବା ବିବାଦର ସମାଧାନ ପାଇଁ ଶେଷରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସମହାପାତ୍ର ଆଜି ତାଙ୍କ କାର୍ଯ୍ୟାଳୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ରେଭେନ୍ସାର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାହ୍ୟ ତଥା ରାଜନୈତିକ ହସ୍ତକ୍ଷେପ ରୋକିବା ପାଇଁ ସେ କୁଳାଧିପତି ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି। ଏ ଦିଗରେ ବିଭାଗ ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ପ୍ରତିଶ୍ରୁତି ଦେଇଥିବା କୁଳପତି ଶ୍ରୀ ଦାସମହାପାତ୍ର କହିଛନ୍ତି। ଅନ୍ୟପଟେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ମାମଲାରେ କୌଣସି ବାହ୍ୟ ହସ୍ତକ୍ଷେପକୁ ଆଉ ବରଦାସ୍ତ କରାଯିବ ନାହିଁ।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

କର୍ତ୍ତୃପକ୍ଷ ଦେବେ ଭରସାପତ୍ର
ବିଶ୍ବବିଦ୍ୟାଳୟରେ ରହିବନି ରାଜନୈତିକ ହସ୍ତକ୍ଷେପ

ଏ ନେଇ ସେ ରେଭେନ୍ସାର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଭରସାପତ୍ର ଲେଖିବେ ବୋଲି କୁଳପତି କହିଛନ୍ତି। ଅନ୍ୟପଟେ ପୁରୁଣା ରେସିଡେନ୍ସି କମିଟି ସହ ଆଲୋଚନା ନକରି ଗଠନ ହୋଇଥିବା ନୂଆ କମିଟିର ବିଜ୍ଞପ୍ତିକୁ ବାତିଲ କରିବାକୁ ରୁଟା ପକ୍ଷରୁ ହୋଇଥିବା ଦାବି ଉପରେ ଏଥିରେ ଆଲୋଚନା ହୋଇଥିଲା। ଉକ୍ତ ଦାବିର ସମାଧାନ ପାଇଁ ଆସନ୍ତା ଦୁଇ ଦିନ ମଧ୍ୟରେ ପଦ‌କ୍ଷେପ ଗ୍ରହଣ କରାଯିବ। ଆବଶ୍ୟକ ହେଲେ ନୂଆ ଓ ପୁରୁଣା ରେସିଡେନ୍ସି କମିଟିକୁ ନେଇ ଏକ ବୈଠକ କରାଯିବ। ଏଥିରେ ଦୁଇ କମିଟିର ସମସ୍ତ ସଦସ୍ୟଙ୍କ ସହମତିରେ ଦାବିର ସମାଧାନ ପାଇଁ ବାଟ ବାହାର କରାଯିବ ବୋଲି କୁଳପତି କହିଛନ୍ତି। ସେପଟେ ରୁଟାର ସଦସ୍ୟମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରଖିଥିବା ବେଳେ ଏଥିରୁ ନିବୃତ୍ତ ରହିବାକୁ କୁଳପତି ଡକ୍ଟର ଦାସମହାପାତ୍ର ବୈଠକରେ ଅନୁରୋଧ କରିଛନ୍ତି। ଉକ୍ତ ବିଷୟ ଉପରେ ରୁଟା ଆଲୋଚନା କରିବ ବୋଲି ରୁଟାର ସଦସ୍ୟମାନେ କହିଛନ୍ତି। ଆଜିର ବୈଠକରେ କୁଳପତିଙ୍କ ସହ ରୁଟାର ସଭାନେତ୍ରୀ ପ୍ରଫେସର ଊର୍ମିଶ୍ରୀ ବେଦମାତା, ସମ୍ପାଦକ ପ୍ରଫେସର ଶିବ ଶଙ୍କର ସାହୁ, ରୁଟା ମୁଖପାତ୍ର ପ୍ରଫେସର ନେତାଜୀ ଅଭିନନ୍ଦନ ଉପସ୍ଥିତ ଥିଲେ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.