Ratna Bhandar: ସାର୍ବଜନୀନ ହେବନି ରତ୍ନଭଣ୍ଡାର ରିପୋର୍ଟ: ଆଇନ ମନ୍ତ୍ରୀ

6 days ago 9
ARTICLE AD BOX

ପୁରୀ: ଦୁର୍ଗା ପୂଜା ପରେ ଗଣତିମଣତି ନିୟମିତ ଚାଲିବ ଏବଂ ବହୁ ସମୟ ଧରି ଚାଲିବ। ମାର୍ଗଶିର ପୂର୍ବରୁ ଗଣତି ମଣତି ଶେଷ ହୋଇଯିବ। ହେଲେ ରତ୍ନଭଣ୍ଡାର ଗଣତିମଣତି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଏକ ଗୁପ୍ତ ସେବା ଭଳି। ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କରାଯାଉଛି। ରତ୍ନ ସହ ବା ରିପୋର୍ଟ ସହ କେହି ରିଲ୍ସ କଲା ଭଳି ବ୍ୟବସ୍ଥା ହେବନି, ବରଂ ଏହାକୁ ଯଥା ସମ୍ଭବ ଗୁପ୍ତ ରଖାଯିବ। ଯେଉଁମାନେ ଅଧିକୃତ ବ୍ୟକ୍ତି ଚାହିଲେ ଦେଖିପାରି‌ବେ।

Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍‌ସା

ମାର୍ଗଶିର ପୂର୍ବରୁ ସରିବ ଗଣତିମଣତି

ମହାପ୍ରଭୁଙ୍କ ନୀତି ଯେଭଳି ପ୍ରଭାବିତ ହେବନି ତାହାକୁ ନଜରରେ ରଖି ରତ୍ନଭଣ୍ଡାର ଗଣତି ମଣତି କରାଯାଉଛି। ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ଦୁର୍ମୂଲ୍ୟ ହୀରା, ମୋତି, ମାଣିକ୍ୟ ରହିଛି। ୧୯୭୮ ମସିହା ତାଲିକା ସହ ମେଳକ କରାଯାଉଛି। ସମସ୍ତ ଦୁର୍ଭଲ ଓ ଦୁର୍ମୂଲ୍ୟ ଅଳଙ୍କାରର ଥ୍ରିଡି ମ୍ୟାପିଂ କରାଯାଉଛି। ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମଧ୍ୟ କରାଯାଉଛି। ସମ୍ପୂର୍ଣ୍ଣ ଗଣତିମଣତି ପ୍ରକ୍ରିୟା ସରିବା ପରେ ତାଲିକା ପ୍ରସ୍ତୁତ କରାଯିବ। ତାଲିକା ପବ୍ଲିକ ଡୋମେନ୍‌ରେ ଉପଲବ୍ଧ ହେବ ନାହିଁ।

Elephant attack: ଘର ଭାଙ୍ଗିଲା, ଗାଈକୁ ଆକ୍ରମଣ କଲା ହାତୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.