Rathkhala: ରଥଖଳା: ଚାଲିଛି ଦୁଆର ବେଢ଼ା ବନ୍ଧା

4 weeks ago 13
ARTICLE AD BOX

ପୁରୀ: ଆଜି ଥିଲା ରଥ ନିର୍ମାଣର ୭୫ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନି ରଥର ଦୁଆର ବେଢ଼ା ବାନ୍ଧି ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ପାଇଁ ଦୁଆର ବାଣିଆ ଲାଗିଛି। ପ୍ରତି ରଥରେ ଏହିପରି ୧୬ଟି ଲେଖାଏଁ ଫିଟିଂ କରାଯିବ। ଏଥିସହ ସିଂହାସନ ଚାରିକୋଣରେ ପଟା ପକାଯାଇଛି। ବେଦି ଚାରି ପାର୍ଶ୍ୱ କୋଣ ଗୁଡ଼ିକରେ ପାରୁସ ପଟା ବାଡ଼ିଆ ଶେଷ ହୋଇଛି। ନୂତନ ବ୍ରେକ ପୁଲିରେ ଲୁହା କଡା ଫିଟିଂ କାର୍ଯ୍ୟ ଶେଷ ହୋଇଛି। ଚିତ୍ରକାର ସେବକମାନେ ରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ପାଇଁ ପ୍ରଭା ଗୁଡ଼ିକରେ ଧଳା ପ୍ରାଇମର୍ ବୋଳା ଶେଷ କରି ରଙ୍ଗ କାର୍ଯ୍ୟ ଆରମ୍ବ କରିଛନ୍ତି।

Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି

ତାଳଧ୍ୱଜ ରଥ ପ୍ରଭାରେ ଖୋଦେଇ କରାଯାଇ ରୂପରେ ରଙ୍ଗ ଚିତ୍ର ସହ ପ୍ରଭା ମଝି ଭାଗରେ ପଦ୍ମ କଢ଼ି, ଦୁଇ ପାର୍ଶ୍ୱରେ ଶିବ ଓ ନାରଦଙ୍କ ଚିତ୍ର ଅଙ୍କନ କରାଯିବ। ଦର୍ପଦଳନ ରଥ ପ୍ରଭାରେ ପଦ୍ମ କଢ଼ି ସହ ପ୍ରଭା ଦୁଇ ପଟରେ ଗଙ୍ଗା, ଯମୁନାଙ୍କ ଚିତ୍ର, ନନ୍ଦିଘୋଷ ରଥ ପ୍ରଭାରେ ପଦ୍ମ କଢି ସହ ଇନ୍ଦ୍ର ଓ ବ୍ରହ୍ମାଙ୍କ ଚିତ୍ର ଅଙ୍କନ କରାଯିବ। ଦୁଆର ବେଢ଼ା ଓ ଚନ୍ଦ୍ର ଶାଳୀ ପାଇଁ କନା କଟିଙ୍ଗ ସହ ସେଥିରେ ସିଲଭର ଜରି ସୂକ୍ଷ୍ମ କାରୁକାର୍ଯ୍ୟ ଆରମ୍ଭ ହୋଇଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ଧ୍ୱଜ ବତା କଣ୍ଟା ନିର୍ମାଣ କରୁଛନ୍ତି। ନୂଆ ବ୍ରେକ ପୁଲି ପାଇଁ ଲୁହା କଡା ନିର୍ମାଣ ଶେଷ କରିଛନ୍ତି। ତିନିରଥର ପ୍ରଭା ବିଡିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

Donald Trump: ଭାରତର ଆର୍ଥିକ ବିକାଶକୁ ପ୍ରଶଂସା କଲେ ଟ୍ରମ୍ପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.