Rathkhala: Chandrashali and Thakerobaad were used ରଥଖଳା: ଲାଗିଲା ଚନ୍ଦ୍ରଶାଳି ଓ ଠେକେରାବାଡ଼

3 weeks ago 12
ARTICLE AD BOX

ପୁରୀ: ଆଜି ଥିଲା ରଥ ନିର୍ମାଣର ୮୩ତମ ଦିବସ।  ରଥ ନିର୍ମାଣକାରୀ ସେବକମାନେ  ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ତିନିରଥରେ ଚନ୍ଦ୍ରଶାଳି ଓ ଠେକେରାବାଡ ଲଗାଯାଇଛି। ଦୁଆର ବେଢ଼ାରେ କନା ପଡ଼ିବା କାର୍ଯ୍ୟ ଆରମ୍ବ ହୋଇଛି। କନକମୁଣ୍ତି ପିତ୍ତଳ କାମ ଚାଲିଛି। ରଥ ସୁରକ୍ଷିତ ଭାବେ ଅଟକାଇବା ପାଇଁ ଏମ୍‌ସିଏଲ୍‌ ସହଯୋଗରେ ସ୍ବତନ୍ତ୍ର ବ୍ରେକ୍ ବ୍ୟବସ୍ଥା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ରଥକୁ ଆବଶ୍ୟକ ସ୍ଥଳେ ରୋକିବା ପାଇଁ ଏହି ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଚିତ୍ରକାର ସେବକଙ୍କ ଦ୍ବାରା ରଥର ବାହ୍ୟ ଅଂଶଗୁଡିକର ରଙ୍ଗ  କାର୍ଯ୍ୟ ସହ ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ଦର୍ଜି ସେବକମାନେ ରଥର ଚନ୍ଦ୍ରଶାଳି, ଅଁଳାଶ୍ରୀ କନା ପଡ଼ିଛି। ସାରଥି ପୋଷାକ କାମ ଶେଷ ହୋଇଛି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଅଣସର ତାଟି କାଟିବା ଏବଂ ଚାର ବାନ୍ଧିବା ପାଇଁ  କୋଠ ସୁଆଁସିଆ ସେବକମାନଙ୍କ ନିମନ୍ତେ  ଛୁରୀ, କଟୁରୀ ଓ ହାତୁଡ଼ି  ଇତ୍ୟାଦି ସାଜ ସରଞ୍ଜାମ ନିର୍ମାଣ ଶେଷ କରିଛନ୍ତି।

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

Read Entire Article
LEFT SIDEBAR AD

Hidden in mobile, Best for skyscrapers.