Ratha yatra: ଆଡ଼ପ ମଣ୍ଡପରେ ନବମୀ ଦର୍ଶନ: ଦର୍ଶନ ନପାଇ ଭକ୍ତ କାନ୍ଦିଲେ, ପୁଣି ଖୋଲିଲା ଦ୍ବାର

1 week ago 5
ARTICLE AD BOX

ପୁରୀ: ବାହୁଡ଼ା ପୂର୍ବରୁ ଜନ୍ମବେଦି (ଆଡ଼ପ ମଣ୍ଡପ)ରୁ ଶେଷ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ କରି ତ୍ରିକାଳର ପୂଣ୍ୟ ଅର୍ଜିଛନ୍ତି। ପାଗ ଅନୁକୂଳ ଥିଲା। ତେଣୁ ଭକ୍ତଙ୍କ ସୁଅ ଛୁଟିଥିଲା। ସମୟ ୬ଟା ଟପି ଯାଇଥିଲା, କିନ୍ତୁ ଲୋକେ ଧାଡ଼ି ଛାଡ଼ିନଥିଲେ। ଠିକ୍‌ ୬ଟା ୧୫ରେ ଗୁଣ୍ଡିଚା ମନ୍ଦିର ସିଂହଦ୍ବାର ବନ୍ଦ ହୋଇଥିଲା। ମାତ୍ର କିଛି ଭକ୍ତ ସିଂହଦ୍ବାର ଯାଏଁ ଆସି ମଧ୍ୟ ଦର୍ଶନ ନପାଇବାରୁ କାନ୍ଦିଥିଲେ। ପୁଲିସ ଓ ପ୍ରଶାସନ ପୁଣି ୬ଟା ୩୭ରେ ଦ୍ବାର ଖୋଲି‌ ଦେଇଥିଲେ। ତଥାପି ବହୁ ଭକ୍ତ ବିଳମ୍ବରେ ଧାଡ଼ି ବାନ୍ଧିଥିବାରୁ ଦର୍ଶନ ନପାଇ ଫେରିଥିଲେ।  

ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଅହେତୁକ ଭିଡ଼ ଏବଂ ବାହୁଡ଼ା ନୀତି ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ଲାଗି ଆଜି ନୀତିକାନ୍ତି ସଅଳ ସଂପନ୍ନ ହୋଇଛି। ଆଜି ଭୋର ୫ଟା ୫ରେ ଦ୍ବାରଫିଟା ନୀତି ସଂପନ୍ନ ପରେ ଅନ୍ୟାନ୍ୟ ନୀତି ବଢ଼ି ଶୀଘ୍ର ରାତ୍ର ପହୁଡ଼ ସଂପନ୍ନ ହୋଇଛି। ଭକ୍ତଙ୍କ ମହାପ୍ରସାଦ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଧ୍ୟା ପୂର୍ବରୁ ଆଜି ତିନିଟି ଭୋଗମଣ୍ଡପ ଉଠିଛି। ନାକଚଣା ଦ୍ବାର ଦେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରସାଦ ନେଇଛନ୍ତି। ଆଜିଠାରୁ ଆଡ଼ପ ଅବଢ଼ା ମିଳିବା ଶେଷ ହେଉଥିବାରୁ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରେ ପ୍ରବଳ ଭିଡ଼ ଲଗାଇଥିଲେ।

ସଂଧ୍ୟା ଦର୍ଶନର ବିଶେଷ ମହତ୍ତ୍ବ ରହିଛି। ତେଣୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ସୁଅ ଛୁଟିଥିଲା। ବହୁ ଭକ୍ତ ଦର୍ଶନର ଅବକାଶ ପାଇନଥିବାରୁ ସଅଳ ଦର୍ଶନ ବନ୍ଦକୁ ନେଇ କିଛି ଅସନ୍ତୋଷ ଝାଡ଼ିଥିଲେ। ଯଦି ସଂଧ୍ୟା ବେଳର ଏହି ଦର୍ଶନକୁ ସଂଧ୍ୟା ଦର୍ଶନ କୁହାଯାଉଛି, ତେବେ ସଅଳ ଦର୍ଶନ ବନ୍ଦ କାହିଁକି ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ସଂଧ୍ୟା ଦର୍ଶନ ପାଇଁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ବାହାରେ ମାଳ ମାଳ ପୁଲିସ ଜଗି ରହିଥିଲେ। କିନ୍ତୁ ଭିତରେ ସେଭଳି ବ୍ୟବସ୍ଥା ନଥିଲା। ଆଜି ପରିମାଣିକ ଦର୍ଶନ ବନ୍ଦ ରହିଥିବାରୁ ଗର୍ଭଗୃହ ବଦଳରେ ସବୁ ଭକ୍ତ ଏକକାଳୀନ ବାହାରୁ ଦର୍ଶନ କରିଥିଲେ। ଏଥିପାଇଁ ବ୍ୟାରିକେଡ୍‌ରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.