Rath Katha: ରଥ କଥା: ଦର୍ପଦଳନରେ ୨ ଦିଅଁ, ରଥ ଉଚ୍ଚତା ୪୪ ଫୁଟ ୬ ଇଞ୍ଚ

4 weeks ago 13
ARTICLE AD BOX

ପୁରୀ: ବିଧି ଅନୁଯାୟୀ ତିନି ରଥର ନିର୍ମାଣ ଶୈଳୀ ଯେପରି ଭିନ୍ନ, ବିରାଜମାନ କରୁଥିବା ପାର୍ଶ୍ବ ଦେବଦେବୀ ମଧ୍ୟ ଭିନ୍ନ। ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ। ଦେବଦଳନ ମଧ୍ୟ କୁହାଯାଏ। ରଥର ଅଧିଶ୍ବର ଦେବତା ହେଲେ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ। ଦେବୀଙ୍କ ରଥର ଉଚ୍ଚତା ୪୪ ଫୁଟ ୬ଇଞ୍ଚ। ମୋଟ ୫୯୩ ଖଣ୍ଡ କାଠରେ ଏହା ନିର୍ମିତ ବୋଲି ଉଲ୍ଲେଖ। ଅନ୍ୟ ଗବେଷକଙ୍କ ମତରେ ୭୧୧ ଖଣ୍ଡ କାଠରେ ରଥ ନିର୍ମିତ ହୋଇଥାଏ। ରଥର ଚକ ସଂଖ୍ୟା ୧୨। ରଥ ଚକର ନାମ ଦୀପ୍ତ। ଦେବୀଙ୍କ ରଥର ରକ୍ଷକ ଜୟଦୁର୍ଗା। ମା’ ସୁଭଦ୍ରାଙ୍କ ରଥ ଧ୍ବଜାରେ ତ୍ରିପୁରା ସୁନ୍ଦରୀ ବିରାଜମାନ କରନ୍ତି। ରଥର ଆବରଣ କୃଷ୍ଣ ଓ ଲୋହିତ ବର୍ଣ୍ଣ।

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ରଥରେ ଚାମର ସେବା କରନ୍ତି ସୁମେଧା ଦେବୀ। ଆୟୁଧ ହେଉଛି ପଦ୍ମ କହ୍ଲାର। ରଥ ପୀଠର ନାମ କାମ୍ପଲ୍ୟ। ରଥର ସାରଥିଙ୍କ ନାମ ଅର୍ଜୁନ। ମତାନ୍ତରେ ଦେବଦତ୍ତ ଓ ସାତ୍ବକୀ। ରଥ ଅଶ୍ବର ରଙ୍ଗ ରକ୍ତବର୍ଣ୍ଣ। ଅଶ୍ବମାନଙ୍କ ନାମ ହେଉଛି ରୋଚିକା, ମୋଚିକା, ଜିତା, ଅପରାଜିତା। ଭିନ୍ନ ମତରେ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା। ରଥର ଋଷି ହେଉଛନ୍ତି ଯାଜ୍ଞବଳ୍କ୍ୟ। ରଥ ମୁହଁରେ ରୁହନ୍ତି ବ୍ରହ୍ମ ବର୍ତା। ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ। ରଥର ଦେବୀ ହେଉଛନ୍ତି ଶ୍ରୀ ଓ ଭୂ। ରଥ ଯକ୍ଷ କିଂଜ୍ବଳିକା। ରଥର ଶକ୍ତି ହେଉଛନ୍ତି ଶକ୍ତିସପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା।

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ଋଷି ପଟାରେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତକ ଋଷି ମଣ୍ଡଳ ରୁହନ୍ତି। ରଥର କୁମ୍ଭ ହେଉଛି ଅମୃତ, ଜୀବା ଓ କାୟା। ରଥର ଦ୍ବାରପାଳ ହେଉଛନ୍ତି ଗଙ୍ଗା ଓ ଯମୁନା। ଗନ୍ଧର୍ବଙ୍କ ନାମ ହା ହା। ଚାରଣଙ୍କ ନାମ ମହାକ୍ରୂର। ରଥର ରତ୍ନ ହେଉଛି ମାଣିକ୍ୟ। ନେତର ନାମ ନାଦାମ୍ବିକା। ରଥକାଳ କାଳନେମୀ। କଳସ ଉପରେ ଥିବା ଶୂନ୍ୟ ଚକ୍ରର ନାମ ସୁଦର୍ଶନ। ରଥର ଶକ୍ତି ହେଉଛନ୍ତି ଚନ୍ଦ୍ର ଘଣ୍ଟା। ଦଧିନଉତି ଉପରେ ଥିବା କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। ରଥ ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼ ନାମକ ନାଗ। ରଥପାଳ ହେଉଛନ୍ତି ହରିହର। ଏହି ରଥ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ ବୋଲି ବିଶ୍ବାସ ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.