Rape: ପଶ୍ଚିମବଙ୍ଗରେ ୧୨ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

4 weeks ago 14
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ବରୁଇପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଜଣେ ୧୨ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଝିଅଟିକୁ ଶନିବାର ଅପହରଣ କରି ଦୁଷ୍କର୍ମ କରାଯାଇଥିଲା ବୋଲି ପୁଲିସ କହିଛି। ଝିଅଟିର ମୃତଦେହ ରବିବାର ସକାଳେ ଘର ନିକଟ ପୋଖରୀରୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଏକ ଏତଲା ରୁଜୁ କରି ମାମଲାର ତଦନ୍ତ କରୁଛି। ପୁଲିସକୁ ପରିବାର ଲୋକ ସୂଚନା ଦେଇଛନ୍ତି ଯେ, ଶନିବାର ଅପରାହ୍ଣରେ ଝିଅଟି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଇ ଆଉ ଫେରିନଥିଲା। ଚାରି ଜଣ ଲୋକ ଝିଅଟିକୁ ଅପହରଣ କରିନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ରବିବାର ଦିନ ୧୧ଟାବେଳେ ଝିଅଟିର ମୃତଦେହ ପୋଖରୀରୁ ମିଳିବା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇଯାଇଥିଲେ।

ସନ୍ଦେହରେ ସେମାନେ ୪ ଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ବରୁଇପୁର ପୁଲିସ କହିଛି। ସ୍ଥାନୀୟ ଲୋକମାନେ ସନ୍ଦିଗ୍ଧଙ୍କୁ ଝିଅଟି ସହିତ ଦେଖିଥିଲେ। ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକମାନେ ୫ ଘଣ୍ଟାଧରି ରାସ୍ତା ଅବରୋଧ କରି ମୃତକଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ଉତ୍ତେଜିତ ଲୋକମାନେ ଅବରୋଧ ହଟାଇବାକୁ ଚେଷ୍ଟା କରୁଥିବା ପୁଲିସ ଓ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀଙ୍କ ଉପରେ ଆକ୍ରମଣ କରିଥିଲେ। ଲୋକଙ୍କ ପଥର ମାଡ଼ରେ ଅନେକ ପୁଲିସ ଆହତ ହୋଇଥିଲେ। ଜଣେ ପୁଲିସଙ୍କୁ ବରୁଇପୁର ହସ୍ପିଟାଲରୁ କୋଲକାତା ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଦକ୍ଷିଣ ବଙ୍ଗ ରେଞ୍ଜର ପୁଲିସ ଆଇଜି କଙ୍କର ପ୍ରସାଦ ବରୁଇ ଏକ ଦଳ ସହିତ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଆହୁରି ପଢନ୍ତୁ: SIR: ଏସ୍‌ଆଇଆର୍‌: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍‌ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ

ଉତ୍ତେଜନା ଯୋଗୁ ସିଆଲଦା-ନାମଖାନା ରେଳ ମାର୍ଗ ପାଖାପାଖି ଏକ ଘଣ୍ଟା ଧରି ବନ୍ଦ ରହିଥିଲା। ଝିଅଟିର ମୃତଦେହ ବରୁଇପୁର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି। ଉତ୍ତେଜିତ ଲୋକମାନେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ହିଂସାକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଲୋକମାନେ ଜଣେ ସନ୍ଦିଗ୍ଧଙ୍କୁ ଧରିଛନ୍ତି। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୃତ ଝିଅଟିର ବାପାଙ୍କ ସହିତ ଫୋନରେ କଥା ହୋଇ ଦୋଷୀଙ୍କୁ ଗିରଫ କରି ଦଣ୍ଡିତ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତ ପରିବାରକୁ ମଙ୍ଗଳବାର ରାଜ୍ୟ ସିଆଇଡି ମୁଖ୍ୟାଳୟ ଭବାନୀ ଭବନ ଡାକିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.