ARTICLE AD BOX
କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ରାଜ୍ୟବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଆଜି ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ତେବେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅତି ସାଂଘାତିକ ସତ ସାମ୍ନାକୁ ଆସିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ଯୌନ ନିର୍ଯାତନା ପରେ ପୀଡ଼ିତାଙ୍କ ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ବାଡେଇ ତାଙ୍କୁ ଜୀବନ୍ତ ପାଣିକୁ ଫୋପାଡ଼ି ଦିଆଯାଇଥିଲା। ତାଙ୍କ ମୁଣ୍ଡ ଓ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି।
ଆହୁରି ପଢନ୍ତୁ: Puri Water Treatment Plant ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି: ୪୨ ଏମ୍ଏଲ୍ଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
ସେହିପରି ଶରୀରର ବିଭିନ୍ନ ଅଂଶରେ କାମୁଡ଼ା ଚିହ୍ନ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ପୀଡ଼ିତାଙ୍କ ମୁଣ୍ଡକୁ ପିଟିଦେବାପରେ ଜୀବିତ ଅବସ୍ଥାରେ ତାଙ୍କୁ ଏକ ଅଖାରେ ପୂରାଇ ପାଣିକୁ ଫୋପଡ଼ି ଦେଇଥିଲା। ତାଙ୍କ ଫୁସଫୁସ୍ ଓ ପାକସ୍ଥଳୀରେ ପାଣି ଥିଲା। ରିପୋର୍ଟରେ କୁହାଯାଇଛି ଯେ, ମସ୍ତିଷ୍କରୁ ପ୍ରବଳ ରକ୍ତ ଝରିବା ସହ ପାଣିରେ ବୁଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି।
ଆହୁରି ପଢନ୍ତୁ:Embankment Breach ୫୦ ଫୁଟ୍ ଧସିଲା ଗେଙ୍ଗୁଟି ନଦୀବନ୍ଧ
ଉଲ୍ଲେଖଯୋଗ୍ୟ, ପୀଡ଼ିତା ଗତ ଶନିବାର ବରୁଇପୁରରୁ ନିଖୋଜ ହୋଇ ଯାଇଥିଲେ। ବହୁତ ଖୋଜାଖୋଜି ପରେ ସେ ନ ମିଳିବାରୁ ପରିବାର ଲୋକ ପୁଲିସରେ ଅଭିଯୋଗ କରିଥିଲେ। ଏଯାବତ୍ ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ସରକାର ପୀଡ଼ିତାଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବେ। ପୀଡ଼ିତାଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେ ଚାହୁଥିବା କହିଛନ୍ତି।
ଆହୁରି ପଢନ୍ତୁ:Bhadrak SIR ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍: ବାଦ ପଡ଼ିଲେ ୬୮ ହଜାର ଭୋଟର
ତେବେ ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ କ୍ଲିନ୍ଚିଟ୍ ଦେଇପାରିବି ନାହିଁ। ଏହି ଭିଡ଼ହିଂସା ଏକ ସାମ୍ପ୍ରଦାୟିକ ଦିଗ। କୋର୍ଟ ଏହା ଉପରେ ବିଚାର କରିବେ। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବରୁଇପୁର ଯାଇ ପୀଡ଼ିତାଙ୍କ ବାପାଙ୍କୁ ଭେଟିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ପୁଲିସ ଏହି ମାମଲାରେ ଅଭିଯୋଗ ପାଇବା ପରେ ନିଜର ଦାୟିତ୍ବ ସମ୍ପାଦନ କରିବାରେ ବିଳମ୍ବ କରିଥିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପ୍ରକାର ସାଲିସ କରାଯିବନି।

4 weeks ago
12


