ARTICLE AD BOX
ରଣପୁର: ମୃତ୍ୟୁ କେତେବେଳେ ଆସିବ ତାହା ଅଜଣା। ଆଜି (ଶୁକ୍ରବାର) ନୟାଗଡ଼ ଜିଲ୍ଲାରେ ଶ୍ଳୋକ ପାଠ କରୁ କରୁ ଜଣେ ଯୁବ ପୁରୋହିତଙ୍କ ମୃତ୍ୟୁ ଘଟିଛି।
ନୟାଗଡ ଜିଲ୍ଲା ରଣପୁର ଥାନା ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ଆମ୍ବଝର ଗ୍ରାମରେ ତ୍ରିଲୋଚନ ଦାଶଙ୍କ ପୁଅ ମାନସ ରଞ୍ଜନ ଦାଶ (୩୮) ଓ ତାଙ୍କ ଭିଣୋଇ ସେହି ସାହିରେ ଜଣେ ବ୍ୟକ୍ତିଙ୍କ ଘର ପ୍ରତିଷ୍ଠା କର୍ମ କରିବାକୁ ଯାଇଥିଲେ।
ସେଠାରେ ମାଇକ୍ରୋଫୋନ ଧରି ଶ୍ଳୋକ ପାଠ ସମୟରେ ଅଚେତ ହୋଇ ପଡ଼ିଥିଲେ। ଲୋକମାନେ ସଙ୍ଗେ ସଙ୍ଗେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା ନିରୀକ୍ଷା କରି ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ପହଞ୍ଚି ଶବକୁ ଜବତ କରିଛି। ଖବର ଲେଖା ହେଲା ବେଳକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପରିବାର ଲୋକ ଅପେକ୍ଷା କରିଥିବା ଜଣାଯାଇଛି।

1 week ago
5


