ARTICLE AD BOX
ନୂଆଦିଲ୍ଲୀ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ: ପାର୍ଟ-୧’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଫିଲ୍ମର ଟିଜର ରିଲିଜ୍ ହେବା ପରଠାରୁ ଏହା ଚର୍ଚ୍ଚାରେ ରହିଛି। ନଭେମ୍ବର ୫ ତାରିଖରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ରିଲିଜ୍ ହେବାକୁ ଯାଉଛି। ଆମେରିକାରେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିବା ବେଳେ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଅନ୍ୟପଟେ ଫିଲ୍ମର ଗୀତକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି। ଏବେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଭିନେତା ରଣବୀର କପୁର।
ଆଇଆଇଏମ୍ୟୁଏନ୍ କାର୍ଯ୍ୟକ୍ରମରେ ରଣବୀର କପୁରକହିଛନ୍ତି, “ଆଜିର ସମୟର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଅନଲାଇନ୍ ଟ୍ରୋଲିଂ ମଧ୍ୟ ଏକ ସାଧାରଣ କଥା ହୋଇଗଲାଣି। ମୁଁ ପୁରୁଣା ଗୀତ ‘କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ୍ ହୈ କହନା’ର ଦର୍ଶନରେ ବିଶ୍ୱାସ କରେ। ମୋ ମତରେ ଏହା ଜୀବନରେ ଅନୁସରଣ କରିବା ପାଇଁ ସବୁଠାରୁ ଭଲ ଚିନ୍ତାଧାରା। ଲୋକେ କ’ଣ କହୁଛନ୍ତି, ସେଥିରେ ଅଧିକ ଫରକ ପଡ଼ିବା ଉଚିତ୍ ନୁହେଁ। ଯେଉଁମାନେ ଆପଣଙ୍କ କାମକୁ ନେଇ ଚିନ୍ତା କରନ୍ତି, ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଅନ୍ତି ଏବଂ ଆପଣଙ୍କ ଦୟାଳୁ ସ୍ୱଭାବକୁ ସମ୍ମାନ କରନ୍ତି, ସେମାନଙ୍କ ମତ ହିଁ ସବୁଠାରୁ ଅଧିକ ମହତ୍ତ୍ୱ ରଖେ।”
ଏହାପରେ ନିତେଶ ତିୱାରୀ କହିଛନ୍ତି, “ଯଦି ଆପଣଙ୍କ ଚିନ୍ତାଧାରା ସ୍ପଷ୍ଟ ଏବଂ ଆପଣ ନିଜର ୧୦୦ ପ୍ରତିଶତ ପ୍ରୟାସ କରୁଛନ୍ତି, ତେବେ ଆଉ କ’ଣ ଦରକାର?”
‘ସଞ୍ଜୁ’ ଫିଲ୍ମ ସହ ରହିଛି ଗୀତର ସମ୍ପର୍କ
ସୂଚନାଯୋଗ୍ୟ, ୨୦୧୮ରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଞ୍ଜୁ’ରେ ରଣବୀର କପୁର ଅଭିନୟ କରିଥିଲେ। ଏଥିରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ସୁନୀଲ ଦତ୍ତ, ସଞ୍ଜୟ ଦତ୍ତଙ୍କୁ ଏହି ଗୀତର ଦର୍ଶନ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଗୀତଟି ୧୯୭୨ରେ ରିଲିଜ୍ ହୋଇଥିବା ‘ଅମର ପ୍ରେମ’ ଫିଲ୍ମର। ଏହାକୁ ଆନନ୍ଦ ବକ୍ସୀ ଲେଖିଥିଲେ।
ଦୁଇଟି ଭାଗରେ ରିଲିଜ୍ ହେବ ‘ରାମାୟଣ’
ନମିତ ମଲହୋତ୍ରା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି। ଏଥିରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ, ରବି ଦୁବେ ଏବଂ ଅରୁଣ ଗୋଭିଲଙ୍କ ଭଳି ଅଭିନେତା ନଜର ଆସିବେ। ଫିଲ୍ମର ଟିଜର ଓ ଟ୍ରେଲର ରିଲିଜ୍ ହୋଇସାରିଛି। ଏହା ୪୦ଟି ଭାଷାରେ ରିଲିଜ୍ ହେବା ସହ ଦୁଇଟି ଭାଗରେ ଦର୍ଶକଙ୍କ ସାମ୍ନାକୁ ଆସିବ। ପ୍ରଥମ ଭାଗ ନଭେମ୍ବର ୫ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ।
ନବରଙ୍ଗପୁର ନାରୀ ମହାସଂଘ ନେତାଙ୍କ ଗିରଫଦାରିର ପ୍ରତିବାଦ, ଠେଙ୍ଗାଧରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କଲେ ମହିଳା

58 minutes ago
1


