ARTICLE AD BOX
ନୂଆଦିଲ୍ଲୀ:ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଏକ ପୁରୁଣା ଗଣେଶ ପୂଜା ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଡିଓରେ ରଣବୀର ପୂଜା ପରେ ପୁରୋହିତଙ୍କଠାରୁ ପ୍ରସାଦ ଗ୍ରହଣ କରୁଥିବା ଦେଖାଯାଉଛି। ତେବେ ସେ ତାହା ଖାଇବାକୁ ମନା କରି ‘ମୁଁ ଡାଏଟ୍ କରୁଛି, ତୁମେ ଖାଅ’ ବୋଲି କହୁଥିବା ଦେଖିବାକୁ ମିଳିଛି।
ଆଚରଣକୁ ନେଇ ପ୍ରଶ୍ନ
ଭିଡିଓଟି ସାମ୍ନାକୁ ଆସିବା ପରେ କେତେକ ସୋସିଆଲ ମିଡିଆ ବ୍ୟବହାରକାରୀ ରଣବୀରଙ୍କୁ ସମାଲୋଚନା କରିଥିବା ବେଳେ ଆଉ କେତେକ ତାଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କିଛି ବ୍ୟବହାରକାରୀ ଏହି ଘଟଣାକୁ ରଣବୀରଙ୍କ ଆଗାମୀ ଫିଲ୍ମ ‘ରାମାୟଣ’ ସହ ଯୋଡ଼ି ଅନେକ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ତେବେ ଭାଇରାଲ ହେଉଥିବା ଭିଡିଓଟି ୨୦୨୩ ମସିହାର ବୋଲି ଜଣାପଡ଼ିଛି।
ରଣବୀର କପୁର ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଦୁଇ ଭାଗ ବିଶିଷ୍ଟ ଫିଲ୍ମ ‘ରାମାୟଣ’ରେ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ୟଶ ରାବଣ, ସାଇ ପଲ୍ଲବୀ ସୀତା, ରବି ଦୁବେ ଲକ୍ଷ୍ମଣ ଏବଂ ସନ୍ନି ଦେଓଲ ହନୁମାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ଲାରା ଦତ୍ତା, ବିବେକ ଓବେରୟ, ଅରୁଣ ଗୋଭିଲ, ରାକୁଲ ପ୍ରୀତ ସିଂହ ଓ କୁନାଲ କପୁରଙ୍କ ନାମ ରହିଛି। ଫିଲ୍ମର ପ୍ରଥମ ଭାଗ ଦୀପାବଳି ସମୟରେ ମୁକ୍ତିଲାଭ କରିବାକୁ ଥିବାବେଳେ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ଆସିବା ନେଇ ସୂଚନା ରହିଛି।
Akash Dasnayak: ଜବରଦସ୍ତ ଆକସନ୍ ରୋଲ୍ରେ ଆସୁଛନ୍ତି ଆକାଶ
ଭିଡିଓଟି ଭାଇରାଲ ହେବା ପରେ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

10 hours ago
2


