ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ ଗାୟିକା ଜନାଇ ଭୋସଲେଙ୍କ ସଂପର୍କ ଭାଇ-ଭଉଣୀର ଅତୁଟ ବନ୍ଧନରେ ଅଟକିଛି। ସିରାଜଙ୍କୁ ଜନାଇ ନିଜର ବଡ଼ଭାଇ ଆସନରେ ବସାଇଛନ୍ତି। ପବିତ୍ର ରକ୍ଷାବନ୍ଧନ ଅବସରରେ ସେ ଏହି ଅତୁଟ ବନ୍ଧନ ନେଇ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି, ଯାହା ହୃଦୟକୁ ଛୁଇଁଲା ଭଳି ବାର୍ତ୍ତା ହୋଇଛି।
ଜନାଇ ଅଗଷ୍ଟ ୨୯ରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ମହମ୍ମଦ ସିରାଜଙ୍କ ହାତରେ ଏକ ରାଖୀ ବାନ୍ଧୁଥିବାର ଦେଖାଯାଉଛି। ଏଥିରେ ସେ ଯେଉଁ ଆବେଗପୂର୍ଣ୍ଣ ବାର୍ତ୍ତା ଲେଖିଛନ୍ତି, ତାହା ସମସ୍ତଙ୍କୁ ଧ୍ୟାନ କେନ୍ଦ୍ରିତ କରୁଛି। ନିଜର ବାର୍ତ୍ତାରେ ଜନାଇ ଲେଖିଛନ୍ତି, ହାପି ରାଖୀ। ମୁଁ ଖୁସି ଅନୁଭବ କରୁଛି ଯେ, ମୋତେ ଏତେ ଭଲ ଭାଇ ମିଳିଛି। ମୋର ସବୁଠାରୁ ନିକଟତର ବନ୍ଧୁ।’
ଜନାଇ ଭୋସଲେ ଏବଂ ମହମ୍ମଦ ସିରାଜ ସବୁବେଳେ ନିଜର ସଂପର୍କକୁ ମର୍ଯ୍ୟାଦାପୂର୍ଣ୍ଣ ରଖିଛନ୍ତି। ଏକଦା ଉଭୟଙ୍କ ସଂପର୍କକୁ ନେଇ ଅପପ୍ରଚାର ମଧ୍ୟ ହୋଇଥିଲା। ମାତ୍ର ଅପପ୍ରଚାରକୁ ଜନାଇ ଖଣ୍ଡନ କରିଥିଲେ। ସର୍ବସାଧାରଣ ସ୍ଥଳୀରେ ସିରାଜଙ୍କୁ ସେ ଭାଇ ସମ୍ବୋଧନ କରିଥିଲେ। ସେ ପ୍ରମାଣିତ କରିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ଭାଇ-ଭଉଣୀ ବ୍ୟତୀତ ଅନ୍ୟ କିଛି ନୁହେଁ।
ଆଶା ଭୋସଲେଙ୍କ ନାତୁଣୀଙ୍କ ପ୍ରେମରେ ମହମ୍ମଦ ସିରାଜ୍ !
ସିରାଜଙ୍କ ବାର୍ତ୍ତା
ମହମ୍ମଦ ସିରାଜ ମଧ୍ୟ ଏହି ସଂପର୍କକୁ ଆତ୍ମୀୟତା ଭାବେ ସ୍ବୀକାର କରିଛନ୍ତି। ଜନାଇ ଭଳି ଭଉଣୀ ଆଉ କେହି ହୋଇପାରିବେ ନାହିଁ। ହଜାରେ ମଧ୍ୟ ମୋର ଭଉଣୀ ଜନାଇ ଗୋଟିଏ ମାତ୍ର। ତାଙ୍କର ଏହି ବାର୍ତ୍ତା ଲୋକଙ୍କର ଗୁଜବକୁ ଅଟକାଇ ଦେଇଥିଲା।
ସୂଚନାଯୋଗ୍ୟ, ଭାରତୀୟ କ୍ରିକେଟ୍ ଟିମ୍ର ସଦସ୍ୟ ମହମ୍ମଦ ସିରାଜ ତେଲେଙ୍ଗାନାର ସିକନ୍ଦରାବାଦରେ ୧୯୯୪ ମାର୍ଚ୍ଚ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଦ୍ରୁତବୋଲର ସିରାଜ ୨୦୧୯ ଜାନୁଆରି ୧୫ରେ ଭାରତୀୟ ଦିନିକିଆ ଦଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୦ ଡିସେମ୍ବର ୨୬ରେ ଟେଷ୍ଟ ମ୍ୟାଚ୍ରେ ପଦାର୍ପଣ କରିଥିଲେ। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ୨୦୧୭ ନଭେମ୍ବର ୪ରେ ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ ସେ ୪୬ଟି ଟେଷ୍ଟ, ୫୦ଟି ଦିନିକିଆ, ୧୭ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ୧୪୦, ଦିନିକିଆରେ ୭୬ ଏବଂ ଟି୨୦ରେ ୧୭ଟି ୱିକେଟ୍ ନେଇଛନ୍ତି।

2 weeks ago
24


