Rajya Sabha Election: ରାଜ୍ୟସଭା ନିର୍ବାଚନ କ୍ରସ୍‌ଭୋଟିଂ: ହାଇକୋର୍ଟରେ ପହଞ୍ଚିଲା, ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିଜେଡିର ଚ୍ୟାଲେଞ୍ଜ, ୮ଟି ପିଟିସନ୍‌ ଦାୟର

6 days ago 5
ARTICLE AD BOX

କଟକ/ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ପ୍ରସଙ୍ଗରେ ବିଜେଡି ହାଇକୋର୍ଟ ଯାଇଛି। ନିଲମ୍ବିତ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ପଛଘୁଞ୍ଚା ଦେଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଲା ପରେ ବିଜେଡି ଆଗକୁ ଆସିଛି। ୮ ନିଲମ୍ବିତ ବିଧାୟକଙ୍କ ସଦସ୍ୟତା ରଦ୍ଦ ନେଇ ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନିର୍ବାଚନର ପାଖାପାଖି ୬ ମାସ ପରେ ଏବଂ ଆବେଦନକୁ ବାଚସ୍ପତି ଖାରଜ କରିବାର ଅଢ଼େଇ ମାସ ପରେ ବିଜେଡିର ଏହି ପିଟିସନ୍‌ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କୋର୍ଟରେ ଏହି ମାମଲା କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ ତିନି ନିଲମ୍ବିତ ବିଧାୟକଙ୍କ ପ୍ରତି କଂଗ୍ରେସର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟ ପଦ ରଦ୍ଦ ପ୍ରସଙ୍ଗ ନେଇ ଦାୟର ପୃଥକ ଆବେଦନଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେଡି ମୁଖ୍ୟ ସ‌ଚେତକ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ତରଫରୁ ଏ ନେଇ ପୃଥକ ୮ଟି ଆବେଦନ ହାଇକୋର୍ଟରେ ଦାୟର କରାଯାଇଛି।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଅଣ୍ଟା ଭିଡ଼ିଲା
କଂଗ୍ରେସର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଦଳର ହ୍ବିପ୍‌ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ପିଟିିସନ୍‌ ଦାଖଲ କରାଯାଇଥିଲା। କିନ୍ତୁ ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନ କରି ବୈଷୟିକ ବା ପ୍ରକ୍ରିୟାଗତ କାରଣରୁ ପିଟିସନ୍‌ ଖାରଜ କରାଯାଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଖାରଜ ନିର୍ଦ୍ଦେଶରେ ଉଲ୍ଲେଖ ଥିଲା ଯେ ସଭ୍ୟପଦ ରଦ୍ଦ ପାଇଁ ରହିଥିବା ନିୟମ ୬(୬) ଓ ୬(୭) ଅନୁସାରେ ଏହି ପିଟିସନ୍‌ ନଥିଲା। ଆଇନଗତ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବେ ପାଳନ କରାଯାଇ ନଥିଲା। ପିଟିସନ୍‌ ସପକ୍ଷରେ ଆବଶ୍ୟକ ସତ୍ୟପାଠ ଦାଖଲ କରାଯାଇ ନଥିଲା। ଏଥି ସହିତ ପିଟିିସନ୍‌ ସହିତ ସଂଲଗ୍ନ ନଥିପତ୍ର ଯଥାବିଧି ଯାଞ୍ଚ ଓ ସ୍ବାକ୍ଷରିତ ହୋଇ ନଥିଲା ‌ବୋଲି ଖାରଜ ନିର୍ଦ୍ଦେଶରୁ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଅଭିଯୋଗ ଉପରେ ଉପଯୁକ୍ତ ଭାବେ ଶୁଣାଣି ନ କରି, ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସଂପର୍କିତ ପିଟିସନ୍‌ ଖାରଜ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଖାରଜ ନିର୍ଦ୍ଦେଶ ସଂପର୍କିତ ଓଡ଼ିଶା ବିଧାନସଭା ସଚିବାଳୟର ୨୦୨୬, ଜୁନ ୧୯ର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନରେ ନିବେଦନ କରାଯାଇଛି। ଏଥିସହିତ ଏହି ପ୍ରସଙ୍ଗରେ ବିଧାନସଭା ବାଚସ୍ପତି ସାନି ଶୁଣାଣି କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଓଡ଼ିଶା ବିଧାନସଭା ବାଚସ୍ପତି, ଓଡ଼ିଶା ବିଧାନସଭା ସଚିବ ଓ ବିଧାୟକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.