ARTICLE AD BOX
ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ହରିଶଙ୍କର ତୀର୍ଥକ୍ଷେତ୍ରକୁ ଯୋଗାଯୋଗ କରୁଥିବା ଶୁଖାଯୋର ପୋଲ ଉପରେ ୪ ଫୁଟ୍ ପାଣି ପ୍ରବାହିତ ହେଉଥିବା ବେଳେ ଯିବାଆସିବା ଠପ୍ହୋଇପଡ଼ିଛି। ଆଗକୁ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ହରିଶଙ୍କର, ନାନ୍ଦୁପଲା, ତାମ୍ବିପଦର, ସର୍ଗପାଲି ଓ ବେନକେରାକୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
Advertisment
ଗମନାଗମନ ବାଧାପ୍ରାପ୍ତ
ସେହିପରି ବାଞ୍ଜିପାଲି କଟିଙ୍ଗ ପୋଲ ଉପରେ ୩ ଫୁଟ୍ ପାଣି ପ୍ରବାହିତ ହେଉଛି। ଯୋରମାନଙ୍କର ଜଳସ୍ତର ବଢ଼ିବା ଦ୍ବାରା ଧଣ୍ଡାମୁଣ୍ଡାକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।

4 weeks ago
8


