Rain: ରାଜଧାନୀରେ କି ଅବସ୍ଥା! ସାମାନ୍ୟ ବର୍ଷାରେ ଘରୁ ବାହାରି ପାରୁନାହାନ୍ତି ଲୋକେ

1 month ago 12
ARTICLE AD BOX

ଭୁବନେଶ୍ବର: ବିଏମସି ଅଧୀନସ୍ଥ ୪ ନମ୍ବର୍ ୱାର୍ଡର ବୈଭବ ନଗରରେ ଶତାଧିକ ଘର ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି। ସାମାନ୍ୟ ବର୍ଷାରେ ଉବୁଟୁବୁ ବୈଭବ ନଗରର ଅଞ୍ଚଳ। ଲୋକେ ଘରୁ ବାହାରି ପାରୁନାହାନ୍ତି । ଜାତୀୟ ରାଜପଥକୁ ଲାଗିଥିବା ଏହି ଅଞ୍ଚଳର ଦୁର୍ଦ୍ଦଶା କହିଲେ ନସରେ। ପିଲା ସ୍କୁଲ୍ କଲେଜ ଯାଇପାରୁନାହାନ୍ତି। ରୋଗୀଙ୍କୁ ହସ୍ପିଟାଲ୍ ମଧ୍ଯ ନେବା ସମ୍ଭବ ହୋଇପାରୁନାହିଁ ।

Advertisment

୩୦୦ଘର ପ୍ରଭାବିତ

ଏହା ସହ ଏନ୍ଏଚରୁ  ଯାଉଥିବା ମୁଖ୍ୟ ରାସ୍ତାରେ ଅଣ୍ଟାଏ ପାଣି। ପାଖାପାଖି ୩୦୦ ଘର ମଧ୍ଯ ଏଥିପାଇଁ ପ୍ରଭାବିତ ହେଉଛନ୍ତି। ବିଏମସି ଅଫିସକୁ ବାରମ୍ବାର ଯାଇ ଏଥିପାଇଁ ଗୁହାରି କଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହେଉଛି।

Theft: ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍, ପୁଲିସର ତଦନ୍ତ ଆରମ୍ଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.