ARTICLE AD BOX
ଭୁବନେଶ୍ବର: ରଥଯାତ୍ରା ସମୟରେ ପୁରୀ ଆସୁଥିବା ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ସୁଗମ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀ ସୁବିଧା, ନିରାପତ୍ତା ଓ ଭିଡ଼ ପରିଚାଳନା ବ୍ୟବସ୍ଥା ହୋଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରୁଥିବା ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ରାଉରକେଲା, ବୀରମିତ୍ରପୁର, ବାଙ୍ଗିରିପୋଷି, ଜୁନାଗଡ଼ ରୋଡ୍, ବଦାମପାହାଡ଼, ବୌଦ୍ଧ, ଜଗଦଳପୁର, ବାଲେଶ୍ୱର, ଅନୁଗୋଳ, ଗୁଣପୁର, ରାୟଗଡ଼ା, ପାରାଦୀପ, ଭଦ୍ରକ, କେନ୍ଦୁଝର, ଦଶପଲ୍ଲା, ଖୋରଧା ରୋଡ୍, ସମ୍ବଲପୁର, ତାଳଚେର, କଟକ, ବ୍ରହ୍ମପୁର, ଢେଙ୍କାନାଳ, ବଡବିଲ, ପଲାସା, ବିଶାଖାପାଟଣା, ଗୋନ୍ଦିଆ ଓ ସାନ୍ତରାଗାଚ୍ଛି ପରି ପ୍ରମୁଖ ଷ୍ଟେସନରୁ ସଂଯୋଗ ଯୋଗାଇବ। ପୁରୀ ଷ୍ଟେସନ୍ରେ ଅତ୍ୟଧିକ ଯାତ୍ରୀ ଭିଡ଼ ପରିଚାଳନା କରିବାକୁ ପ୍ରାୟ ୩୦ହଜାର କ୍ଷମତା ବିଶିଷ୍ଟ ସ୍ୱତନ୍ତ୍ର ଅପେକ୍ଷାସ୍ଥଳ ନିର୍ମାଣ ହୋଇଛି। ଏଥିରେ ଆବଦ୍ଧ ବସିବା ବ୍ୟବସ୍ଥା, ଏୟାର କୁଲିଂ ସୁବିଧା ସହ ଜର୍ମାନ ହ୍ୟାଙ୍ଗର ସେଡ୍ ଓ ଛାଇଯୁକ୍ତ ଅପେକ୍ଷା ସ୍ଥାନ ରହିଛି।
Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ କଲେ ବିଧାୟକ
୩୦ହଜାର କ୍ଷମତା ବିଶିଷ୍ଟ ସ୍ୱତନ୍ତ୍ର ଅପେକ୍ଷାସ୍ଥଳ
୭୫୮ ଆର୍ପିଏଫ୍, ୧୫୦୦ ଜିଆର୍ପି କର୍ମଚାରୀ
୨୫୦ ସିସିଟିଭି, ୪ଟି ଟ୍ରେନ୍, ୧୦ ସ୍ନିଫର୍ କୁକୁର ନିୟୋଜିତ
ଏହାବ୍ୟତୀତ ୧୨୯ଟି ମଡ୍ୟୁଲାର୍ ଶୌଚାଳୟ, ୬୮ଟି ଗାଧୁଆଘର, ୬୫ଟି ପାନୀୟଜଳ ବୁଥ୍, ୧୦ଟି ଥଣ୍ଡାପାନୀୟ ଜଳ ବୁଥ୍ ଓ ଷ୍ଟେସନ ପରିସରରେ ୱାଇ-ଫାଇ ସୁବିଧା ଉପଲବ୍ଧ ହୋଇଛି। ଆମ୍ବୁଲାନ୍ସ ସୁବିଧା ସହିତ ୩ଟି ଚିକିତ୍ସା ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ୨୪ ଘଣ୍ଟିଆ ଜରୁରିକାଳୀନ ସହାୟତା ପାଇଁ ଉପଲବ୍ଧ ରହିବ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପ୍ରାୟ ୩.୫ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଖାଦ୍ୟ ବଣ୍ଟନ କେନ୍ଦ୍ର ପରିଚାଳନା କରିବେ। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ବ୍ୟାଟେରି ଚାଳିତ ଗାଡ଼ି, ସ୍ୱତନ୍ତ୍ର ହ୍ୱିଲ୍ ଚେୟାର ସମେତ ବିଶେଷ ବ୍ୟବସ୍ଥା ହୋଇଛି। ୪୦ଟି ଟିକେଟ୍ ବୁକିଂ କାଉଣ୍ଟର, ୧୨ଟି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍, ୩୨ଟି ମୋବାଇଲ୍ ଅନରିଜର୍ଭଡ୍ ଟିକେଟିଂ ସିଷ୍ଟମ୍ ମେସିନ୍ ଓ ୨୧ଟି ଷ୍ଟେସନରେ ଅତିରିକ୍ତ ଟିକେଟ୍ କାଉଣ୍ଟର ପ୍ରଦାନ କରାଯାଇଛି। ସୁରକ୍ଷାରେ ୭୫୮ଜଣ ଆର୍ପିଏଫ୍ କର୍ମଚାରୀ, ୧,୫୦୦ ଜଣ ଜିଆର୍ପି କର୍ମଚାରୀ ଓ ୧୦୦ ଜଣ ସିଭିଲ୍ ଡିଫେନ୍ସ, ସ୍କାଉଟ୍ସ ଓ ଗାଇଡ୍ ସ୍ୱେଚ୍ଛାସେବୀ ମୁତୟନ ହେବେ। ୨୫୦ ସିସିଟିଭି କ୍ୟାମେରା, ଆକାଶମାର୍ଗରୁ ନଜର ରଖିବା ପାଇଁ ୪ଟି ଡ୍ରୋନ୍, ୧୦ଟି ସ୍ନିଫର୍ କୁକୁର ଏବଂ ୩ଟି ଅଗ୍ନିଶମ ଗାଡ଼ି ରହିବ। ୨୪ ଘଣ୍ଟିଆ ‘ୱାର୍ ରୁମ୍’ ପ୍ରତିଷ୍ଠା ହୋଇଛି। ଯେଉଁଠାରେ ବରିଷ୍ଠ ରେଳ ଅଧିକାରୀମାନେ ସିସିଟିଭି ଓ ଡ୍ରୋନ୍ ସର୍ଭେଲାନ୍ସ ମାଧ୍ୟମରେ ନଜର ରଖିବେ। ସ୍ବଚ୍ଛତା ବଜାୟ ରଖିବାକୁ ୪୩୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଯାତ୍ରୀମାନଙ୍କୁ ପ୍ରଭାବଶାଳୀ ସୂଚନା ପ୍ରଦାନ ପାଇଁ ୧୫ଟି ଏଲ୍ଇଡି ଭିଡିଓ ୱାଲ୍, ୬୦ଟି ପବ୍ଲିକ୍ ଆନାଉନ୍ସମେଣ୍ଟ ସ୍ପିକର ଓ ଜିପିଏସ୍ ଘଣ୍ଟା ଲାଗିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Rath Yatra: ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

2 weeks ago
9


