Question paper leak: ପ୍ରଶ୍ନପତ୍ର ଲିକ୍‌ ଆଇନ ସଂଶୋଧନ ପ୍ରସଙ୍ଗ: ମଙ୍ଗଳବାର ଆଲୋଚନା, ଲୋକସଭାରେ ବିଲ୍‌ ଆଗତ

1 week ago 3
ARTICLE AD BOX

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର କାର୍ମିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍‌ ୨୦୨୬ ଆଗତ କରିଛନ୍ତି। ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ଉପରେ ଆସନ୍ତକାଲି ସଂସଦରେ ଆଲୋଚନା ହେବ। ବିରୋଧୀ ଦଳମାନେ ବିଲ୍ ଉପରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲା ସବୁ ରାଜନୈତିକ ଦଳର ନେତାମାନଙ୍କ ସହିତ କଥାବାର୍ତ୍ତା କରିବା ପରେ ଆଲୋଚନା ପାଇଁ ବାଟ ଫିଟିଛି। ଉଭୟ ସରକାର ଓ ବିରୋଧୀ ଦଳ ଜୁଲାଇ ୨୮ ତାରିଖରେ ବିଲ୍ ଉପରେ ଆଲୋଚନା ଓ ଭୋଟ୍ ଦେବାକୁ ରାଜି ହୋଇଛନ୍ତି।

Paper Leak: ପ୍ରଶ୍ନପତ୍ର ଲିକ୍‌ ବିଲ୍‌ ଉପରେ ଆଜି ଚର୍ଚ୍ଚା : ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ବିରୋଧୀ ରାଜି

୨ ମାସରେ ତଦନ୍ତ, ୩ ମାସରେ ବିଚାର ସରିବ
ରାଜ୍ୟଗୁଡ଼ିକୁ ମିଳିବ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଗଠନ କ୍ଷମତା
କେନ୍ଦ୍ର ଗଠନ କରିପାରିବ ସ୍ବତନ୍ତ୍ର ଟାସ୍କଫୋର୍ସ
୧୫ ପ୍ରକାର ବେଆଇନ କାର୍ଯ୍ୟ ଅପରାଧ ଶ୍ରେଣୀଭୁକ୍ତ

ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ୨ ମାସରେ ଶେଷ କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ ୨୦୨୪ରେ ପେପର୍‌ ଲିକ୍‌ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ସର୍ବନିମ୍ନ ୩ ବର୍ଷ ଓ ସର୍ବାଧିକ ୫ ବର୍ଷର ଜେଲ୍‌ଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ନୂଆ ବିଲ୍‌ରେ ସର୍ବନିମ୍ନ କାରାଦଣ୍ଡ ୫ ବର୍ଷ ଏବଂ ସର୍ବାଧିକ କାରାଦଣ୍ଡ ୧୦ ବର୍ଷ କରାଯାଇଛି। ସେହିଭଳି ୨୦୨୪ ଆଇନରେ ଜରିମାନା ରାଶି ୧୦ ଲକ୍ଷ ଟଙ୍କା ଥିବାବେଳେ ଏହାକୁ ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଯଦି ଅପରାଧ ସଂଗଠିତ ବୋଲି ଜଣାପଡ଼େ ତାହେଲେ ବିଲ୍‌ରେ ସର୍ବନିମ୍ନ ୭ ବର୍ଷ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଚିଠା ଆଇନରେ ପ୍ରଶ୍ନପତ୍ର ଲିକ୍‌ଠାରୁ ଆରମ୍ଭ କରି ଓଏମ୍‌ଆର୍‌ ସିଟ୍‌ରେ ହେରଫେର୍‌ କରିବା, ନକଲି ୱେବ୍‌ସାଇଟ୍‌ ସୃଷ୍ଟି କରିବା, ନକଲି ଆଡମିଟ୍‌ କାର୍ଡ ଜାରି କରିବା ଭଳି ୧୫ଟି ବେଆଇନ କାର୍ଯ୍ୟକୁ ଅପରାଧ ଶ୍ରେଣୀଭୁକ୍ତ କରାଯାଇଛି। ଏଥିସହିତ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟ ସରକାରମାନେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ସ୍ଥାପନ ପାଇଁ କ୍ଷମତା ପାଇବେ। ଚାର୍ଜସିଟ୍‌ ଦାଖଲ ହେବାର ୩ ମାସ ମଧ୍ୟରେ ବିଚାରଣ ଏହି କୋର୍ଟରେ ଶେଷ ହେବ। କେତେକ ପେପର ଲିକ୍‌ ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିବା କ୍ଷମତା କେନ୍ଦ୍ର ସରକାରଙ୍କୁ ଦିଆଯିବ।   

Deep Sleep Hotel: କିମାଶ୍ଚର୍ଯ୍ୟମ୍‌: ଡିପ୍‌ ସ୍ଲିପ୍‌ ହୋଟେଲ୍‌

ଜନ୍ତରମନ୍ତରଠାରେ ଜୁଲାଇ ୨୦ ତାରିଖରେ କକ୍ରୋଚ ଜନତା ପାର୍ଟି ନେତୃତ୍ବାଧୀନ ଛାତ୍ର ଆନ୍ଦୋଳନ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା। କଂଗ୍ରେସ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୃହରେ ବିବୃତି ଦିଅନ୍ତୁ ବୋଲି ଦାବି କରିଛି। କଂଗ୍ରେସ ଓ ସମାଜବାଦୀ ପାର୍ଟିର ସାଂସଦମାନେ ବ୍ୟାନର ଧରି ଗୃହ ମଧ୍ୟଭାଗକୁ ପଶି ଆସିବା ସହିତ ସ୍ଲୋଗାନ୍‌ ଦେଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାକୁ ବାରମ୍ବାର ମୁଲତବୀ କରାଯାଇଥିଲା।  ଏହାପୂର୍ବରୁ ବାଚସ୍ପତି ଓମ୍‌ ବିର୍ଲା ସରକାର ଓ ବିରୋଧୀ ଦଳମାନଙ୍କୁ ସେମାନଙ୍କ ମତଭେଦ ଦୂର କରି ସନ୍ଧ୍ୟା ୫ଟାରେ ବିତର୍କ ପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ବାଚସ୍ପତି କହିଥିଲେ, ବିଲ୍‌ରେ ୯୧ଟି ସଂଶୋଧନ ଆଗତ କରାଯାଇଛି ଏବଂ ଆଲୋଚନା ପାଇଁ ୬ ଘଣ୍ଟା ଧାର୍ଯ୍ୟ କରାଯାଇଛି। ଯଦି ସଦନ ଆବଶ୍ୟକ କରେ ଅଧିକ ସମୟ ବିତର୍କ ପାଇଁ ପ୍ରଦାନ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.