ARTICLE AD BOX
ନୂଆଦିଲ୍ଲୀ: ଚାଇନା ଓପନ୍ ବିଡବ୍ଲ୍ୟୁଏଫ୍ ସୁପର ୧୦୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ରାଉଣ୍ଡ-୧୬ରୁ ବିଦାୟ ନେଇଛନ୍ତି ୨ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ।
ଭାରତୀୟ ତାରକା ସିନ୍ଧୁ
ଗତ ସପ୍ତାହରେ ଜାପାନ ଓପନ୍ ଜିତି ୨ ବର୍ଷର ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିବା ଭାରତୀୟ ତାରକା ସିନ୍ଧୁ ଗୁରୁବାର ମହିଳା ଏକକ ମୁକାବିଲାରେ କଡ଼ା ସଂଘର୍ଷ କରି ୨୦୨୦ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଚୀନ୍ର ଚେନ୍ ୟୁଫେଇଙ୍କଠୁ ୧୬-୨୧, ୨୨-୨୦, ୨୧-୧୮ରେ ହାରି ଯାଇଥିଲେ।
FIFA: ଫିଫା ବିଶ୍ବକପ୍ ସ୍ବପ୍ନର ଦଳରେ କେପ୍ ବର୍ଡେର ଭୋଜିନା
ପ୍ରଥମ ଗେମ୍ ହାରିବା ପରେ ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ଦ୍ବିତୀୟ ସେଟ୍କୁ ଜିତି ନେଇଥିଲେ। ହେଲେ ତୃତୀୟ ସେଟ୍ ହାରି କ୍ବାର୍ଟରଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲେ। ଅନ୍ୟପକ୍ଷରେ ଏହି ବିଜୟ ସହ ଚେନ୍ କ୍ବାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି।

1 week ago
5


